ଖୁଣ୍ଟା ୦୯/୦୧ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରୁ ଦିନକୁ ଦିନ ବନ୍ୟଜନ୍ତୁ ବାଟବଣା ହୋଇ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇ ଆକ୍ରମଣର ଶିକାର ହେଉଥିବା ବେଳେ ଆଜି ଏକ ସମ୍ବର ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହୋଇଥିବା ଜଣାପଡିଛି। ସୁଚନାରୁ ପ୍ରକାଶ ଖୁଣ୍ଟା ବ୍ଲକ ଅନ୍ତର୍ଗତ କରକଚିଆ ପଞ୍ଚାୟତ ଅଧୀନ ହରିପୁର ଗ୍ରାମ ମଧ୍ୟକୁ ଏକ ସମ୍ବର ଅପରାହ୍ନ ସମୟରେ ପଶି ଆସିଥିଲା। ଗ୍ରାମବାସୀ ମାନେ ସମ୍ବରକୁ ଦେଖିବା ପରେ କୈ।ଶଳ କ୍ରମେ ଧରି ତାକୁ ବେକରେ ପଘା ଲଗାଇ ଗୋଟିଏ ଗଛରେ ବାନ୍ଧି ଉଦଳା ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅଣ୍ଡିରା ସମ୍ବରକୁ ଉଦ୍ଧାର କରିଥିଲେ। ତେବେ ଉଦ୍ଧାର ସମ୍ବରର ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ବନ ବିଭାଗ କହିଥିବା ବେଳେ ତାକୁ ପୁଣିଥରେ ଶିମିଳିପାଳ ଅଭୟାରଣ୍ୟ ରେ ଛାଡ଼ି ଦିଆଯିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି। ଉକ୍ତ ସମ୍ବରଟି ଶିମିଳିପାଳ ଅଭୟାରଣ୍ୟରୁ ବାଟବଣା ହେବା ସହ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଚାଲିଆସିଥିବା ନେଇ ଅନୁମାନ କରାଯାଇଛି।