ପ୍ରମୂଖ ଖବର
  • ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କସରତ: ୪ରେ ବିଧାୟକ ଦଳ ବୈଠକ ପରେ ନାମ ଘୋଷଣା, ୫ରେ ଶପଥ ସମାରୋହ
  • ||
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ହିଂସା ପାଇଁ ଜାମା ମସଜିଦ୍ ଆଖପାଖ ଅଂଚଳକୁ ସିଲ୍ କଲା ପୋଲିସ, ବର୍ତ୍ତମାନ ସୁଦ୍ଧା ୩ ମୃତ, ୧୫ ଗିରଫ...

ନୂଆଦିଲ୍ଲୀ: ସମ୍ୱଲର ଜାମା ମସଜିଦ୍‌ରେ ସର୍ଭେକୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା ବେଳକୁ ବେଳ ବୃଦ୍ଧି ପାଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜାମା ମସଜିଦ ନିକଟ ଅଞ୍ଚଳକୁ ସିଲ୍ କରିଦେଇଛି । ଏଠାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରିଛି । ଅନ୍ୟପକ୍ଷରେ, ସର୍ଭେ ସମୟରେ ହିଂସା ଘଟଣାରେ ପୋଲିସ ୧୫ ଜଣଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ମୋରାଡାବାଦ ଡିଭିଜନାଲ କମିଶନର ଅଞ୍ଜାନେୟ କୁମାର ସିଂ କହିଛନ୍ତି ଯେ, ମସଜିଦ ନିକଟରେ ହୋଇଥିବା ହିଂସା ଘଟଣାରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶରେ ମସଜିଦରେ ସର୍ଭେ କରାଯାଇଛି।

ସେ କହିଛନ୍ତି ଯେ, ସର୍ଭେ ଆରମ୍ଭ କରିବା ପୂର୍ବରୁ ମସଜିଦର ଇମାମଙ୍କ ସହମତି ନିଆଯାଇଥିଲା । ସେ କହିଛନ୍ତି ଯେ, ଏହି ହିଂସା ସହ ଜଡିତ ଲୋକମାନେ ଏଠାକୁ ନମାଜ ପଢିବାକୁ ଆସିନଥିଲେ । ତେବେ ଏଭଳି ପରିସ୍ଥିତିରେ ହିଂସା ସହ ଜଡିତ ସମସ୍ତ ଲୋକଙ୍କୁ ଚିହ୍ନଟ କରାଯାଉଛି। ଯିଏ ଦୋଷୀ ସାବ୍ୟସ୍ତ ହେବ ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ କହିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ପୋଲିସ କାର୍ଯ୍ୟ ଜୋରଦାର କରିଛି।

ତେବେ ୧୫ ଜଣକୁ ଗିରଫ ପରେ ଅବଶିଷ୍ଟ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଘଟଣାସ୍ଥଳରେ ଶାନ୍ତି ବଜାୟ ରହିଛି। ସମ୍ୱଲ ହିଂସା ପରେ ପୋଲିସ କମିଶନର କୃଷ୍ଣ କୁମାର ବିଷ୍ଣୁ ମଧ୍ୟ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସର୍ଭେ ଟିମ୍ ପହଞ୍ଚିବା ମାତ୍ରେ ଏକ ଜନସମାଗମ ହୋଇଥିଲା ଏବଂ ଏହି ଭିଡରୁ କିଛି ଲୋକ ଆସି ପୋଲିସ ଟିମ୍ ଉପରକୁ ପଥର ଫିଙ୍ଗିଥିଲେ । ପରିସ୍ଥିତି ପରି ଅଂଚଳରେ ଧାଁଦୌଡ ପରିସ୍ଥିତି ଉପୁଜିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମଧ୍ୟ ସାମାନ୍ୟ ବଳ ପ୍ରୟୋଗ କରି ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା।

ଏସପି ସମ୍ୱାଲଙ୍କ ଅନୁଯାୟୀ, ମସଜିଦ ବାହାରେ ହିଂସା କରିଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରାଯାଉଛି। ଏହା ବ୍ୟତୀତ ଯେଉଁମାନେ ପଥର ଫିଙ୍ଗିବା ପାଇଁ ଲୋକଙ୍କୁ ଉତ୍ସାହିତ କରିଥିଲେ ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି ବୋଲି ସେ କହିଛନ୍ତି । ଘଟଣାସ୍ଥଳରେ ଶାନ୍ତି ବଜାୟ ରଖିବା ପାଇଁ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବର୍ତ୍ତମାନ ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.