ଭୁବନେଶ୍ୱର ୦୭/୧୨: ଡିସେମ୍ବର ୭ ତାରିଖ ରାତିରେ ମଙ୍ଗଳ ଗ୍ରହ ଧନୁ ରାଶିରେ ପ୍ରବେଶ କରିବେ। ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ହେବା ଦ୍ୱାରା, ବୃହସ୍ପତି ଏବଂ ମଙ୍ଗଳଙ୍କ ମଧ୍ୟରେ ସମସପ୍ତକ ଯୋଗ ସୃଷ୍ଟି ହେବ। ଯେତେବେଳେ ଦୁଇଟି ଗ୍ରହ ପରସ୍ପରଠାରୁ ସପ୍ତମ ଘରେ ଥାଆନ୍ତି ସେତେବେଳେ ସମସପ୍ତକ ଯୋଗ ସୃଷ୍ଟି ହୁଏ। ମିଥୁନ ରାଶିରେ ଅବସ୍ଥିତ ବୃହସ୍ପତି ଏବଂ ଧନୁ ରାଶିରେ ପ୍ରବେଶ କରିବାକୁ ଯାଉଥିବା ମଙ୍ଗଳ ମଧ୍ୟରେ ସମାନ ଯୋଗ ସୃଷ୍ଟି ହେବ। ଏହି ଦୁଇଟି ଗ୍ରହ ବନ୍ଧୁ, ତେଣୁ ସମସପ୍ତକ ଯୋଗର ଗଠନକୁ ଶୁଭ ବୋଲି ବିବେଚନା କରାଯାଏ। ତେବେ ଆସନ୍ତୁ ଜାଣିବା ଏହି ଯୋଗ ଦ୍ୱାରା କେଉଁ ରାଶିର ଲୋକ ଲାଭବାନ ହେବେ।
ମେଷ ରାଶି : ସମସପ୍ତକ ଯୋଗର ଗଠନ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଆପଣଙ୍କ ସାହସ ଏବଂ ପରାକ୍ରମ ବୃଦ୍ଧି ପାଇବ, ଯାହା ଆପଣଙ୍କ କ୍ୟାରିୟରରେ ଅନୁକୂଳ ଫଳାଫଳ ଆଣିବ। ଆପଣଙ୍କ କାର୍ଯ୍ୟ ଉଚ୍ଚ ଅଧିକାରୀମାନଙ୍କ ଦ୍ୱାରା ପ୍ରଶଂସିତ ହୋଇପାରେ। ଭାଗ୍ୟ ଆପଣଙ୍କ ସାଥ ଦେବ। ଉଚ୍ଚଶିକ୍ଷା ନେଉଥିବା ଛାତ୍ରମାନେ ଅପ୍ରତ୍ୟାଶିତ ଲାଭ ପାଇପାରନ୍ତି। ଆପଣଙ୍କର ଯୋଜନା ସଫଳ ହେବ।
ସିଂହ ରାଶି : ଆପଣଙ୍କ ଶିକ୍ଷା ଘରେ ମଙ୍ଗଳ ଏବଂ ଲାଭ ଘରେ ବୃହସ୍ପତି ରହିବା ଅନେକ ଦିଗରୁ ଶୁଭ ସାବ୍ୟସ୍ତ ହୋଇପାରେ। ସମସପ୍ତକ ଯୋଗ ନୂତନ କ୍ୟାରିଅର ସୁଯୋଗ ଆଣିପାରେ।ଏକ ବଡ଼ କମ୍ପାନୀରେ ଚାକିରି ପାଇବାର ସମ୍ଭାବନା ଅଛି। ନିବେଶରୁ ଭଲ ଲାଭ ମିଳିବ । ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଆସିବ।
କନ୍ୟା ରାଶି : ବୃହସ୍ପତି-ମଙ୍ଗଳ ଗ୍ରହର ସଂଯୋଗ ଆପଣଙ୍କ ଇଚ୍ଛା ପୂରଣ କରିପାରେ। ଆର୍ଥିକ ଚିନ୍ତା ଦୂର ହେବାର ସମ୍ଭାବନା ଅଛି। ଜମି, କୋଠା କିମ୍ବା ଯାନବାହାନ କିଣିବାରେ ସଫଳ ହୋଇପାରନ୍ତି। ପ୍ରେମ ସମ୍ପର୍କ ସଫଳ ହେବ। ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।
ଧନୁ ରାଶି : ଧନୁ ରାଶିର ଅଧିପତି ବୃହସ୍ପତି ଏବଂ ମଙ୍ଗଳଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସମସପ୍ତକ ଯୋଗ ଆପଣଙ୍କ ଜୀବନକୁ ଉନ୍ନତ କରିବ। ଅନେକ ସମସ୍ୟାର ସମାଧାନ ହେବ। ଆପଣଙ୍କର ସଂଚୟିତ ଧନ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ଅଛି। ଆୟର ନୂତନ ଉତ୍ସ ମଧ୍ୟ ପାଇପାରନ୍ତି। ଏହି ଯୋଗ ଗଠନ ସହିତ ଆପଣଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେବ।