ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଶଶା ଖୈତାନଙ୍କ ଅପକମିଙ୍ଗ୍‌ ଫିଲ୍ମରେ ସାନ୍ୟା, କହିଲେ-'ଚାଲେଞ୍ଜକୁ ଭୟ ନାହିଁ'

Published By : Krishna Priya | December 2, 2024 2:00 PM

ମୁମ୍ବାଇ ୦୨/୧୨: ଆମିର ଖାନ୍‌ଙ୍କ ସହିତ ଫିଲ୍ମ ‘ଦଙ୍ଗଲ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ସାନ୍ୟା ମଲହୋତ୍ରା । ତା’ ପରେ ‘ପଟାଖା’, ‘ବଧାଇ ହୋ’, ‘ଯୱାନ’, ‘ସାମ୍‌ ବାହାଦୂର’ ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଛି । ଆଗକୁ ସାନ୍ୟା ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ରେ ନଜର ଆସିବେ । ସେଥିରେ ତାଙ୍କ ସହିତ ବରୁଣ ଧୱନ ଓ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିବ । ଶଶାଙ୍କ ଖୈତାନ୍‌ ଫିଲ୍ମର ନିର୍ଦ୍ଦେଶନାରେ ଅଛନ୍ତି । 

ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ଚାଲେଞ୍ଜକୁ ମୁଁ ଭୟ କରେନାହିଁ । ଜଣେ ଅଭିନେତ୍ରୀ ଭାବେ ଯାହା ମୋତେ ପରିପକ୍ୱ କରିବ ଯେତେ କଷ୍ଟକର ହେଲେ ବି ସେଭଳି ଚାଲେଞ୍ଜକୁ ପ୍ରାଥମିକତା ଦେଇଥାଏ । ମୁଁ ଭାଗ୍ୟବାନ ଯେ ମୋତେ ଆମ ସମୟର ଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ସହିତ କାମ କରିବାର ସୁଯୋଗ ମିଳିଛି । ସେଥିଯୋଗୁ ହିଁ ମୁଁ ଭିନ୍ନ ଧରଣର ଫିଲ୍ମରେ କାମ କରିପାରିଛି । ସେହିପରି ଲୋକଙ୍କର ସମାଲୋଚନାକୁ ମଧ୍ୟ ମୁଁ ଗୁରୁତ୍ୱ ଦିଏନାହିଁ। କାରଣ ସେପରି କଲେ ଫିଲ୍ମ ବାଛିବା ସମୟରେ ମୋର ପସନ୍ଦ ପ୍ରଭାବିତ ହେବ । ମୁଁ କୌଣସି ଗତାନୁଗତିକ ଧାରାରେ ବାନ୍ଧି ହୋଇ ରହିବାକୁ ଚାହେଁନାହିଁ । ସମାନ ସମୟରେ ଦର୍ଶକମାନଙ୍କର ଭରପୁର ମନୋରଞ୍ଜନ ମଧ୍ୟ ମୋର ଲକ୍ଷ୍ୟ । ସେଥିଯୋଗୁ ଫିଲ୍ମ ବାଛିବା ସମୟରେ ଅନେକ ସମୟ ନେଇଥାଏ ।

‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ ବ୍ୟତୀତ ସାନ୍ୟା ମଧ୍ୟ ଅନୁରାଗ କଶ୍ୟପଙ୍କର ଆଗାମୀ ଫିଲ୍ମରେ ନଜର ଆସିବେ । ତାର ଶୀର୍ଷକ ଚୂଡ଼ାନ୍ତ ହୋଇନାହିଁ । ଏକ ତାମିଲ ଫିଲ୍ମରେ ବି ତାଙ୍କୁ ଦେଖିବାକୁ ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.