ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଲୁହରେ ଭିଜିଲା ସହିଦ ରାଜକିଶୋର ମୁଣ୍ଡାଙ୍କ ଗାଁ , ନୂଆଗାଁ ପଞ୍ଚାୟତ ପାଳିଲା ଶୋକ

Published By : Suraj Kumar | March 31, 2025 10:38 PM

କେନ୍ଦୁଝର ସଦର,୩୧/୩(ଆପ୍ର) କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ଗ୍ରାମର ଢିପା ସାହିର  ରାଜକିଶୋର ମୁଣ୍ଡା(୪୩) ଙ୍କ ଶନିବାର ଅରୁଣାଞ୍ଚଳ ପ୍ରଦେଶ ଚାଇନା ବର୍ଡର ଟେଙ୍ଗା ନିକଟରେ ଏକ ସଡକ ଦୁର୍ଘଟଣାରେ ସହିଦ ହୋଇଯାଇଛନ୍ତି। 

ରାଜକିଶୋର ରାଇସୁଆଁ ମହାବିଦ୍ୟାଳୟରୁ +୨ ଶିକ୍ଷା ଗ୍ରହଣ କରିବା ପରେ ଗତ ୨୦୦୧ ମସିହାରେ ଭାରତୀୟ ସେନା ବାହିନୀରେ ଯୋଗ ଦେଇ ସିପାହୀରୁ ନାଏକ ତାପରେ ହାବିଲଦାର ହୋଇଥିଲେ । ଗତ ୨୦୨୫ ଜାନୁଆରୀ ମାସରେ ଅବସର ଗ୍ରହଣ କରିବାର ଥିଲା। ଦେଶ ପ୍ରେମ ପାଇଁ ରାଜକିଶୋର ପୁଣି ଦୁଇ ବର୍ଷ ଦେଶ ସେବା ପାଇଁ ମନସ୍ଥ କରି ଦେଶ ସେବାରେ କାର୍ଯ୍ୟରତ ଥିଲେ।  ମାର୍ଚ୍ଚ ୨୯ ତାରିଖରେ  ଅପରେସନ ଗାଡ଼ି ନେଇ   ଅରୁଣାଞ୍ଚଳ ପ୍ରଦେଶ ଚାଇନା ବର୍ଡର ଟେଙ୍ଗା ଯାଉଥିଲେ। ରାସ୍ତାରେ ଯିବା ବାଟରେ ପାହାଡ଼ରୁ ଏକ ପଥର ଖସି ପଡ଼ିଥାଏ ସେହି ଦୀନ ସକାଳ ୯.୩୦ସମୟରେ ବିପରୀତ ଦିଗରୁ ଏକ ଯାତ୍ରୀ ବାହି ବସ ଆସୁଥିଲା । ତାକୁ ବଞ୍ଚାଇବାକୁ ଯାଇ ପଥରେ ସେନା ଗାଡ଼ି ବାଡ଼େଇ ହୋଇ ଓଲଟି ପଡ଼ିଥିଲା। ଗାଡ଼ି ତଳେ ଚାପି ହୋଇ ସହିଦ ହୋଇଛନ୍ତି ରାଜକିଶୋର ମୁଣ୍ଡା। 

ତାଙ୍କ ସ୍ତ୍ରୀ ଅନିତା ମୁଣ୍ଡା ଶେଷ ଥର ପାଇଁ ୨୯ ତାରିଖ ୯ଟା ସମୟରେ ସ୍ଵାମୀ ରାଜକିଶ୍ୱର ସହିତ ଘର ଭଲ ମନ୍ଦ ଛୁଆପିଲା ପଢା ବାବଦରେ କଥା ହୋଇଥିଲେ। ପାଞ୍ଚ ଭାଇ ଭଉଣୀ ମଧ୍ୟରୁ ରାଜକିଶୋର ହେଉଛନ୍ତି ଚତୁର୍ଥ  । ବଡ଼ ଭାଈ ମକରଧ୍ବଜ ମୁଣ୍ଡା ପୋଲିସ ଏବଂ ସାନ ଭାଇ ଯାଦବ ଚନ୍ଦ୍ର ମୁଣ୍ଡା ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଆଜି ପାର୍ଥିବ ମର ଶରୀରକୁ ନିଜ ଜନ୍ମ ମାଟିକୁ ଆଣିଲା ବେଳେ ଜିଲ୍ଲାପାଳ କାର୍ଯ୍ୟାଳୟ, ପଦ୍ମପୁର ବଜାର ଛକ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଶେଷ କୃତ୍ୟ ସଂପନ୍ନ କରାଯାଇଛି। ଏଥିରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲା ଆରୋକ୍ଷି ଅଧିକାରି କୁଶଲକର ନୀତିନ ଡୁଗୁଡୁ, ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ, କେନ୍ଦୁଝର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ କାର୍ଯ୍ୟ ନିର୍ବାହୀ ଅଧିକାରୀ କୁମାର ନାଗ ଭୂଷଣ, ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା, ସଦର ତହସିଲଦାର ଶୁଭେନ୍ଦୁ କୁମାର ସାହୁ,  ପୁଲିସ ପ୍ରଶାସନ, ମୁଖ୍ୟ ମନ୍ତ୍ରୀ ପ୍ରତିନିଧି ଦଳର ଧନୁର୍ଜୟ ମହାନ୍ତ, ବିବେକାନନ୍ଦ ମହାନ୍ତ, ଲମ୍ବୋଦର ମହାନ୍ତ, ଗଣେଶ୍ଵର ମହାନ୍ତ, ଗୀତାଞ୍ଜଳୀ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସହିଦ ପରିବାରକୁ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ମର ଶରୀର ଉପରେ ପୁଷ୍ପ ମାଲ୍ୟାର୍ପଣ କରି ଅମର ଆତ୍ମାର ଶାନ୍ତି କାମନା କରିଛନ୍ତି। ପୋଲିସ୍ ଏଵଂ ଭାରତୀୟ ସେନା ବାହିନୀ ପକ୍ଷରୁ ଗାର୍ଡ ଅଫ ଅନାରରେ ସମ୍ମାନୀତ କରାଯାଇଛି। ବଡ଼ ଝିଅ ସନିଆଁ ମୁଖାଗ୍ନୀ ଦେଇଛନ୍ତି।

 ବାପାଙ୍କ ଉପଦେଶ ମୋତେ ବହୁତ୍ ମନେ ପଡ଼ିବ :

 ବାପା ମୋତେ ବହୁତ୍ ଭଲ ପାଉଥିଲେ। ସମୟ ମିଳିଲେ ମୋତେ ଫୋନ୍ କରି ପାଠ ପଢ଼ା ସହିତ ବହୁତ ଭଲ ଭଲ ଉପଦେଶ ଦେଉଥିଲେ। ବଡ଼ ହୋଇ ଭଲ ମଣିଷ ହେବୁ ଯାହା ଦରକାର ମୁଁ ଦେବୀ ସେଥିରେ କିଛି ଚିନ୍ତା କରିବୁ ନାହିଁ ବୋଲି ସବୁବେଳେ କୁହନ୍ତି। ଆଉ କିଏ କହିବ ସେ ମଧୁର ବଚନ ଜେ ଏକାନ ଶୁଣିବ ବୋଲି ବଡ଼ ଝିଅ ଶୋନିଆଁ ମୁଣ୍ଡା(୨୦) କହିଛନ୍ତି। ସେ ରେଭେନ୍ସା ମହାବିଦ୍ୟାଳୟର ବିକମର ପ୍ରଥମ ବର୍ଷ ଛାତ୍ରୀ। ଶାନ ଝିଅ ଶ୍ରେଣୀ ତୃତୀୟରେ ପାଠ ପଢ଼ା ଜାରୀ ରହିଛି।

 *ପୁରା ପଞ୍ଚାୟତ ପାଳିଲା ଶୋକ

ସହିଦ ରାଜକିଶୋର ମୁଣ୍ଡାଙ୍କ  ପାଇଁ ଆଜି ପୁରା ନୂଆଗାଁ ପଞ୍ଚାୟତ ଶୋକ ପାଳିଛି।ରାଜକିଶୋର ମୁଣ୍ଡା ଜଣେ ମିଷ୍ଟଭାଷୀ ହସ ଖୁସିର ୟୁବକ ଥିଲେ। ଛୁଟିରେ ଆସିଲେ ପିଲାଙ୍କୁ ଭଲ ଭଲ ଉପଦେଶ ଦେଉଥିଲେ। ଯାହା ଯୁବ ବର୍ଗ ମନେ ରଖିବେ ବୋଲି ସ୍ଥାନୀୟ ସରପଞ୍ଚ ଆଶୀର୍ବାଦ ନାୟକ କହିଛନ୍ତି।

 *ସହିଦଙ୍କର ବଡ଼ ଭଉଣୀ ପାର୍ବତୀ ମୁଣ୍ଡା

ମୁଁ ବଞ୍ଚି ଥାଉ ଥାଉ ମୋ ଆଖି ଆଗରେ ଶାନ ଭାଇ ଚାଲିଗଲା ସହି ହେଉନାହିଁ ବହୁତ୍ କଷ୍ଟ ଲାଗୁଛି। ହେଲେ ମୋ ସାନ ଭାଇ ଆଜି ଦେଶ ପାଇଁ ଜୀବନ ଦେଇଛି ତାହା ଆମ ପାଇଁ ଗୌରବର କଥା ବୋଲି କହିଛନ୍ତି।

*ଗୋପବନ୍ଧୁ ମହାନ୍ତ ( ଅବସପ୍ରାପ୍ତ ସେନା କର୍ମଚାରୀ)

ସହିଦ ରାଜକିଶୋର ମୁଣ୍ଡା ଜଣେ ଖୁବ୍ ଦକ୍ଷ ଦାୟିତ୍ଵ ନିର୍ବାହର ସେନା ଭାବେ ଥିଲେ। ସେ ଯେଉଁଥିରେ ଥିଲେ ମୁଁ ମଧ୍ୟ ସେଥିରେ କାର୍ଯ୍ୟ କରିଥିଲି। ଆଖି ଆଗରେ ସାନଭାଇଟି ସହିଦ ହୋଇଗଲା ଦୁଃଖ ଲାଗିଲେବି ସହୀଦ ହୋଇ ସମ୍ମାନ ଆଣିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.