ଭୁବନେଶ୍ବର ୧୫ ୲ ୧୨ : ଓଡ଼ିଶା ସମତା ସୈନିକ ଦଳ ପକ୍ଷରୁ ଦୁଇଦିନ ଧରି ରାଜଧାନୀ ଭୁବନେଶ୍ବର ର ସ୍ଥାନୀୟ କଳିଙ୍ଗ ବୁଦ୍ଧ ବିହାର ଠାରେ ରାଷ୍ଟ୍ରୀୟ ବାର୍ଷିକ କାର୍ଯ୍ୟକ୍ରମ (NAP) ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ମହାରାଷ୍ଟ୍ର, ତେଲେଙ୍ଗାନା, ମଧ୍ଯପ୍ରଦେଶ, ଛତିଶଗଡ଼, କେରଲ ସମେତ ବିଭିନ୍ନ ରାଜ୍ୟରୁ ସମତା ସୈନିକ ଦଳର ପଦାଧିକାରୀ ମାନେ ଯୋଗ ଦେଇଥିଲେ। ସମ୍ମିଳନୀ ସର୍ବ ଆରମ୍ଭରୁ ବୌଦ୍ଧିସତତ୍ପମହାକାରୁଣୀକ୍ ଗୌତମ ବୁଦ୍ଧ ସମ୍ରାଟ ଅଶୋକ ଓ ବାବାସାହେବ ଆମ୍ବେଦକର ଙ୍କର ଫୋଟୋଚିତ୍ର ରେ ପୁଷ୍ପମାଲ୍ଯ ଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ କରାଯାଇଥିଲା । ଏହି ସମ୍ମିଳନୀ ଓଡ଼ିଶା ରାଜ୍ୟ ସଂଗଠକ ମାର୍ଶଲ ସଂଜୀବ କୁମାର ସୁନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଗଠକ ମାର୍ଶଲ ସୁନୀଲ ସାରିପୁତ୍ତ, କେନ୍ଦ୍ରୀୟ ବୌଦ୍ଧିକ ପ୍ରମୂଖ ମାର୍ଶଲ ପ୍ରକାଶ ଦାର୍ଶନିକ ସମେତ ଦେଶର ବିଭିନ୍ନ ରାଜ୍ୟ ରୁ ଆସିଥିବା ସମସ୍ତ ମାର୍ଶଲ ଙ୍କର ଉପସ୍ଥିତିରେ ଏହି ସଭାର ମୁଖ୍ୟ ବିଷୟ ବସ୍ତୁ ସମତା ସୈନିକ ଦଳର ଶତାବ୍ଦୀ ବର୍ଷ (୨୦୨୬) କୁ କିପରି ପାଳନ କରି ସମସ୍ତ ରାଜ୍ୟରେ ବହୁସଂଖ୍ୟ ରେ ଜନସାଧାରଣ ଯୋଗଦେବେ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ସହ ଘର ଘର ବାବାସାହେବଙ୍କର ବିଚାର ଆଦର୍ଶ ପହଞ୍ଚାଇବା ଲକ୍ଷ୍ୟ ଓ ତାଙ୍କର ଲିଖିତ ଭାରତୀୟ ସମ୍ବିଧାନ ତଥା ସମତା ସୈନିକ ଦଳ କୁ ସମସ୍ତଙ୍କ ପାଖକୁ ପହଞ୍ଚାଇବା ଏହି ମୁଖ୍ୟ ଉଦ୍ଦେଶ୍ୟ କୁ ବିଶେଷ ଭାବେ ଅଲୋଚନା କରାଯାଇଥିଲା । ବିଭିନ୍ନ ପ୍ରସ୍ତାବ ସାଙ୍ଗ କୁ ବିଭିନ୍ନ ଦାୟିତ୍ଵ ରାଜ୍ୟର ମାର୍ଶାଲ ମାନଙ୍କୁ ଦିଆଯାଉଥିଲା । ଏହି ସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ କିପରି ଭାବେ ସବୁ ରାଜ୍ୟ ମାନଙ୍କ ପଦାଧିକାରୀ ମାନେ ତୁଲାଇବେ ସେ ବିଷୟରେ କେନ୍ଦ୍ରୀୟ କମିଟି ରାଜ୍ୟ କମିଟି ମାନଙ୍କୁ ନିଦ୍ଦେର୍ଶ ଦେଇଥିଲେ । ଏହି ସଭାରେ ଓଡ଼ିଶାର ମାର୍ଶଲ ଜୟକୃଷ୍ଣ ଛୁରିଆ, ମାର୍ଶଲ ଅଶୋକ ଛତର, ମାର୍ଶଲ ଦିଶା ସୁରଜାଲଙ୍କ ସହ ସମସ୍ତ ମାର୍ଶଲଙ୍କ ଉପସ୍ଥିତିରେ ଏହି ସମ୍ମିଳନୀ ହୋଇଥିଲା ସଭା ଶେଷରେ ରାଜ୍ୟ ସହ ସଂଗଠକ ମାର୍ଶଲ ଅବିନାଶ ବାଗ ଧନ୍ଯବାଦ ଅର୍ପଣ କରିଥିଲେ ।