ପ୍ରମୂଖ ଖବର
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି

Published By : Manoj | August 19, 2025 7:30 AM

ସମ୍ବଲପୁର ୧୯/୦୮:  ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର। ଧନୁପାଲି ଥାନା ଖଣ୍ଡୁଆଳଠାରେ କୁଖ୍ୟାତ ଅପରାଧୀ ମହମ୍ମଦ ସାମଦକୁ ଏନ୍‌କାଉଣ୍ଟର। ଅଭିଯୁକ୍ତ ମହମ୍ମଦ ସାମଦ୍‌ର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ମହମ୍ମଦ ସାମଦ୍‌ ଭିମ୍‌ସାରରେ ଭର୍ତ୍ତି କରାଯାଇଛି। ଏନ୍‌କାଉଣ୍ଟର ସ୍ଥଳରୁ ଆଉ ଜ‌ଣେ ଅଭିଯୁକ୍ତ ମହମ୍ମଦ ଓ୍ବାସିମ୍ ଫେରାର ହୋଇଯାଇଛି। ଉଭୟ ଅଭିଯୁକ୍ତ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ଦୁଇ ଜୀବନ୍ତ ଗୁଳି ଏବଂ ବାଇକ୍ ଜବତ କରିଛି ପୁଲିସ। ଅଭିଯୁକ୍ତ ସାମଦ ଜଣଙ୍କୁ ଛୁରି ଭୁସି ହତ୍ୟା କେସ୍‌ରେ ଫେରାର ଥିଲା। ଏଥି ସହିତ ସମ୍ବଲପୁର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.