ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୧୫୦ କୋଟି ଟଙ୍କାର ଜମି ଦୁର୍ନୀତି ଉପରେ ସାମ୍ ପିତ୍ରୋଡାଙ୍କ ପ୍ରତିକ୍ରିୟା; କହିଲେ, 'ଭାରତରେ ମୋର ଘର ନାହିଁ, ଜମି ନାହିଁ, ସେୟାର ନାହିଁ'

Published By : Soubhagya Ranjan | February 27, 2025 1:29 PM

Image source: ABP Live

ନୂଆଦିଲ୍ଲୀ,୨୭/୦୨: ଭାରତୀୟ ଜନତା ପାର୍ଟି (ବିଜେପି) ନେତାଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ଖଣ୍ଡନ କରି, ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ମୁଖ୍ୟ ସାମ୍ ପିତ୍ରୋଡା ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଭାରତରେ କୌଣସି ଜମି, ଘର କିମ୍ବା ସେୟାର ନାହିଁ। ସେ ଏହି ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ତାଙ୍କୁ ଅଯଥାରେ ବିବାଦ ଭିତରକୁ ଟଣାଯାଉଛି। 

ବିଜେପି ନେତା ଏନ. ଆର. ରମେଶ ଅଭିଯୋଗ କରିଛନ୍ତି ଯେ 'ସାମ୍ ପିତ୍ରୋଡା, ବନ ବିଭାଗର ଅଧିକାରୀମାନଙ୍କ ସମେତ ପାଞ୍ଚ ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ମିଶି ବେଙ୍ଗାଲୁରୁର ୟେଲହଙ୍କାରେ ୧୨.୩୫ ଏକର ସରକାରୀ ଜମି ବେଆଇନ ଭାବରେ ଦଖଲ କରିଛନ୍ତି। ଏହି ଜମିର ମୂଲ୍ୟ ପ୍ରାୟ ୧୫୦ କୋଟି ଟଙ୍କା ଆକଳନ କରାଯାଇଛି। ଏହି ମାମଲାରେ, ବୃହତ ବେଙ୍ଗାଲୁରୁ ମହାନଗର ପାଳିକାର ପୂର୍ବତନ କାଉନସିଲର ରମେଶ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କର୍ଣ୍ଣାଟକ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସାମ୍ ପିତ୍ରୋଡା ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ବିବୃତ୍ତି ଜାରି କରି କହିଛନ୍ତି, "ଭାରତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଦୃଷ୍ଟିରେ ରଖି, ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଭାରତରେ ମୋର କୌଣସି ସମ୍ପତ୍ତି ନାହିଁ। ମୋର କୌଣସି ଜମି, ଘର କିମ୍ବା ସେୟାର ମଧ୍ୟ ନାହିଁ।" ସେ ତାଙ୍କ ବିରୁଦ୍ଧରେ ଲଗାଯାଇଥିବା ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ। 

ଆମେରିକାରେ ରହୁଥିବା କଂଗ୍ରେସ ନେତା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଭାରତ ସରକାରଙ୍କ ସହିତ କାମ କରିବା ସମୟରେ କେବେବି କୌଣସି ଦରମା ନେଇ ନାହାଁନ୍ତି। ସେ କହିଥିଲେ, "ମୁଁ ୧୯୮୦ ଦଶକରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ କାମ କରିଥିଲି ଏବଂ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଡକ୍ଟର ମନମୋହନ ସିଂହଙ୍କ ସହ କାମ କରିଥିଲି, ମୁଁ କେବେ କୌଣସି ପ୍ରକାରର ଦରମା ନେଇନାହିଁ।" ଏହା ବ୍ୟତିତ ସାମ୍‌ ଏହି ଦୁର୍ନୀତି ଅଭିଯୋଗକୁ ନେଇ ଏକ ବଡ଼ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,'ମୁଁ ଏହା ରେକର୍ଡରେ ରଖିବାକୁ ଚାହୁଁଛି ଯେ ମୁଁ ମୋ ସମଗ୍ର ଜୀବନରେ - ୮୩ ବର୍ଷ ମଧ୍ୟରେ କେବେବି କୌଣସି ଲାଞ୍ଚ ଦେଇନାହିଁ କିମ୍ବା ଗ୍ରହଣ କରିନାହିଁ। ଏହା ହିଁ ସମ୍ପୂର୍ଣ୍ଣ ସତ୍ୟ।"



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.