ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସମନ୍ଥାଙ୍କୁ ଅଫର୍‌ ଥିଲା ୨୦୦ କୋଟି ଭରଣପୋଷଣ, ପ୍ରତ୍ୟାଖ୍ୟାନ କରିଥିଲେ ଅଭିନେତ୍ରୀ

Published By : Krishna Priya | March 25, 2025 8:16 AM

ମୁମ୍ବାଇ ୨୫/୦୩: ମାତ୍ର ୪ ବର୍ଷର ଦାମ୍ପତ୍ୟ ଜୀବନ ପରେ ୨୦୨୧ ମସିହାରେ ବୈବାହିକ ସମ୍ପର୍କ ଛିନ୍ନ କରିଥିଲେ ସମନ୍ଥା ରୁଥ୍‌ ପ୍ରଭୁ ଓ ନାଗା ଚୈତନ୍ୟ । ଆପସ ସହମତିରେ ଉଭୟଙ୍କର ବିଚ୍ଛେଦ ହୋଇଥିଲା । ନିକଟରେ କ୍ରିକେଟର୍‌ ଯୁଝବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ବିବାହ ବିଚ୍ଛେଦ ହୋଇଛି, ଯାହାକୁ ନେଇ ଚର୍ଚ୍ଚା ଥମୁନି । ଛାଡ଼ପତ୍ର ପରେ ଭରଣପୋଷଣ ବାବଦକୁ ଧନଶ୍ରୀ ୪.୭୫ କୋଟି ଟଙ୍କା ପାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଲା । ଏ ନେଇ ଧନଶ୍ରୀଙ୍କୁ ଟ୍ରୋଲ୍‌ ମଧ୍ୟ କରାଗଲା । ଏପରିକି ଅଭିନେତା ଋତ୍ୱିକ ରୋଶନ ଓ ସୁଜାନ ଖାନ୍‌ଙ୍କ ବିବାହ ବିଚ୍ଛେଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ରିପୋର୍ଟ ଅନୁସାରେ, ଭରଣପୋଷଣ ବାବଦକୁ ଋତ୍ୱିକ ସୁଜାନଙ୍କୁ ୩୮୦ କୋଟି ଟଙ୍କା ଦେଇଥିଲେ । ଏହି କ୍ରମରେ ସାଉଥ୍‌ ସୁପର୍‌ଷ୍ଟାର ସମନ୍ଥା ରୁଥ୍‌ ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପୁଣି ଥରେ ଖବରର ଶିରୋନାମା ହୋଇଛି ।

ରିପୋର୍ଟ ଅନୁସାରେ, ନାଗାଙ୍କ ସହ ବିବାହ ବିଚ୍ଛେଦ ପରେ ସମନ୍ଥାଙ୍କୁ ୨୦୦ କୋଟି ଭରଣପୋଷଣ ଅଫର୍‌ ହୋଇଥିଲା । କିନ୍ତୁ ସେ ପ୍ରତ୍ୟାଖ୍ୟାନ କରିଥିଲେ । ଆଉ ଏକ ରିପୋର୍ଟ ଅନୁସାରେ, ସମନ୍ଥାଙ୍କୁ ୫୦ କୋଟି ଅଫର୍‌ ହୋଇଥିଲା । କିନ୍ତୁ ସେ ନେବାକୁ ମନା କରିଥିଲେ । ଟଙ୍କା ବିଷୟରେ ଚିନ୍ତା କରି ସେ ଖୁବ୍‌ ବ୍ୟସ୍ତ ହୋଇପଡ଼ିଥିଲେ ବୋଲି କୁହାଯାଏ । ଏକ ସୂତ୍ର ଅନୁସାରେ ସମନ୍ଥା ସ୍ପଷ୍ଟ କରିଥିଲେ ଯେ ଉକ୍ତ ବିବାହରୁ ସମନ୍ଥା କେବଳ ପ୍ରେମ ଓ ସାଥୀ ଚାହୁଁଥିଲେ, ଏବେ ସବୁକିଛି ଶେଷ ହୋଇଛି । ତାଙ୍କର ହୃଦୟ ଭାଙ୍ଗିଯାଇଛି । ସମ୍ପର୍କ ଭାଙ୍ଗିବା ପରେ ସେ ଆଉ କିଛି ବି ଚାହାନ୍ତି ନାହିଁ ।

ନିକଟରେ ଏକ ପଡ୍‌କାଷ୍ଟରେ ଯୋଗ ଦେଇ ସମନ୍ଥାଙ୍କ ସହ ବିଚ୍ଛେଦକୁ ନେଇ ନାଗା କହିଥିଲେ, ଆମେ ଦୁହେଁ ନିଜ ନିଜ ମାର୍ଗରେ ଯିବାକୁ ଚାହୁଁଥିଲୁ । ନିଜସ୍ୱ କାରଣ ପାଇଁ ଆମେ ଏହି ନିଷ୍ପତ୍ତି ନେଲୁ ଏବଂ ଆମେ ପରସ୍ପରକୁ ସମ୍ମାନ ମଧ୍ୟ ଦେଉଛୁ । ଆମେ ଆମ ଜୀବନରେ ନିଜ ନିଜ ମାର୍ଗରେ ଆଗକୁ ବଢୁଛୁ । ଏ ନେଇ ଅଧିକ ବର୍ଣ୍ଣନା ଆବଶ୍ୟକ ନାହିଁ । ଦର୍ଶକ ଓ ଗଣମାଧ୍ୟମ ଆମର ଗୋପନୀୟତାକୁ ସମ୍ମାନ ଦେବେ ବୋଲି ଆଶା ଥିଲା । କିନ୍ତୁ ଏହା ଆଲୋଚନା ଓ ମନୋରଞ୍ଜନର ବିଷୟ ପାଲଟିଗଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.