ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବଢିଲା ଅଡୁଆ,କୋର୍ଟଙ୍କ ନୋଟିସ

Published By : Anindita Ratha | October 11, 2024 2:12 PM

ମୁମ୍ବାଇ ,୧୧/୧୦: ତେଲେଙ୍ଗାନା ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବଢିଲା ଅଡୁଆ। କିଛି ଦିନ ପୂର୍ବରୁ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃଙ୍କ ବ୍ୟକ୍ତିଗତ ବିଷୟ ମନ୍ତବ୍ୟ ଦେଇଥିଲେ। ଯେଉଁ କାରଣରୁ ସେ ବର୍ତ୍ତମାନ ଅସୁବିଧାରେ ପଡିଛନ୍ତି।  ଏହି ମାମଲାରେ ଅଭିନେତା ନାଗାର୍ଜୁନ ଆକକିନେନି ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମକଦ୍ଦମା ଦାୟର କରିଛନ୍ତି। ଗୁରୁବାର ଦିନ ହାଇଦ୍ରାବାଦର ନମ୍ପାଲୀ କୋର୍ଟ କୋଣ୍ଡା ସୁରେଖାଙ୍କ ବିରୋଧରେ ନୋଟିସ ପଠାଇ ତାଙ୍କ ଟିପ୍ପଣୀ ପାଇଁ ଉତ୍ତର ମାଗିଛନ୍ତି।

ନାଗାର୍ଜୁନ ତାଙ୍କ ଅଭିଯୋଗରେ କହିଛନ୍ତି ଯେ , କୋଡା ସୁରେଖାଙ୍କ ଟିପ୍ପଣୀ ମିଥ୍ୟା ଅଟେ। ଏହା ସହିତ ଏହି ଟିପ୍ପଣୀ ତାଙ୍କ ପରିବାର ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ। କୋଡା ସୁରେଖା ସମନ୍ଥା ଓ ନାଗାଚୈତନ୍ୟଙ୍କ ଛାଡପତ୍ରକୁ ନେଇ ଟିପ୍ପଣୀ ଦେଇଥିଲେ ।କୋର୍ଟ ନୋଟିସ ଜାରି କରି କହିଛି ଯେ,  ଏହି ମାମଲାର ଶୁଣାଣି ଅକ୍ଟୋବର ୨୩ ତାରିଖରେ  ହେବ । ଏହା ପୂର୍ବରୁ ଏହି ମାମଲାର ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିଲା । ନାଗାର୍ଜୁନଙ୍କ ସହିତ ତେଲୁଗୁ ଇଣ୍ଡଷ୍ଟ୍ରିର ଅନେକ ଅଭିନେତା ଏହିଭଳି ଟିପ୍ପଣୀ ବିରୋଧରେ ନିଜର ସ୍ବର ଉଠାଇଥିଲେ । 

ଅକ୍ଟୋବର ୨ ରେ ଗଣମାଧ୍ୟମ ସହ ବାର୍ତ୍ତାଳାପରେ କୋଣ୍ଡା ସୁରେଖା ନାଗା ଚେତନ୍ୟ ଏବଂ ସାମନ୍ଥାଙ୍କ ଛାଡପତ୍ରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। କୋଣ୍ଡା ସୁରେଖା ଦାବି କରିଛନ୍ତି ଯେ ବିଆରଏସ ନେତା କେ.ଟି ରାମା ରାଓଙ୍କ କାରଣରୁ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଛି। ସୁରେଖାଙ୍କ ଏହି ବିବୃତ୍ତିରେ ନାଗା ଚୈତନ୍ୟ ଏବଂ ସାମନ୍ଥା ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଛାଡପତ୍ର ଉଭୟଙ୍କ ନିଷ୍ପତ୍ତି। ତେବେ ଏହି ମାମଲା ଅଧିକ ବଢିବା ପରେ କୋଣ୍ଡା ସୁରେଖା କ୍ଷମା ମାଗିଥିଲେ। ସୁରେଖା କହିଛନ୍ତି, “ମୁଁ ମୋର କଥାକୁ ଫେରାଇ ନେଉଛି, ମୋର ଉଦ୍ଦେଶ୍ୟ କାହାର ଭାବନାକୁ ଆଘାତ କରିବା ନୁହେଁ। ମୁଁ ବ୍ୟକ୍ତିଗତ ଭାବରେ ସାମନ୍ଥାଙ୍କୁ ପ୍ରଶଂସା କରିଚାଲିଛି, ଛାଡପତ୍ର ପରେ ସେ ତାଙ୍କ ଜୀବନରେ କିପରି ଆଗକୁ ବଢିଛନ୍ତି, ସେ ଲୋକଙ୍କୁ ବହୁତ ପ୍ରଭାବିତ କରିଛନ୍ତି। ” ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ସାମନ୍ଥା ତାଙ୍କ ବିବୃତ୍ତି ଜାରି କରି କହିଛନ୍ତି ଯେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କୌଣସି ମନ୍ତବ୍ୟ ଦିଅନ୍ତୁ ନାହିଁ ଏବଂ ତାଙ୍କ ନାମକୁ ଆପଣଙ୍କର ରାଜନୈତିକ ୱାରରୁ ଦୂରେଇ ରଖନ୍ତୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.