ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ସିକନ୍ଦର ପାଇଁ କେତେ ଫିସ୍ ନେଇଛନ୍ତି ସଲମାନ ଖାନ ? ଭାଇଜାନଙ୍କ ତୁଳନାରେ ୨୪ ଗୁଣ କମ୍ ନେଇଛନ୍ତି ପୁଷ୍ପା କୁଇନ୍ ରଶ୍ମିକା ମନ୍ଦାନା...

Published By : Ladu Kishor | March 26, 2025 8:03 PM

ନୂଆଦିଲ୍ଲୀ: ସଲମାନ ଖାନଙ୍କ ସିକନ୍ଦରକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା। ସଲମାନ ଖାନ ସିକନ୍ଦର ମାଧ୍ୟମରେ ବକ୍ସ ଅଫିସରେ ଧମାଲ କରିବାକୁ ଯାଉଛନ୍ତି। ଏହି ଫିଲ୍ମଟି ଇଦ୍ ଅବସରରେ ମୁକ୍ତିଲାଭ କରୁଛି। ଏହି ଫିଲ୍ମରେ ରଶ୍ମିକା ମନ୍ଦାନ୍ନା, କାଜଲ ଅଗ୍ରୱାଲ, ଶର୍ମନ ଜୋଶୀଙ୍କ ଭଳି ଷ୍ଟାରମାନେ ନଜର ଆସିବେ। ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ୍ ହୋଇସାରିଛି। ସଲମାନ ଖାନଙ୍କୁ ଆକ୍ସନ ଅବତାରରେ ଦେଖିବା ପାଇଁ ପ୍ରଶଂସକ ମାନେ ବହୁତ ଉତ୍ସାହିତ। ଏବେ ଆସନ୍ତୁ ଜାଣିବା ଏହି ବିଗ୍ ବଜେଟରେ ଫିଲ୍ମରେ ସଲମାନ ଖାନ କେତେ ଫିସ୍ ନେଇଛନ୍ତି ...

ବଲିଉଡ୍ ଶାଦିଜ୍ ଅନୁଯାୟୀ, ସଲମାନ ଖାନ ଏହି ଫିଲ୍ମ ପାଇଁ ମୋଟା ଅଙ୍କର ଫିସ୍ ନେଇଛନ୍ତି। ସେ ଫିଲ୍ମର ବଜେଟର ଅଧାରୁ ଅଧିକ ଟଙ୍କା ନେଇଛନ୍ତି। ଫିଲ୍ମର ବଜେଟ୍ ୨୦୦ କୋଟି ଟଙ୍କା ଏବଂ ରିପୋର୍ଟ ଅନୁଯାୟୀ ସଲମାନ ଖାନ ୧୨୦କୋଟି ଟଙ୍କା ଚାର୍ଜ କରିଛନ୍ତି। ଏହା ସହିତ, ଫିଲ୍ମର ଲାଭ ଅଂଶରେ ତାଙ୍କର ମଧ୍ୟ ଅଂଶ ଅଛି।

ଫିଲ୍ମରେ ରଶ୍ମିକା ମନ୍ଦାନା ଫିମେଲ୍ ଲିଡ୍ ଭୂମିକାରେ ଅଛନ୍ତି। ରଶ୍ମିକା ମନ୍ଦାନା ଆନିମଲ୍, ପୁଷ୍ପା, ପୁଷ୍ପା 2 ଏବଂ ଛାବା ଭଳି ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ଏବେ ଯାହା ସୂଚନା ରହିଛି, ସିକନ୍ଦର ପାଇଁ ତାଙ୍କୁ ବହୁତ କମ୍ ପାରିଶ୍ରମିକ ମିଳିଛି। ରିପୋର୍ଟ ଅନୁସାରେ, ରଶ୍ମିକା ସଲମାନ ଖାନଙ୍କ ତୁଳନାରେ ୨୪ ଗୁଣ କମ୍ ଫିସ୍ ପାଇଛନ୍ତି। ତାଙ୍କୁ ୫ କୋଟି ଟଙ୍କା ଫିସ୍ ମିଳିଛି ବୋଲି ସୂଚନା ରହିଛି। ସେହିଭଳି କାଜଲ ଅଗ୍ରୱାଲ ଏହି ଫିଲ୍ମ ପାଇଁ ୩ କୋଟି ଟଙ୍କା ଫିସ୍ ନେଇଛନ୍ତି। ଫିଲ୍ମରେ ଶର୍ମନ ଜୋଶୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏଥିପାଇଁ ତାଙ୍କୁ ୭୫ ଲକ୍ଷ ଟଙ୍କା ଫିସ୍ ମିଳିଛି, ଯେତେବେଳେ କି ପ୍ରତୀକ ବବରଙ୍କୁ ୬୦ ଲକ୍ଷ ଟଙ୍କା ଫିସ୍ ମିଳିଛି। ବାହୁବଳୀରେ କଟ୍ଟପ୍ପା ଭୂମିକା ପାଇଁ ଜଣାଶୁଣା ସତ୍ୟରାଜଙ୍କୁ ଏହି ଫିଲ୍ମ ପାଇଁ ୫୦ ଲକ୍ଷ ଟଙ୍କା ଫିସ୍ ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.