ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

୮ ମାସ ହେଲା ବ୍ଳକରେ ଉନ୍ନତିମୂଳକ କାମ ଠପ୍, ଆସନ୍ତାକାଲି ଠାରୁ ଧାରଣାରେ ବସିବେ ସମିତି ସଭ୍ୟ ସଭ୍ୟା

Published By : Suraj Kumar | June 23, 2025 9:15 PM

ପାଟଣାଗଡ, ୨୩|୬( ଆପ୍ର) ;  ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକରେ ୮ ମାସ ରୁ ଉର୍ଦ୍ଧ୍ବ ହେବ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମ ଠପ୍ ହୋଇ ଯାଇଛି। ଏହାର ପ୍ରତିବାଦରେ ମଙ୍ଗଳବାର ସମିତି ସଭ୍ୟ, ସଭ୍ୟା ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ । 

ପ୍ରକାଶ ଯେ  ପାଟଣାଗଡ଼ ବ୍ଳକର ଜନସାଧାରଣଙ୍କ ସାମୁହିକ ଉନ୍ନତି ଓ ସ୍ବାର୍ଥ ପାଇଁ ପ୍ରଶାସନ ଓ ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ବ୍ଳକ ଅଞ୍ଚଳରେ ରାସ୍ତାକାମ, ବନ୍ଦ ଓ କଟା ମାଟିର ଉନ୍ନତିକରଣ, ସ୍କୁଲ, ଅଙ୍ଗନବାଡି ଗୃହ ନିର୍ମାଣ ସମେତ ଅନ୍ୟାନ୍ୟ ବିକାଶ ମୂଲକ କାମ ୮ ମାସ ହେଲା ଠପ୍ ହୋଇ ରହିଛି। ଏହି ସମସ୍ୟାର ସମାଧାନ ପାଇଁ ଗତ ଫେବୃଆରୀ ୨୮ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଟଣାଗଡ଼ ଙ୍କୁ ଲିଖିତ ଭାବରେ ଅବଗତ କରାଇଥିଲା।  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚାପ ଗ୍ରସ୍ତ ଥିବା ଯୋଗୁଁ ଏଥିରେ କୌଣସି ସୁଫଳ ମିଳି ନଥିଲା। ଯାହାକୁ ନେଇ ଏପ୍ରିଲ୍ ୫ ତାରିଖରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ରେ ପୁର୍ନବାର ସମିତି ସଭ୍ୟ ସଭ୍ୟା ମାନେ ଏହି ସମସ୍ୟାର ଆଶୁ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ୭ ଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ମଧ୍ୟ ଏହି ଏପର୍ଯ୍ୟନ୍ତ ଏହି ସବୁ ସମସ୍ୟା ସମାଧାନ ହୋଇ ପାରିଲା ନାହିଁ। ତେବେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟି ରୁ ମଙ୍ଗଳବାର ବ୍ଳକର ସମସ୍ତ ସମିତି ସଭ୍ୟ ସଭ୍ୟା ବିଡ଼ିଓ କାର୍ଯ୍ୟଳୟ ସମ୍ମୁଖ ରେ ଧାରଣାରେ ବସିବେ। ଏନେଇ ସେମାନେ ସୋମବାର ଜିଲ୍ଲାପାଳ ବଲାଙ୍ଗୀର, ଉପଜିଲ୍ଲାପାଳ, ବିଡ଼ିଓ ଏବଂ ଥାନା ଅଧିକାରୀ ଙ୍କୁ ଅବଗତ କରାଇଥିବା ଜଣାପଡିଛି। ଏହି ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଧାରଣା ଜାରୀ ରଖିବ ବୋଲି ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ, ଫଟାମୁଣ୍ଡା ସମିତି ସଭ୍ୟ ଜୟନ୍ତ କୁମ୍ଭାର, ଏବଂ ତମିଆଁ ସମିତି ସଭ୍ୟ ଗୋବିନ୍ଦ ମେହେର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.