ପାରାଦୀପ,୨୪/୧୧: ଏକାଦଶ ଆନ୍ତର୍ଜାତିକ ସମୁଦ୍ର ମନ୍ଥନ ପୁରସ୍କାର  ଉତ୍ସବରେ ପାରାଦୀପ ବନ୍ଦରକୁ ପୂର୍ବ  ଉପକୂଳର ସର୍ବଶ୍ରେଷ୍ଠ ବୃହତ୍‌ ବନ୍ଦର ସମ୍ମାନ  ପ୍ରଦାନ କରାଯାଇଛି । ମୁମ୍ବାଇର ଭିକେସିସ୍ଥିତ  ଜିଓ ୱାର୍ଲଡ୍‌ କନ୍‌ଭେନ୍‌ସନ ସେଣ୍ଟର୍‌ରେ  ନୌବାଣିଜ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ  ସଫଳତା ଲାଗି ଆୟୋଜିତ ହୋଇଥିଲା  ସମୁଦ୍ର ମନ୍ଥନ ସମ୍ମାନ ୨୦୨୪ ଉତ୍ସବ । ଉଲ୍ଲେଖନୀୟ କୃତିତ୍ୱ ନିମନ୍ତେ ପାରାଦୀପ ବନ୍ଦରକୁ ଜୁରୀ ସଦସ୍ୟମାନେ ଏହି  ସମ୍ମାନ ନିମନ୍ତେ ମନୋନୀତ କରିଥିଲେ ।  

କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ଅଧ୍ୟକ୍ଷ  ପି. ଏଲ୍‌. ହରନାଦ ଏହି ପୁରସ୍କାର  ଗ୍ରହଣ କରିଥିଲେ । ପାରାଦୀପ ବନ୍ଦର  ପ୍ରାଧିକରଣ(ପିପିଏ) ଟିମ୍‌କୁ ବନ୍ଦର  ଅଧ୍ୟକ୍ଷ ଶ୍ରୀ ହରନାଦ ଏହି ସମ୍ମାନ ନିମନ୍ତେ  ଉଚ୍ଚ ପ୍ରଶଂସା କରିଛନ୍ତି । ଆସନ୍ତା ମାସରେ  ପାରାଦୀପ ବନ୍ଦର ପୂର୍ବ ବର୍ଷ ଅପେକ୍ଷା କମ୍‌  ସମୟ ମଧ୍ୟରେ ଚଳିତ ଆର୍ଥିକ ବର୍ଷରେ  ୧୦୦ ନିୟୁତ ମେଟ୍ରିକ ଟନ୍‌ ପଣ୍ୟ କାରବାର  ସୂଚକାଙ୍କ ଅତିକ୍ରମ କରିବାକୁ ଯାଉଥିବା  ସେ ସୂଚନା ଦେଇଛନ୍ତି ।