ନୂଆଦିଲ୍ଲୀ ୧୦/୦୨: ବଲିଉଡ୍‌ର ଜଣାଶୁଣା ଅଭିନେତା ସଞ୍ଜୟ ଦତ୍ତଙ୍କର ସାରା ବିଶ୍ୱରେ ପ୍ରଶଂସକ ରହିଛନ୍ତି। ୧୯୮୧ ମସିହାରେ ସଞ୍ଜୁ ବାବା ଅଭିନୟ ଜଗତରେ ଏଣ୍ଟ୍ରି କରିଥିଲେ ଏବଂ ସେବେଠାରୁ ସେ ଆଉ ପଛକୁ ଚାହିଁ ନାହାଁନ୍ତି। କ୍ୟାରିୟର ଆରମ୍ଭରେ, ତାଙ୍କର ଚକୋଲେଟ୍ ବଏ ଲୁକ୍‌ ଫିମେଲ୍‌ ଫ୍ୟାନ୍ସଙ୍କୁ ଦିୱାନା କରିଥିଲା। ଏପରିକି ତାଙ୍କର ଜଣେ ଫିମେଲ୍‌ ଫ୍ୟାନ୍‌ ନିଜର ସମ୍ପତ୍ତିକୁ ସଞ୍ଜୟଙ୍କ ନାଁରେ କରିଦେଇଥିଲେ। ଯାହା ଅଭିନେତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। 

ଘଟଣା ୨୦୧୮ ମସିହାର। ଯେବେ ସଞ୍ଜୟ ଦତ୍ତଙ୍କୁ ପୋଲିସ ପକ୍ଷରୁ ଏକ କଲ ଆସିଥିଲା।  ଯେଉଁଥିରେ କୁହାଯାଇଥିଲା କି ନିଶା ପାଟିଲ ନାମକ ଜଣେ ଫିମେଲ ଫ୍ୟାନ୍‌ ମୃତ୍ୟୁ ପୂର୍ବରୁ ତାଙ୍କର ସମସ୍ତ ସମ୍ପତ୍ତି ସଞ୍ଜୟଙ୍କ ନାଁରେ କରିଦେଇଛନ୍ତି। ନିଶାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଏହି କଲ ଆସିଥିଲା। ସେ ତାଙ୍କର ପ୍ରାୟ ୭୨ କୋଟି ଟଙ୍କାର ସମ୍ପତ୍ତି ସଞ୍ଜୟଙ୍କ ନାଁରେ କରିଦେଇଥିଲେ। ନିଶା ବ୍ୟାଙ୍କଗୁଡିକୁ ଅନେକ ଚିଠି ଲେଖିଥିଲେ ଏବଂ ତାଙ୍କ ସମ୍ପତ୍ତିକୁ ତାଙ୍କ ପ୍ରିୟ ବଲିଉଡ ଅଭିନେତାଙ୍କୁ ହସ୍ତାନ୍ତର କରିବାକୁ ଅଧିକାରୀମାନଙ୍କୁ କହିଥିଲେ। ଏହି ଘଟଣା ସଞ୍ଜୟଙ୍କୁ ଚକିତ କରିଥିଲା। ଅନ୍ୟପକ୍ଷେ ସଞ୍ଜୟଙ୍କ ଓକିଲ କହିଥିଲେ ଯେ ଅଭିନେତା ସେହି ସମ୍ପତ୍ତି ଉପରେ କୌଣସି ଦାବି କରିନଥିଲେ। କାରଣ ସେ ନିଶାଙ୍କୁ କେବେ ଜାଣି ନଥିଲେ। 

ତେବେ ବଲିଉଡ୍‌ ବ୍ୟତୀତ ସଞ୍ଜୟ ଅନେକ ସାଉଥ୍‌ ସିନେମାରେ କାମ କରିଛନ୍ତି। ଅଭିନୟ ବ୍ୟତୀତ ସେ ଏକାଧିକ ସେକ୍ଟରରେ ବିନିଯୋଗ କରି ଏକ ଶକ୍ତିଶାଳୀ ବ୍ୟବସାୟ ପୋର୍ଟଫୋଲିଓ ମଧ୍ୟ ନିର୍ମାଣ କରିଛନ୍ତି । ସେ ଏକ ହ୍ୱିସ୍କି ବ୍ରାଣ୍ଡ୍‌ର ମଧ୍ୟ ମାଲିକ। ସଞ୍ଜୟଙ୍କ ନିଟ୍ ମୂଲ୍ୟ ପ୍ରାୟ ୨୯୫ କୋଟି ଟଙ୍କା।