ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସଲମାନଙ୍କୁ ହତ୍ୟା ଧମକ ଦେବା ଘଟଣା, ପରିବା ବିକାଳି ଗିରଫ

Published By : Anindita Ratha | October 24, 2024 10:35 AM

ମୁମ୍ବାଇ,୨୪/୧୦:ସଲମାନ ଖାନଙ୍କୁ ହତ୍ୟା ଧମକ ଦେବା ଘଟଣା। ଏନେଇ ଆକ୍ସନ ମୋଡରେ ପୋଲିସ ।  ଏହି ମାମଲାରେ ଝାଡଖଣ୍ଡର ଜାମସେଦପୁରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ  । ଯିଏ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇ ନାଁରେ ସଲମାନ ଖାନଙ୍କୁ ଧମକ ଦେଇଥିଲେ ଏବଂ ୫ କୋଟି ଟଙ୍କା ମାଗିଥିଲେ । ଏହି ବ୍ୟକ୍ତି ଜଣକ ପରିବା ବିକାଳି ଶେଖ ହୁସେନ୍ ଶେଖ ମୋସିନ୍ ବୋଲି ଅଭିଯୁକ୍ତ ଜଣାପଡିଛି । ତେବେ ପୋଲିସ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଖୁବଶୀଘ୍ର ମୁମ୍ବାଇ ଅଣାଯିବ ବୋଲି ସୂଚନା ଦେଇଛି ।

ସୂଚନାନୁସାରେ, ମୁମ୍ବାଇ ଟ୍ରାଫିକ ପୋଲିସକୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଥିଲା । ଏହି ମେସେଜ ପାଇବା ପରେ ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମୁମ୍ବାଇ ପୋଲିସ କହିଛି, "ଜାମସେଦପୁରରେ ସ୍ଥାନୀୟ ପୋଲିସ ସହାୟତାରେ ଯାଞ୍ଚ କରାଯାଇଥିଲା ଏବଂ ଧମକପୂର୍ଣ୍ଣ ମେସେଜ ପଠାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏବେ ତାଙ୍କୁ ମୁମ୍ବାଇ ଅଣାଯିବ ।"ତେବେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ମେସେଜ ପଠାଇଥିବା ବ୍ୟକ୍ତିଙ୍କ ସ୍ଥାନ ଝାଡଖଣ୍ଡରେ ବୋଲି ଜଣାପଡିଛି । ସେ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ନିକଟତର ବୋଲି ଦାବି କରି କହିଥିଲେ ଯେ ଯଦି ତାଙ୍କୁ ୫ କୋଟି ଟଙ୍କା ଦିଆନଯାଏ ତେବେ ସେ ସଲମାନଙ୍କୁ ହତ୍ୟା କରିବେ । ସେ ଆହୁରି ମଧ୍ୟ ଲେଖିଥିଲେ ଯେ ଏହାକୁ ହାଲୁକା ଭାବେ ନିଅ ନାହିଁ, ଯଦି ସଲମାନ ଖାନ ଜୀବନ୍ତ ରହିବାକୁ ଚାହାଁନ୍ତି ଏବଂ ଲରେନ୍ସ ବିଷ୍ଣୌଇ ସହ ତାଙ୍କର ଶତ୍ରୁତାକୁ ଶେଷ କରିବାକୁ ହେଲେ ତାଙ୍କୁ ୫ କୋଟି ଟଙ୍କା ଦେବାକୁ ପଡିବ । ଯଦି ଟଙ୍କା ଦିଆଯାଇନଥାଏ ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଅବସ୍ଥା ଖରାପ ହେବ । ହ୍ବାଟ୍ସଆପ ମେସେଜ ଜରିଆରେ ଅକ୍ଟୋବର ୧୮ ରେ ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଧମକପୂର୍ଣ୍ଣ ମେସେଜ ପଠାଇଥିଲା ଅଭିଯୁକ୍ତ । ଏହା ପରେ ଅଭିଯୁକ୍ତ ୨୧ ଅକ୍ଟୋବରରେ ସମାନ ନମ୍ୱରରେ ଆଉ ଏକ ମେସଜ କରି କ୍ଷମା ପ୍ରାର୍ଥନା ବି କରିଥିଲା ।ହେଲେ ପୋଲିସ ସେହି ନମ୍ୱର ନେଇ ତଦନ୍ତ ଆରମ୍ଭ କରିବା ପରେ ତାହା ଝାଡ଼ଖଣ୍ଡର ଜାଣିବାକୁ ପାଇଥିଲା । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.