ସାନଖେମୁଣ୍ଡି,୪/୬ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନ ଜନୈକ ରାତ୍ର ଜଗୁଆଳିଙ୍କ ଝିଅକୁ ପ୍ରତାରଣା କରି ଗିରଫ ହେଲେ ପାଟପୁର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ l ସଂସ୍କୃତ ଶିକ୍ଷକ ଜଣଙ୍କ ହେଲେ ମୟୁରଭଂଜ ଜିଲ୍ଲା ବେତନଟୀ ବ୍ଲକ ଯୁଗଳ ଗ୍ରାମର ମୃତ୍ୟୁଞ୍ଜୟ ଗଣ l
ସୂଚନା ଅନୁସାରେ ୨୦୨୧ରେ ସଂସ୍କୃତ ଶିକ୍ଷକ ଜଣଙ୍କ ପାଟପୁର ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ଭାବେ ଯୋଗ ଦେଇଥିଲେ l ୨୦୨୩ଠାରୁ ସଂସ୍କୃତ ଶିକ୍ଷକଙ୍କ ଉକ୍ତ ଝିଅ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଓ ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ବାରମ୍ବାର ବିଦ୍ୟାଳୟର ପ୍ରକୋଷ୍ଠ ମଧ୍ୟରେ ଏବଂ ବିଭିନ୍ନ ସ୍ଥାନରେ ଶାରୀରିକ ସମ୍ପର୍କ ରଖି ଆସୁଥିଲେ l ଏ ନେଇ ଯୁବତୀଙ୍କ ପରିବାର ଲୋକ ଜାଣିବା ପରେ ଶିକ୍ଷକ ଜଣଙ୍କ ବିବାହର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ସଂସ୍କୃତ ଶିକ୍ଷକ ଜଣଙ୍କ ଅନ୍ୟତ୍ର ଵିଵାହ କରିଦେଇଥିବା ଜାଣିବାକୁ ପାଇବା ପରେ ଯୁବତୀ ଜଣଙ୍କ ମଙ୍ଗଳାବର ପାଟପୁର ଥାନାରେ ଅଭିଯୋଗ କରିଥିଲେ l
ଏ ନେଇ ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା କେଶ ନଂ ୨୭୬/୨୫ରେ ଏକ ମାମଲା ରୁଜୁ କରି ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରିବା ସହ ଅଭିଯୁକ୍ତ ମୃତ୍ୟୁଞ୍ଜୟ ଗଣକୁ ଗିରଫ କରି ବୁଧବାର ଦିଗପହଣ୍ଡି ସବ ଜେଲ୍ ହାଜତକୁ ପଠାଇଥିବାବେଳେ ଜାମିନ ନା ମଞ୍ଜୁର ହେବାରୁ ସବ ଜେଲ୍ ହାଜତକୁ ପଠାଇ ଦିଆଯାଇଛି l