ସମ୍ବଲପୁର ୧୯/୦୮:  ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର। ଧନୁପାଲି ଥାନା ଖଣ୍ଡୁଆଳଠାରେ କୁଖ୍ୟାତ ଅପରାଧୀ ମହମ୍ମଦ ସାମଦକୁ ଏନ୍‌କାଉଣ୍ଟର। ଅଭିଯୁକ୍ତ ମହମ୍ମଦ ସାମଦ୍‌ର ବାମ ଗୋଡ଼ରେ ବାଜିଛି ଗୁଳି। ଗୁରୁତର ଅବସ୍ଥାରେ ମହମ୍ମଦ ସାମଦ୍‌ ଭିମ୍‌ସାରରେ ଭର୍ତ୍ତି କରାଯାଇଛି। ଏନ୍‌କାଉଣ୍ଟର ସ୍ଥଳରୁ ଆଉ ଜ‌ଣେ ଅଭିଯୁକ୍ତ ମହମ୍ମଦ ଓ୍ବାସିମ୍ ଫେରାର ହୋଇଯାଇଛି। ଉଭୟ ଅଭିଯୁକ୍ତ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ଦୁଇ ଜୀବନ୍ତ ଗୁଳି ଏବଂ ବାଇକ୍ ଜବତ କରିଛି ପୁଲିସ। ଅଭିଯୁକ୍ତ ସାମଦ ଜଣଙ୍କୁ ଛୁରି ଭୁସି ହତ୍ୟା କେସ୍‌ରେ ଫେରାର ଥିଲା। ଏଥି ସହିତ ସମ୍ବଲପୁର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। 

ପୁଲିସ ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ ଟା ସମୟରେ, ଧନୁପାଲି ଥାନା ଅନ୍ତର୍ଗତ ମୋତିଝରଣରେ ଅଭିଯୁକ୍ତ ମହମ୍ମଦ ସାମଦ ଏବଂ ତାର ଭାଇ ମହମ୍ମଦ ୱାସିମ, ଅସଫାକ ଖାନ ନାମକ ଜଣେ ବ୍ୟକ୍ତିଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ମୃତକଙ୍କ ଭାଇ ଜାବିଜ ଖାନଙ୍କ ଲିଖିତ ରିପୋର୍ଟ ଆଧାରରେ ପୁଲିସ ଉଭୟଙ୍କୁ କାବୁ କରିବା ପାଇଁ ଚେଷ୍ଟା କରୁଥିଲା। ଏହି ସମୟରେ ଏକ ବାଇକ୍‌ରେ  ଅଭିଯୁକ୍ତ ମହମ୍ମଦ ସମଦ ଏକ ବାଇକରେ ଖସି ଯାଇଥିଲା। ପୁଲିସ ଟିମ ପିଛା କରୁଥିବା ବେଳେ ଉପରକୁ ୨ ରାଉଣ୍ଡ ଫାୟାରିଂ  କରିଥିଲା। ପାଲଟା ଜବାବରେ ପୁଲିସ ଗୁଳିରେ ସେ ଆହତ ହୋଇଥଲା। ତାର ବାମ ଗୋଡ଼ରେ ଗୁଳି ବାଜିଥିବା ପୁଲିସ କହିଛି। ତାକୁ ଭିମସାର ରେ ଭର୍ତ୍ତି କରାଯାଇଥିଲା। ତା ନିକଟରୁ ଗୋଟିଏ ୭.୬ ଏମଏମ ପିସ୍ତଲ ଗୋଟିଏ କଳା ଆପାଚିଜବତ ହୋଇଛି। ତା ନାମରେ ପୂର୍ବରୁ ବହୁ ଅପରାଧିକ ରେକର୍ଡ  ଥିବା ପୁଲିସ କହିଛି। ଘଟଣାରେ ଅଧିକ ତଦନ୍ତ ଚାଲିଛି।