ନୂଆଦିଲ୍ଲୀ,୭।୧: ଆହୁରି ବଢିଲା ବଲିଉଡ ସୁପରଷ୍ଟାର ସଲମାନ ଖାନ୍ଙ୍କ ସୁରକ୍ଷା। ଏବେ ତାଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ସ୍ଥିତ ଫ୍ଲାଟର ବାଲକୋନୀକୁ ମଧ୍ୟ କଭର କରି ଦିଆଯାଇଛି। ତାଙ୍କ ଫ୍ଲାଟର ଯେଉଁ ଫଟୋ ସାମନାକୁ ଆସିଛି ସେଥିରେ ଦେଖିବାକୁ ମିଳିଛି ଘରର ବାଲକୋନୀକୁ ବୁଲେଟପ୍ରୁଫ୍ ଜ୍ୟାକେଟ୍ରେ କଭର କରି ଦିଆଯାଇଛି। ଏହାର ଅର୍ଥ ଯଦି କେହି ଗୁଳି ତାଙ୍କ ଫ୍ଲାଟକୁ ଟାର୍ଗେଟ କରି ଚଳାଏ ତେବେ ତାଙ୍କ ଘରରକ କାନ୍ଥ କ୍ଷତିଗ୍ରସ୍ତ ହେବନି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପକ୍ଷରୁ ସଲମାନ ଖାନ୍ ଓ ତାଙ୍କ ପରିବାରକୁ ବହୁବାର ଧମକ ମିଳିସାରିଛି। ଏହାପରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତେବେ ସଲମାନଙ୍କ ଘରେ ଏଭଳି ସୁରକ୍ଷା ବଢାଯିବା ଏବେ ତାଙ୍କ ଫ୍ୟାନ୍ଙ୍କୁ ନିରାଶ କରିଛି। କାରଣ ସେମାନେ ଏହି ବାଲକୋନୀରୁ ସଲମାନଙ୍କୁ ଦେଖୁଥିଲେ।
ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଯେ, ସଲମାନ ଖାନ୍ଙ୍କ ଫ୍ଲାଟର ବାଲକୋନୀକୁ ବୁଲେଟପ୍ରୁଫ୍ ଗ୍ଳାସ ଜରିଆରେ କଭର କରି ଦିଆଯାଇଛି। ଏହିଠାରୁ ସଲମାନ ଖାନ୍ ନିଜ ଫ୍ୟାନ୍ଙ୍କ ଅଭିବାଦନ ସ୍ବୀକାର କରୁଥିଲେ। ଏବେ ଏହି ବାଲକୋନୀ ସମ୍ପୂର୍ଣ୍ଣ ଭାବରେ କଭର ହୋଇଯାଇଛି। ପ୍ରଶଂସକମାନେ ସଲମାନ ଖାନ୍ଙ୍କୁ ଦେଖିପାରିବେନି।
ଇଦ୍, ଜନ୍ମଦିନ ଓ ଅନ୍ୟ ଉତ୍ସବରେ ସେ ଏହି ବାଲକୋନୀରେ ଆସି ଫ୍ୟାନ୍ଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରୁଥିଲେ। ତାଙ୍କ ଘର ବାହାରେ ଶହ ଶହ ଫ୍ୟାନ୍ ଠିଆ ହେଉଥିଲେ। ସଲମାନ ମଧ୍ୟ ପ୍ରଂଶସକଙ୍କୁ ନିରାଶ କରୁନଥିଲେ। ସବୁବେଳେ ବାଲକୋନୀରୁ ପ୍ରଶଂସକଙ୍କୁ ଦେଖା କରୁଥିଲେ। ସଲମାନଙ୍କ ଘନିଷ୍ଠ ମିତ୍ର ଓ ଏନ୍ସିପି ଲିଡର ବାବା ସିଦ୍ଧକିଙ୍କ ହତ୍ୟା ପରେ ସୁରକ୍ଷା ବଢାଇ ଦିଆଯାଇଛି।