ନୂଆଦିଲ୍ଲୀ, ୧୮/୧୨ : ଗୋଟିଏ ପଟେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫି ଖେଳିବାରେ ବ୍ୟସ୍ତ ରହିଛି । ଏଥି ସହ ଭାରତରେ ଘରୋଇ କ୍ରିକେଟ୍ ଖେଳ ଚାଲିଛି । ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୪ପରେ ବର୍ତ୍ତମାନ ଏବେ ୨୧ଡିସେମ୍ବରରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବାକୁ ଯାଉଛି । ଯେଉଁଥିପାଇଁ କେରଳ ଟିମର ଘୋଷଣା କରାଯାଇଛି । ଭାରତୀୟ ବ୍ୟାଟର ସଞ୍ଜୁ ସାମସନଙ୍କୁ ବିଜୟ ହଜାରେ ଟ୍ରଫିରେ ସ୍ଥାନ ମିଳିପାରି ନାହିଁ । ଏହି ପଦକ୍ଷେପ ଏକ ନିର୍ଣ୍ଣୟ ପରେ ଉଠାଯାଇଛି । ଯେଉଁଥିରେ କେବଳ ସେହି ଖେଳାଳୀଙ୍କୁ ସାମିଲ କରାଯିବା ଲାଗି ନିର୍ଣ୍ଣୟ ନିଆଯାଇଛି ଯେଉଁମାନେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପ୍ରସ୍ତୁତି ଶିବିରରେ ଭାଗ ନେଇଥିଲେ ।
ସାମସନ୍ ସୟଦ ମୁସ୍ତାକ ଅଲି ଟ୍ରଫି (SMT) ୨୦୨୪-୨୫ରେ କେରଳର ନେତୃତ୍ୱ କରିଥିଲେ । ଯେଉଁଥିରେ ସେ ନିଜ ୬ ମ୍ୟାଚରୁ ୪ଟିରେ ବିଜୟ ହାସଲ କରି ନକ୍ଆଉଟ୍ ପାଇଁ ଯୋଗ୍ୟତା ହରାଇଥିଲେ। ସାମସନ୍, ଯାହାଙ୍କୁ ମୂଳତ ୩୦ ଜଣିଆ ସମ୍ଭାବ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ମାତ୍ର ଶେଷ ତାଲିକାରୁ ବାଦ କରିଦିଆଗଲା । ସାଉଥ ଆଫ୍ରିକା ଗସ୍ତରେ ଦୁଇଟି ଟି-୨୦ଶତକ ଲଗାଇଥିବା ସାମସନ୍ ସୟଦ ମୁସ୍ତାକ ଅଲିରେ କେରଳ ପାଇଁ ୬ ଟି ମ୍ୟାଚ ମଧ୍ୟରୁ ଅର୍ଦ୍ଧଶତକ ହାସଲ କରି ମାତ୍ର ୧୩୫ ରନ୍ ସ୍କୋର କରିପାରିଛନ୍ତି।