ଭୁବନେଶ୍ବର,୯।୫ :  ଭୁବନେଶ୍ବର ସ୍ଥିତ ସୈନିକ ସ୍କୁଲ ପରିସରରେ  ଅଖିଳ ଭାରତ ସୈନିକ ସ୍କଲ ଇଣ୍ଟର ଗ୍ରୁପ ଫୁଟବଲ ଟୁର୍ଣ୍ଣାମେଣ୍ଟ -୨୦୨୫ ଆରମ୍ଭ ହୋଇଛି। କ୍ରୀଡା ଓ  ଯୁବ ସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସୈନିକ ସ୍କୁଲର ବ୍ୟବସ୍ଥାପନାକୁ କେବଳ ଶିକ୍ଷା ନୁହେଁ ବ୍ୟକ୍ତିତ୍ବ ଗଠନ, କ୍ରୀଡା ଦକ୍ଷତା  ପାଇଁ ସୈନିକ ସ୍କୁଲ ବ୍ୟବସ୍ଥାକୁ  କ୍ରୀଡା ମନ୍ତ୍ରୀ ପ୍ରଶଂସା କରିଥିଲେ।

 ଏହି ଚାମ୍ପିୟନସିପରେ ଭିନ୍ନ ଭିନ୍ନ ସୈନିକ ସ୍କୁଲ ଓ ଏସବିଭିଏମ ସୈନିକ ସ୍କୁଲର ୨୪ଟି ଦଳ ଯୋଗ ଦେଇଛନ୍ତି। ଏଥିରେ ୩ଟି ବର୍ଗ ପ୍ରତିଦ୍ବନ୍ଦିତା କରିବେ। ସବ ଜୁନିୟର ( ଅଣ୍ଡର-୧୫), ଜୁନିୟର ବୟଜ, ଜୁନିୟର ଗାର୍ଲସ (ଅଣ୍ଡର -୧୭) ୩ଟି ବର୍ଗରେ ଜାତୀୟ ସମ୍ମାନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ। ପ୍ରତ୍ୟେକ ଶ୍ରେଣୀର ବିଜୟୀ ଦଳ ସୁବ୍ରୋତୋ କପ୍ ଆନ୍ତର୍ଜାତୀୟ ପ୍ରତିଯୋଗିତା-୨୦୨୫ରେ ସୈନିକ ସ୍କୁଲର ପ୍ରତିନିଧିତ୍ବ କରିବେ। ଏହି କାର୍ଯ୍ୟକ୍ରମ  ଜୁନ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। 

ସୈନିକ ସ୍କୁଲ ଭୁବନେଶ୍ବର ଅଧ୍ୟକ୍ଷ କର୍ଣେ୍ଣଲ ପଙ୍କଜ କୁମାର ସ୍ବାଗତ ଭାଷଣ ଦେଇଥିଲେ। ଯୁବ କ୍ୟା‌ଡେଟମାନଙ୍କ ଚରିତ୍ର ଗଠନ ଏବଂ ସହଶୀଳତା ବିକାଶରେ କ୍ରୀଡାର ଭୂମିକା  ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରତ୍ୟେକ ବର୍ଗର ଫାଇନାଲ ମ୍ୟାଚ ୧୫ ଜୁନରେ ଅନୁଷ୍ଠିତ ହେବ।