ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ରାଜପଥରୁ ୨୦୦ ମିଟର ତଳକୁ ଖସିଲା ସାଇ କ୍ରିଷ୍ଣନା ବସ୍‌, ତଦନ୍ତ କରୁଛି ପୋଲିସ

Published By : Prameya | December 8, 2024 1:06 PM

ଗଞ୍ଜାମ ୦୮/୧୨: ଗଞ୍ଜାମ ଥାନା ଅନ୍ତର୍ଗତ ଶନିମନ୍ଦିର ନିକଟ ୧୬ ନମ୍ବର ଜାତୀୟ ରାଜପଥରୁ ୨୦୦ ମିଟର ତଳକୁ ଖସି  ଓଡି32ବି 3299 ନଂ ବିଶିଷ୍ଠ ସାଇ କ୍ରିଷ୍ଣନା ନାମକ  ବସ୍ ଦୃଘଟଣା ଗ୍ରସ୍ତ ହୋଇ ପଡ଼ିଛି l ସୂଚନା ପାଇ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ଏବଂ ଏଏସଆଇ ଜି ଅନନ୍ତ ରାଓ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ l ଅନୁସନ୍ଧାନ ଅନୁଯାଇସାଇ କ୍ରିଷ୍ଣନା ନାମକ ବସ୍ ଟି ର ମାଲିକ ଆସିକା ଅଞ୍ଚଳର ସନ୍ତୋଷ ପଲେଇ ବୋଲି ଜଣାପଡିଥିଲା l ଏହାପରେ ଗଞ୍ଜାମ ଥାନା ପକ୍ଷରୁ ବସ୍ ମାଲିକ ସନ୍ତୋଷ ପଲେଇଙ୍କୁ ବସ୍ ଟି ଗଞ୍ଜାମ ଥାନା ଅଞ୍ଚଳରେ ଦୁର୍ଘଟଣା ହୋଇଥିବା ସୂଚନା ଦେଇଥିଲେ l ସୂଚନା ପାଇ ଆସିକାରୁ ସନ୍ତୋଷଙ୍କ ଭଣଜା ସୂର୍ଯ୍ୟନାରାୟଣ ପଲେଇ ଘଟଣାସ୍ଥଳରେ ଆସି ପହଞ୍ଚିଛନ୍ତି l 

ସୂର୍ଯ୍ୟ ନାରାୟଣଙ୍କ ସୂଚନା ଅନୁଯାୟୀ, ଗାଡିଟିକୁ ଭୋର ସମୟରେ ବସ୍ ଷ୍ଟାଣ୍ଡ ଯାଇ ଦେଖିବାରୁ ବସ୍ ରହିବା ସ୍ଥାନରେ ନଥିଲା l ଷ୍ଟାଣ୍ଡ ଅଫିସର ସିସି କେମେରା ଯାଞ୍ଚ ପରେ ଜଣାପଡିଥିଲାକି ବସ୍ ଟି ରାତି ୨ଟା ୧୧ ମିନିଟ ସମୟରେ ଷ୍ଟାଣ୍ଡରୁ ବାହାରକୁ ଯାଇଛି l ବସ ଚୋରିହୋଇ ଯାଇଥିବା ନେଇ ବସ୍ ମାଲିକ ସନ୍ତୋଷ ପଲେଇ ଆସିକା ଥାନାରେ ରବିବାର ସଖାଳେ  ଏକ ଏତଲା ପ୍ରଦାନ କରିଛନ୍ତି l ଏପାଖେ ଗଞ୍ଜାମ ଥାନାରୁ ଖବର ପାଇ ବସ୍ ଟି ଗଞ୍ଜାମ ଥାନା ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲେ l ବସ୍ ଚୋରି ହୋଇଥିବା ନେଇ ଗଞ୍ଜାମ ଥାନାରେ ବସ୍ ମାଲିକଙ୍କ ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଏଯାବତ ହୋଇନଥିବା କହିଛନ୍ତି ଏଏସଆଇ ଜି. ଅନନ୍ତ ରାଓ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.