ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

'ମୋ ପୁଅ ୨୬/୧୧ ପୀଡ଼ିତ ନୁହେଁ, ସେ ତା'ର ଡ୍ୟୁଟି କରିଛି'; କହିଲେ ମେଜର ସନ୍ଦୀପଙ୍କ ବାପା

Published By : Ankita S | April 11, 2025 10:51 AM

ନୂଆଦିଲ୍ଲୀ,୧୧/୦୪: ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିଲା ସବୁଠୁ ଭୟଙ୍କର ଆକ୍ରମଣ । ଯେଉଁଥିରେ ଦୋହଲି ଯାଇଥିଲା ମୟାନଗରୀ । ଏହି ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଭାରତ ଫେରିଛି । ଏହି ଆଟାକ୍‌ରେ ଶହିଦ୍ ହୋଇଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜଣେ ଥିଲେ ମେଜର ସନ୍ଦୀପ ଉନିକ୍ରିଷ୍ଣାନ୍ । ଆତଙ୍କୀଙ୍କ ସହ ଲଢି ବଳିଦାନ ଦେଇଥିଲେ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ଼ କମାଣ୍ଡ ସନ୍ଦୀପ । ତହବୁର ରାଣାର ଭାରତ ପ୍ରତ୍ୟର୍ପଣ ନେଇ ସନ୍ଦୀପଙ୍କ ବାପା ଗଣମାଧ୍ୟମ ଜରିଆରେ ପ୍ରତିକ୍ରିୟା ରଖିଥିଲେ । ଏହା ଭାରତର କୂଟନୈତିକ ସଫଳତା । ମୋ ପୁଅ ୨୬/୧୧ ପୀଡ଼ିତ ନୁହେଁ, ସେ ତା'ର ଡ୍ୟୁଟି କରିଛି ବୋଲି କହିଛନ୍ତି ମେଜର ସନ୍ଦୀପଙ୍କ ବାପା ।

'ସନ୍ଦୀପ ୨୬/୧୧ ପୀଡ଼ିତ ନୁହେଁ'- ୨୬/୧୧ ମୁମ୍ବାଇ ଆକ୍ରମଣରେ ଅନ୍ୟତମ ଅଭିଯୁକ୍ତ ତହବୁର ରାଣା ଭାରତ ଫେରିଛି । ଏହାପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ଆକ୍ରମଣରେ ଶହିଦ୍ ହୋଇଥିବା ମେଜର ସନ୍ଦୀପଙ୍କ ବାପା । ସେ କହିଛନ୍ତି, ''ଆମେରିକା ସହ ଆଲୋଚନା ପରେ ସେ ଭାରତ ଫେରିବା ଚର୍ଚ୍ଚା ହେଉଥିଲା । ତହବୁର ଭାରତ ଫେରିବା କେବଳ ଏକ କୂଟନୈତିକ ସଫଳତା ନୁହେଁ ଏହା ସାଧାରଣ ଜନତାଙ୍କ ପାଇଁ ପ୍ରତିଶୋଧ । ଏହି ବିଜୟ ଲମ୍ବା ସମୟ ପରେ ଭାରତକୁ ମିଳିଛି ।''

୧୬ ବର୍ଷ ପରେ ପୁଅର ବଳିଦାନକୁ ନେଇ ସନ୍ଦୀପଙ୍କ ବାପା କହିଛନ୍ତି, ''ମୋ ପୁଅ ୨୬/୧୧ ପୀଡ଼ିତ ନୁହେଁ । ସେ ଜଣେ ସୁରକ୍ଷାକର୍ମୀ ଥିଲା ଯିଏ କି ତାର କର୍ତ୍ତବ୍ୟ କରିଛି । ଭାରତୀୟ ଲୋକଙ୍କ ଅସୁବିଧା ସମୟରେ ସେ ତାଙ୍କ ସାଥିରେ ରହିଥିଲା । ଅସଲ ପୀଡ଼ିତ ସିଏ ଯେଉଁମାନେ ଆକ୍ରମଣର ଶିକାର ହୋଇଥିଲେ ଯେଉଁମାନେ ଜୀବନ ହରାଇଥିଲେ । ସନ୍ଦୀପ ପୀଡ଼ିତ ନୁହେଁ ସେ କେବଳ ତାର ଡ୍ୟୁଟି କରିଛି ।''

ଅଧିକ ପଢନ୍ତୁ...ଭାରତରେ ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣା,୧୮ ଦିନିଆ ରିମାଣ୍ଡରେ ନେଲା NIA

୨୦୦୮ ନଭେମ୍ବର ୨୬ରେ ଚଳଚଞ୍ଚଳ ହୋଇଥିଲା ମାୟାନଗରୀ ମୁମ୍ବାଇ । କେହି କିଛି ବୁଝିବା ଆଗକୁ ଆତଙ୍କୀ ଖେଳିଥିଲେ ରକ୍ତର ହୋଲି । ତାଜ ହୋଟେଲ, ଛତ୍ରପତି ଶିବାଜୀ ଟର୍ମିନାଲ ଏବଂ କାମା ହସ୍ପିଟାଲରେ ଆଖିବୁଜା ଗୁଳିମାଡ଼ କରିଥିଲେ । ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତୋଇବାର ୧୦ ଆତଙ୍କୀ ଏହି ଆକ୍ରମଣ କରିଥିଲା । ଏହା ୪ ଦିନ ଧରି ଚାଲିଥିଲା । ଆକ୍ରମଣରେ ପ୍ରାୟ ୧୭୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଯେଉଁଥିରେ ୯ ଜଣ ଆକ୍ରମଣକାରୀ ସାମିଲ ଥିଲେ । ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଦୀର୍ଘ ୧୬ ବର୍ଷ ପରେ ଭାରତ ପ୍ରତ୍ୟର୍ପଣ କରିଛି ମାଷ୍ଟରମାଇଣ୍ଡ ତହବୁର ରାଣା । ପଚରାଉଚରା ପାଇଁ ରାଣାକୁ ୧୮ ଦିନିଆ ରିମାଣ୍ଡରେ ନେଇଛି ଏନଆଇଏ । ଆଇନଗତ ବିକଳ୍ପ ଓ ପ୍ରତ୍ୟର୍ପଣର ଲମ୍ବା ଲଢ଼େଇ ପରେ ଭାରତର କାଠଗଡ଼ାକୁ ଆସିଛି ତହବୁର ରାଣା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.