ପ୍ରମୂଖ ଖବର
  • ଅଗଷ୍ଟ ୧୬ରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ, ଏସ୍‌ଓଏସ୍‌ସି ଫଳ; ମଧାହ୍ନ ୧୨ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ
  • ||
  • ଭାରତକୁ ଆମେରିକାର ଧମକ, ରୁଷ ସହ କଥା ବିଗିଡ଼ିଲେ ଟାରିଫ୍‌ ବଢ଼ିବ: ଆଜି ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ ଆଲୋଚନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି, ଶୁକ୍ରବାର ସାନ୍ଧ୍ୟା ୭ଟାରୁ ରାତି ୧୨ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • କୋଣାର୍କ : ରୋଷେଇ କରିବା ବେଳେ ଗ୍ୟାସ୍‌ରେ ଲାଗିଲା ନିଆଁ, ଦମ୍ପତିଙ୍କ ସମେତ ୩ ଗୁରୁତର
  • ||
  • ୭୯ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରୁ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
  • ||
  • ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ; ଆସୁଛି ଆଉ ଦୁଇ ଲଘୁଚାପ, ଭରଣା ହେବ ନିଅଣ୍ଟିଆ ବର୍ଷା
  • ||
  • ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||

ଯୋଗୀଙ୍କୁ ପ୍ରଶଂସା ପଡ଼ିଲା ମହଙ୍ଗା; ବିଧାୟିକା ପୂଜା ପାଲ୍‌ ସପାରୁ ବହିଷ୍କୃତ, କହିଲେ ଇଲେକ୍ସନରେ ସିଟ୍ ଚିନ୍ତା ନାହିଁ...

Published By : Ankita S | August 15, 2025 11:13 AM

ନୂଆଦିଲ୍ଲୀ,୧୫/୦୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ପଡ଼ିଲା ମହଙ୍ଗା । ଦଳରୁ ବହିଷ୍କୃତ ହେଲେ ବିଧାୟିକା ପୂଜା ପାଲ୍ । ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ବିଧାୟିକା ପୂଜା ପାଲ୍‌ଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ପୂଜା ବିଧାନସଭା ଅଧିବେଶନ ବେଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ମାଫିଆ ଅତିକ୍‌ ଅହମ୍ମଦକୁ ଯୋଗୀ ମାଟିରେ ମିଶାଇ ଦେଇଛନ୍ତି । ପୂଜାଙ୍କ ଏହି ଟିପ୍ପଣୀର ପ୍ରାୟ ୮ ଘଣ୍ଟା ପରେ ତାଙ୍କୁ ଦଳରୁ ବହିଷ୍କାର ନେଇ ଆଦେଶନାମା ଜାରି ହୋଇଥିଲା ।

ସପାରୁ ବହିଷ୍କୃତ ହେବା ପରେ ସୋସିଆଲ ମିଡ଼ିଆ ଏକ୍ସରେ ଅଖିଳେଶ ଯାଦବଙ୍କ ଆକ୍ସନର ଉତ୍ତର ଦେଇଛନ୍ତି ପୂଜା । ସେ କହିଛନ୍ତି, ''ମୁଁ ବିଧାୟିକା ପରେ ହେଲି ପୀଡ଼ିତା ପ୍ରଥମେ ଥିଲି । ମୋତେ ନିର୍ବାଚନରେ ଆସନ୍ ଚିନ୍ତା ନାହିଁ । ମୋ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ନର୍କର ଟିକଟ ମିଳିଛି । ମୋତେ ଯାହା ଠିକ୍‌ ଲାଗିଲା ମୁଁ କହିଲି । ମୁଁ ସପା କିମ୍ବା ଅଖିଳେଶ ଯାଦବଙ୍କ ନାମ ନେଇ ନ ଥିଲି । ମୁଁ ଅତିକ ଅହମ୍ମଦର ନାମ ନେଇଥିଲି । ମୁଁ କେବଳ ଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲି । ଏଥିରେ ମୁଁ କୌଣସି ଅପରାଧ କରିନାହିଁ । ମୁଁ ମୁଖ୍ୟମନ୍ତ୍ରୀଙ୍କ ତାରିଫ ଏଥି ପାଇଁ କଲି କାରଣ ମାତେ ଲାଗିଲା ଅତିକ ଅହମ୍ମଦ ମାମଲାରେ ମୁଖ୍ୟମନ୍ତ୍ରୀ ଯେଉଁ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ପୀଡ଼ିତ ହେବା ଆଧାରରେ ମୋତେ କହିବା କଥା । ମୁଁ କେବେ ବି ସ୍ୱାର୍ଥ ରାଜନୀତି କରିନାହିଁ । ଏତିକି କହିବି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅତିକ ଅହମ୍ମଦ ମାମଲାରେ ପୀଡିତଙ୍କୁ ନ୍ୟାୟ ଦେବାର କାମ କରିଛନ୍ତି ।''

ବିଜେପିରେ ସାମିଲ ହେବା ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବର୍ତ୍ତମାନ ସେଭଳି କୌଣସି ଯୋଜନା ନାହିଁ ।'' ପୂଜା ହେଉଛନ୍ତି ରାଜୁ ପାଲ୍‌ଙ୍କ ପତ୍ନୀ । ୨୦୦୫ରେ ରାଜୁ ପାଲ୍‌ଙ୍କୁ ଅତିକ୍‌ ଅହମ୍ମଦ ହତ୍ୟା କରିଥିଲା । କୌଶାମ୍ବି ଚାୟଲ ସିଟ୍‌ରୁ ବିଧାୟିକା ଅଛନ୍ତି ପୂଜା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.