ମୁମ୍ବାଇ,୯/୯ : ଆଜିଠାରୁ ୨୦୨୫ଏସିଆ କପର ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ଏବଂ ହଂକଂ ​​​​​​​ ମଧ୍ୟରେ ଖେଳାଯିବ । ସେହିଭଳି ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ତଥା ୧୦ସେପ୍ଟେମ୍ବରରେ ଖେଳିବ । ଲିଗ ଷ୍ଟେଜରେ ଭାରତୀୟ ଟିମ୍ ୟୁଏଇ, ପାକିସ୍ତାନ ଏବଂ ଓମାନରେ ଭେଟିବ । ଏସିଆ କପରେ ଭାରତର ପ୍ଲେଇଂ ଇଲେଭେନକୁ ନେଇ ବଡ଼ ସୂଚନା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ବୁଧବାର ୟୁଏଇ ବିପକ୍ଷ ମ୍ୟାଚରେ ଚାଇନାମ୍ୟାନ ସ୍ପିନର କୁଲଦୀପ ଯାଦବ, ଫିନିଶର ରିଙ୍କୁ ସିଂହ ଏବଂ ଓ୍ବିକେଟକିପର ବ୍ୟାଟର ସଞ୍ଜୁ ସାମସନ ପ୍ଲେଇଂ ଇଲେଭେନର ଭାଗିଦାରୀ ହେବେ ନାହିଁ । ଏହାସହ ହର୍ଷିତ ରାଣାଙ୍କୁ ବି ସୁଯୋଗ ମିଳିବ ନାହିଁ । ଉପଅଧିନାୟକ ଶୁଭମନ ଗିଲ୍ ଏବଂ ଟି-୨୦ର ନମ୍ବର -୧ ବ୍ୟାଟର ଅଭିଷେକ ଶର୍ମା ପାଳିର ଆରମ୍ଭ କରିବେ । ଏହାପରେ ୩ନମ୍ବରରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଖେଳୁଥିବାର ଦେଖାଯିବେ । ୪ନମ୍ବରରେ ଟି-୨୦ର ନମ୍ବର -୨ବ୍ୟାଟର ତିଲକ ବର୍ମାଙ୍କୁ ସୁଯୋଗ ମିଳିବ । ଏହାପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆକ୍ସନରେ ଦେଖାଯିବେ । ଅନ୍ୟପଟେ ଏହି ନମ୍ବରରେ କେବେ କେବେ ଅକ୍ଷର ପଟେଲ ବି ଖେଳୁଥିବାର ଦେଖାଯାଇପାରନ୍ତି ।

ଶିବମ ଦୁବେଙ୍କୁ ଅନ୍ତିମ ସ୍ଥାନରେ ସ୍ଥାନ ଦିଆଯାଉଛି । ରିଙ୍କୁ ସିଂହଙ୍କ ତୁଳନାରେ ଦୁବେଙ୍କୁ ପ୍ରାଥମିକତା ଦିଆଯାଇଛି। ସେହିଭଳି ସେ ୬ନମ୍ବରରେ ଖେଳୁଥିବା ଦେଖାଯିବେ । ଯଦି ଅକ୍ଷରଙ୍କୁ ପ୍ରମୋଟ କରାଯିବ ତ ପୁଣି ଦୁବେ ୭ନମ୍ବରରେ ବି ଖେଳିପାରନ୍ତି । ଦୁବେଙ୍କ ମୁଖ୍ୟ ଭୂମିକା ବିପକ୍ଷ ଟିମର ସ୍ପିନର୍ସ ଉପରେ ଆକ୍ରମଣ କରିବାକୁ ରହିବ । ଓ୍ବିକେଟ କିପର ଜିତେଶ ଶର୍ମାଙ୍କୁ ବି ପ୍ଲେଇଂ ଇଲେଭେନରେ ସ୍ଥାନ ଦିଆଯାଇଛି । ଜିତେଶ ଦ୍ରୁତଗତିରେ ରନ୍ କରିବାରେ ମାହିର ଅଟନ୍ତି । ଟିମ୍ ଇଣ୍ଡିଆରେ ତାଙ୍କର ଏହି ଭୂମିକା ରହିବ ।

ବୋଲିଂରେ ବଋଣ ଚକ୍ରବର୍ତ୍ତି, ଜସପ୍ରୀତ ବୁମରାହ ଏବଂ ଅର୍ଶଦୀପ ସିଂହ ଅଛନ୍ତି । ଏହି ୩ଜଣଙ୍କ ସହ ଉଭୟଙ୍କ ଲାଗି ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ବି ଅଛନ୍ତି । ଭାରତର ପ୍ଲେଇଂ ଇଲେଭେନ ଦେଖାଯିବ ତ ବ୍ୟାଟିଂରେ ବହୁ ଦୃଢତା ଅଛି । ୮ନମ୍ବର ପର୍ଯ୍ୟନ୍ତ ଟିମରେ ବିଶ୍ବସନୀୟ ବ୍ୟାଟର ଅଛନ୍ତି । ବୋଲିଂରେ ବି ବହୁ ଦମଦାର୍ ଦେଖାଯାଉଛି ।