ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ସୁପ୍ରିମ୍ ଝଟକା, ଆଗୁଆ ଜାମିନ୍ ଆବେଦନ ଖାରଜ

Published By : Prameya | November 14, 2024 1:09 PM

ଭୁବନେଶ୍ୱର ୧୪/୧୧: ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଝଟକା। ଆଗୁଆ ଜାମିନ ଆବେଦନ ଖାରଜ କଲେ ଦୁଇ ଜଣିଆ ଖଣ୍ଡପୀଠ ସୁପ୍ରିମକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ମାଗିଥିଲେ ସମ୍ବଲପୁର ବିଧାୟକ।

ସୂଚନା ମୁତାବକ, ଗତବର୍ଷ ଫେବ୍ରୁଆରୀ ୧୫ରେ ସମ୍ବଲପୁରରେ ମହିଳା ଆଇଆଇସିଙ୍କୁ ମାଡ଼ ମରିଥିଲେ ବିଧାୟକ ଜୟନାରାଣ ମିଶ୍ର। ଉଭୟ ପରସ୍ପର ନାଁରେ ଅଭିଯୋଗ ଆଣିଥିଲେ। ଏହି ଘଟଣା ଶ୍ରୀ ମିଶ୍ରଙ୍କ ଜାମିନ୍ ଆବେଦନକୁ ପ୍ରଥମେ ହାଇକୋର୍ଟ ଖାରଜ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ। ସେଠାରେ ମଧ୍ୟ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ମିଳିଲାନି ଆଶ୍ବସ୍ତି । ଆଗୁଆ ଜାମିନ୍ ଆବେଦନକୁ ମାନ୍ୟବର ସୁପ୍ରିକୋର୍ଟ ଖାରଜ କରିଦେଇଛନ୍ତି।

ସେପଟେ ଏହି ଘଟଣା ଉପରେ ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି  ମୋ ନାଁରେ ୭୨ କେସ୍ ରହିଛି । କେଉଁ କେସ୍ ମୁଁ ଜାଣିନି । ସୁପ୍ରିମକୋର୍ଟରୁ କୌଣସି ନୋଟିସ କିମ୍ବା ଅର୍ଡର ମତେ ଆସିନି । ଅର୍ଡର ଆସିଲା ପରେ ମୁଁ ପରବର୍ତ୍ତୀ କାର୍ଯ୍ୟକ୍ରମ ହାତକୁ ନେବି । ମୁଁ ବିରୋଧୀ ଦଳରେ ଥିବାବେଳେ ବିଜେଡି ମୋ ନାଁରେ ଅନେକ କେସ୍ କରାଇଛି । ଏ ଭିତରେ ୭ରୁ ୮ କେସ୍ ଖାରଜ ହୋଇ ସାରିଲାଣି । ଆଗକୁ ଦେଖିବେ ସବୁ କେସ୍ ଖାରଜ ହୋଇଯିବ।  ମୁଁ ମାଡ ମାରିନି, ଅଫିସର ମୋର ଗୋଡକୁ ମାଡିଦେବାରୁ ମୁଁ ଠେଲି ଦେଲି ବୋଲି ଜୟ ନାରାୟଣ କହିଛନ୍ତି। ଏହା ସହ ପୋଲିସ ଜନତାଙ୍କୁ ବାଡେଇଲେ ପୋଲିସକୁ ଗୋଡେଇ ଗୋଡେଇ ବାଡେଇବା କଥା ବୋଲି କହିଲେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.