ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମଣପ୍ପୁରମ ସୁନା ଲୁଟ୍‌ ଘଟଣା: ଦୁର୍ଦ୍ଦାନ୍ତ ସୁବୋଧ ସିଂହ ଗିରଫ, ଆଜି କୋର୍ଟରେ ହାଜର କରିବ ପୁଲିସ

Published By : Prameya | March 28, 2025 10:31 AM

ସମ୍ବଲପୁର,୨୮/୦୩: ଶେଷରେ ଦୁର୍ଦ୍ଦାନ୍ତ  ଅପରାଧୀ ତଥା ବୁଢ଼ାରଜା ମଣପ୍ପୁରମ୍‌ ସୁନା ଲୁଟ୍‌  ଘଟଣାର ମାଷ୍ଟରମାଇଣ୍ଡକୁ ସମ୍ବଲପୁର ଆଣିଛି ଅଇଁଠାପାଲି ପୁଲିସ୍‌ । ପଶ୍ଚିମବଙ୍ଗ ପ୍ରେସିଡେନ୍ସି ଜେଲ୍‌ରେ ଥିବା ସୁବୋଧକୁ ଗତକାଲି ସମ୍ବଲପୁର  ଅଣାଯାଇଛି । ପୁଲିସ୍‌ ଟିମ୍‌ ତାକୁ ଧରି ଗୁରୁବାର ସକାଳେ ପହଞ୍ଚିଛି । ଶୁକ୍ରବାର ସୁବୋଧକୁ  ସମ୍ବଲପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର  କରାଯିବ । ୧୫ ଦିନିଆ ରିମାଣ୍ଡରେ ଆଣିବାକୁ  ପୁଲିସ୍‌ ପକ୍ଷରୁ ଆବେଦନ ହେବ ବୋଲି ଜଣେ  ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି । 

ସୂଚନା ଅନୁସାରେ, ପ୍ରେସିଡେନ୍ସି ଜେଲ୍‌ରେ ଥିବା  ସୁବୋଧ ଆଉ ଏକ ମାମଲାରେ ପଶ୍ଚିମବଙ୍ଗର  ଉତ୍ତର ଚବିଶପ୍ରଗଣା ବାରାକପୋରେ କୋର୍ଟରେ  ହାଜର ହୋଇଥିଲା । ସେଠାରୁ ସମ୍ବଲପୁର ପୁଲିସ୍‌  କୋର୍ଟଙ୍କ ଅନୁମତି ନେଇ ସୁବୋଧକୁ ସମ୍ବଲପୁର  ଆଣିଛି । ଆସନ୍ତାକାଲି ସମ୍ବଲପୁର ଏସଡିଜେଏମ୍‌  କୋର୍ଟରେ ହାଜର କରାଯିବ । ଏହାପରେ ୧୫  ଦିନ ପାଇଁ ରିମାଣ୍ଡ ଅଣାଯାଇ ଘଟଣାର ଅଧିକ  ଖୋଳତାଡ଼ କରିବ ପୁଲିସ୍‌ । ରିମାଣ୍ଡରେ ଆଣିବା  ପରେ ଲୁଟ୍‌ ସୁନା ସମ୍ପର୍କରେ ପଚାରିବେ । ପୂର୍ବରୁ  ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଆସାମ୍‌ ଗୌହାଟୀରୁ ଉତ୍ତମ ପାଶୱାନ, ବିହାର  ହାଜିପୁରର ଅଜୟ ପାଶୱାନ ଓ ପଙ୍କଜ  ପାଶୱାନ(୨୬)କୁ ଗିରଫ କରାଯାଇଥିଲା । 

ବିହାର ନାଳନ୍ଦା ଚିସ୍ତିପୁର ଗାଁର ଅଷ୍ଟମ  ପାସ୍‌ ସୁବୋଧ ସିଂହ ଓରଫ୍‌ ଦିଲୀପ ସିଂହକୁ  ବିହାର ଏସ୍‌ଟିଏଫ୍‌ ୨୦୧୮ ମସିହାରେ ଗିରଫ କରିଥିଲା । ସେହି ବର୍ଷ ଜାନୁଆରୀରେ ପାଟନା  ଜିଲ୍ଲା ରୁପସାପୁରର ଏକ ଗହଣା ଦୋକାନରୁ  ଚୋରି ମାମଲାରେ ତାକୁ ଗିରଫ କରାଯାଇଥିଲା ।  ସୁବୋଧ ନାଁରେ ମହାରାଷ୍ଟ୍ର, ଛତିଶଗଡ଼,  ପଶ୍ଚିମବଙ୍ଗ, ରାଜାସ୍ଥାନରେ ଲୁଟ୍‌ ମାମଲା ରହିଛି ।  ଯାହାକି ୧୮୧ କେଜି ସୁନା ଲୁଟ୍‌ରେ ସମ୍ପୃକ୍ତି  ରହିଛି । ଏହି ରାଜ୍ୟର ପୁଲିସ୍‌ ସୁବୋଧକୁ ବିଭିନ୍ନ  ସମୟରେ ଜେରା ପାଇଁ ଜେଲ୍‌କୁ ଆସିଥିବା ସୂଚନା  ରହିଛି । ଗତ ୫ ବର୍ଷ ହେଲା ସେ ଜେଲରୁ ଥାଇ  ଏହି ଗ୍ୟାଙ୍ଗକୁ ଚଳାଇ ଆସୁଛି ।  

ଗତ ଜାନୁଆରି ୩ ତାରିଖରେ ସମ୍ବଲପୁର  ବୁଢ଼ାରଜାରେ ଥିବା ମଣପୁରମ୍‌ ଗୋଲ୍‌ଡ ଲୋନ୍‌  ବ୍ୟାଙ୍କରୁ ସୁନା ଲୁଟ୍‌ ହୋଇଥିଲା । ୫ ଜଣ ବନ୍ଧୁକ  ଦେଖାଇ ଏହି ଲୁଟ୍‌ କରିଥିଲେ । ଯାହାର ମୂଲ୍ୟ  ପାଖାପାଖି ୨୦ କୋଟି ଟଙ୍କାରୁ ଅଧିକ ହେବ । ଏହି  ଘଟଣାରେ ୩ ଜଣ ଗିରଫ ହୋଇଥିଲେ ମଧ୍ୟ ସୁନା  ଏଯାଏଁ ମିଳିପାରି ନାହିଁ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.