ନୂଆଦିଲ୍ଲୀ,୦୩/୦୫; ଗତ ବର୍ଷ ଅନୁଷ୍ଠିତ ଏସିଆ କପ୍ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ପରସ୍ପରକୁ ୩ଥର ଭେଟିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ସମୟରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ଖେଳାଳିଙ୍କ ସହ ହ୍ୟାଣ୍ଡସେକ୍ କରିନଥିଲେ । ସେତେବେଳେ ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ଓ ଭାରତୀୟ ଦଳକୁ ସମାଲୋଚନା କରାଯାଇଥିଲା । ଚଳିତ ବର୍ଷ ଅନୁଷ୍ଠିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ମଧ୍ୟ ଭାରତୀୟ ଦଳ ପାକ ଦଳ ସହ କରମର୍ଦ୍ଦନ କରିନଥିଲା । ଉଭୟ ଟୁର୍ଣ୍ଣାମେଣ୍ଟରେ ଭାରତ ଚାମ୍ପିଅନ ହୋଇଥିଲା । ଏସିଆ କପ୍ ସମ୍ପୂର୍ଣ୍ଣ ଘଟଣା ଜଣାଇଛନ୍ତି ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘା ।
ସେ କହିଛନ୍ତି, ଭାରତୀୟ ଦଳର ଅଧିନାୟକ ହ୍ୟାଣ୍ଡସେକ ନକରିବା ପାଇଁ ନିଷ୍ପତ୍ତି ନେଇଥିବା ଖବର ମୁଁ କେବଳ ଟସ ସମୟରେ ଜାଣିବାକୁ ପାଇଥିଲି । ଟସ ପୂର୍ବରୁ ମ୍ୟାଚ ରେଫରୀ ମୋତେ ଏ ବିଷୟରେ ଅବଗତ କରାଇଥିଲେ । ମୁଁ ମଧ୍ୟ କରମର୍ଦ୍ଦନ ପାଇଁ ଆଗ୍ରହୀ ନଥିଲି । ଅବଶ୍ୟ ମ୍ୟାଚ ପରେ ଭାରତୀୟ ଦଳ ଡ୍ରେସିଂ ରୁମ୍ରୁ ନବାହାରିବା ଚକିତ କରିଥିଲା । ଆମ ଦଳ ପୂର୍ଣ୍ଣ ଖେଳୁଆଡ ମନୋଭାବ ସହ କରମର୍ଦ୍ଦନ ପାଇଁ ଭାରତୀୟ ଦଳର ଡ୍ରେସିଂ ରୁମ୍ ନିକଟକୁ ଯାଇଥିଲା । ହେଲେ ଭାରତୀୟ ଦଳ ଦ୍ୱାର ଖୋଲି ନଥିଲେ । ଆମେ ଅନ୍ତତଃ ପକ୍ଷେ ଏଭଳି ବ୍ୟବହାର ଆଶା କରିନଥିଲୁ ବୋଲି ଆଘା ଜଣାଇଛନ୍ତି ।
ଏହା ବି ପଢନ୍ତୁ...IPL 2026: ସନ୍ଡେ ମୁକାବିଲାରେ ହାଇଦ୍ରାବାଦକୁ ଭେଟିବ କୋଲକାତା, ରିଙ୍କୁଙ୍କୁ ଅଟକାଇବାକୁ SRHର ସ୍ୱତନ୍ତ୍ର ରଣନୀତି
ସଲମାନ ଆଘା ଆହୁରି କହିଛନ୍ତି, ମୁଁ ଟସ୍ ପାଇଁ ଯାଇଥିଲି। ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ଥିଲା । ଟ୍ରଫି ସହିତ ଏକ ଫଟୋସୁଟ୍ ହୋଇଥିଲା ଏବଂ ତା'ପରେ ଏକ ହାତ ମିଳାଇବାପଥିଲା। ଯେତେବେଳେ ମୁଁ ଟସ୍ ପାଇଁ ଯାଉଥିଲି, ମୁଁ ସମ୍ପୂର୍ଣ୍ଣ ସ୍ୱାଭାବିକ ଥିଲି । ମୋର ଧାରଣା ଥିଲା ଯେ ଏହା ଏତେ ସ୍ୱାଭାବିକ ହେବ ନାହିଁ, କିନ୍ତୁ ମୁଁ ଜାଣି ନଥିଲି ଯେ ହାତ ମିଳାଇ ହେବ ନାହିଁ । ମୋର ଏ ବିଷୟରେ କୌଣସି ଧାରଣା ନଥିଲା। "
କହି ରଖୁଛୁ କି, ଏପ୍ରିଲ ୨୨ ତାରିଖରେ ଜମ୍ମୁ କାଶ୍ମୀର ପହଲଗାମର ବୈସରନ ଘାଟିରେ ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୨୬ ଜଣ ନୀରିହ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଭାରତ-ପାକିସ୍ତାନ ବିବାଦ ବଢିଥିଲା । ଏସିଆ କପ ଦୁଇ ଦେଶର ମ୍ୟାଚ ବାତିଲ ପାଇଁ ଦାବି ହୋଇଥିଲା । ମ୍ୟାଚ ତ ହୋଇଥିଲା ହେଲେ ଭାରତ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇନଥିଲା କି ଏସିଆ କପ ଟ୍ରଫି ବି ମୋହସିନଙ୍କ ହାତରୁ ନେଇନଥିଲା । ବିନା ଟ୍ରଫିରେ ବିଜୟ ସେଲିବ୍ରେସନ କରିଥିଲା ଟିମ୍ ଇଣ୍ଡିଆ ।