ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ଭାରତର ‘ଅପରେଶନ୍ ସିନ୍ଦୁର’ ପରେ ସଚିନଙ୍କ ଆସିଲା ପ୍ରତିକ୍ରିୟା, କହିଲେ ଏଭଳି କଥା…

Published By : Prameya | May 7, 2025 4:56 PM

ମୁମ୍ବାଇ,୭/୫ :   ଭାରତୀୟ ସଶସ୍ତ୍ର ବଳ ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପାକିସ୍ତାନ କବ୍ଜାରେ ଥିବା କଶ୍ମୀର (ପିଓକେ)ର ୯ଆତଙ୍କୀ ଠିକଣା ଉପରେ ମିଶାଇଲ୍ ଆକ୍ରମଣ କରିଛି । ଯେଉଁଥିରେ ଜୋଶ-ଏ-ମହମ୍ମଦ ଆତଙ୍କବାଦୀ ସମୂହର ପ୍ରମୁଖ ଗଡ଼ କୁହାଯାଉଥିବା ବହାବଲପୁର ବି ସାମିଲ ରହିଛି । ପହଲଗାମରେ ୨୨ଏପ୍ରିଲରେ ହୋଇଥିବା ଆତଙ୍କୀ ଆକ୍ରମଣର ଜବାବରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ‘ଅପରେଶନ୍ ସିନ୍ଦୁର’ ନାଁରେ ନାମିତ କରାଯାଇଛି । ଯାହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲମ୍ବା ସମୟରୁ ଏହା ଜାରି ରହିଥିବା ସାମରିକ ଉତ୍ତେଜନାର ଆଉ ଏକ ଅଧ୍ୟାୟ।

‘ଅପରେଶନ୍ ସିନ୍ଦୁର’ ନାଁରେ କରାଯାଇଥିବା ଏହି ଅପରେଶନକୁ ନେଇ ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ରିଆକ୍ଟ କରିଛନ୍ତି । ସଚିନ ପୋଷ୍ଟ ସେୟାର କରି ଭାରତୀୟ ସେନା ଉପରେ ଗର୍ବ କରିଛନ୍ତି । କ୍ରିକେଟର ଭଗବନାଙ୍କ ନାଁରେ ପରିଚିତ ସଚିନ ତେନ୍ଦୁଲକର ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି କି, ଏକତାରେ ନିର୍ଭୟତା ଅଛି... ଶକ୍ତିରେ ଅସୀମତା ଅଛି । ଭାରତର ଢାଲ ହେଉଛନ୍ତି ଏହାର ଲୋକମାନେ। ଏହି ଦୁନିଆରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ। ଆମେ ଏକ ଦଳ। ଏହି ପୋ‌ଷ୍ଟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.