ପ୍ରମୂଖ ଖବର
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ, ୫ କୋଟି ଟଙ୍କା ଦାବି

Published By : Anindita Ratha | October 18, 2024 9:51 AM

ମୁମ୍ବାଇ,୧୮/୧୦:   ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ।  ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ଶତ୍ରୁତା ବେଶ୍‌ ପୁରୁଣା। ନିକଟରେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ତାଙ୍କର ଜୀବନ ପ୍ରତି ରହିଛି ଘୋର ବିପଦ। ଲରେନ୍ସ ଗ୍ୟାଙ୍ଗ ବାରମ୍ବାର ତାଙ୍କୁ ହତ୍ୟା ଧମକ ଦେଇ ଚାଲିଥିବା ବେଳେ ଏବେ ପୁଣି ସଲମାନଙ୍କୁ ହତ୍ୟା କରିବାକୁ ମିଳିଛି ଧମକ। ମୁମ୍ବାଇ ଟ୍ରାଫିକ୍‌ ପୋଲିସ ନିକଟକୁ ହ୍ୱାଟସଆପ୍‌ରେ ସଲମାନ ଖାନ୍‌ଙ୍କ ନାଁରେ ଧମକପୂର୍ଣ୍ଣ ମେସେଜ ମିଳିଛି। ଏଥିରେ ସଲମାନଙ୍କ ଠାରୁ ୫ କୋଟି ଟଙ୍କା ଦାବି କରାଯାଇଛି। ମେସେଜରେ ଲେଖାଯାଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସୁରକ୍ଷିତ ରହିବାକୁ ଚାହୁଁଥିଲେ ସଲମାନ ୫ କୋଟି ଟଙ୍କା ଦିଅନ୍ତୁ। ନଚେତ ବାବା ସିଦ୍ଦିକିଙ୍କ ଠାରୁ ବି ତାଙ୍କ ଅବସ୍ଥା ଖରାପ ହେବ। ତାଙ୍କ ଜୀବନ ପ୍ରତି ବିପଦ ରହିଛି। 

ମେସେଜ ପଠାଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅତି ନିକଟତର ବୋଲି କହିଛି। ଏହି ଧମକପୂର୍ଣ୍ଣ ମେସେଜ ପାଇବା ପରେ ମୁମ୍ବାଇ ପୁଲିସ ତନାଘନା ଆରମ୍ଭ କରିଛି। ଏହାପୂର୍ବୂରୁ ସଲମାନଙ୍କ ହତ୍ୟା ଷଡ଼ଯନ୍ତ୍ର ରଚିବା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ବୁଧବାର ଦିନ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ସଲମାନଙ୍କ ଫାର୍ସ ହାଉସରେ ରେକି କରିଥିବା ଅଭିଯୁକ୍ତଙ୍କୁ ହରିୟାଣାର ପାନିପାତରୁ ଗିରଫ କରାଯାଇଛି। ଉକ୍ତ ବ୍ୟକ୍ତିର ନାମ ହେଉଛି ସୁକ୍‌ଖା ଓରଫ ସୁଖବିର ବଲବିର ସିଂହ। ସେ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଶାର୍ପ ସୁଟର ଏବଂ ତାଙ୍କୁ ନାବି ମୁମ୍ବାଇ ଅଣାଯାଇଛି। ତାଙ୍କୁ କୋର୍ଟରେ ହାଜର କରାଯିବ। ତେବେ ପୋଲିସ ସୂଚନା ମୁତାବକ , ସୁକ୍‌ଖାଙ୍କୁ ଗିରଫ କରିବା ଲାଗି ପୁଲିସ ବୁଧବାର ରାତି ପ୍ରାୟ ସାଢ଼େ ୧୦ଟାରେ ପାନିପତରେ ପହଞ୍ଚିଥିଲା। ସେଠାର ଅଭିନନ୍ଦନ ହୋଟେଲର ରୁମ୍‌ ନଂ ୧୦୪ରୁ ତାଙ୍କୁ ଗିରଫ କରାଯାଇଥିଲା। ସେ ନିଜର ବେଶ ବଦଳାଇ ସେଠାରେ ଲୁଚିଥିଲେ। ସେ ପାନିପତର ରେରକଲା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ତେବେ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିବା ପାଇଁ ଦାୟିତ୍ୱ ଦେଇଥିଲା। ତାଙ୍କ ଦଳର କିଛି ସଦସ୍ୟ ଗିରଫ ହୋଇଥିଲେ ହେଁ ସୁକ୍‌ଖା ଫେରାର ଥିଲେ। ଏବେ ବାବା ସିଦ୍ଧକିଙ୍କ ହତ୍ୟାର ଯାଞ୍ଚ କରୁଥିବା ବେଳେ ପୁଲିସକୁ ବଡ଼ ସଫଳତା ମିଳିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.