• ବିଜୟ ହଜାରେ ଟ୍ରଫିରେ ସର୍ଫରାଜଙ୍କ ନୂଆ ରେକର୍ଡ 
  • ୧୫ ବଲରୁ ଅର୍ଦ୍ଧଶତକ ହାସଲ କଲେ ସର୍ଫରାଜ ଖାନ୍ 
  • ଅଭିଶେକ ଶର୍ମାଙ୍କ ୬ ବଲରୁ ଅକ୍ତିଆର କଲେ ୩୦ ରନ୍ 

ନୂଆଦିଲ୍ଲୀ; /୧ : ଘରୋଇ କ୍ରିକେଟରେ ଚମକିଛନ୍ତି ସର୍ଫରାଜ ଖାନ । ବିଜୟ ହଜାରେ ଟ୍ରଫିରେ ଚମକିଛି ସର୍ଫରାଜଙ୍କ ବ୍ୟାଟ୍ । ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରି ନୂଆ ରେକର୍ଡ ହାସଲ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ସେ ପଞ୍ଜାବର ଅଲରାଉଣ୍ଡର ଅଭିଶେକ ଶର୍ମାଙ୍କୁ ଧୂଲେଇ କରିଛନ୍ତି । ଯିଏ କି ବିା୍ବର ବଡ଼ ବଡ଼ ବୋଲରଙ୍କୁ ପାଣି ପିଆଉଥିଲେ ସେ ତାଙ୍କୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଛନ୍ତି । ଓଭରର ୬ଟି ଯାକ ବଲକୁ ସୀମା ରେଖା ବାହାରକୁ ପଠାଇଛନ୍ତି ସର୍ଫରାଜ ।

ସର୍ଫରାଜ ଖାନ ବ୍ୟାଟିଂ ଆସିଲେ ଆଉ ଦମଦାର ପ୍ରଦର୍ଶନ କଲେ । ସେ ଆକ୍ରଣାତ୍ମକ ଢ଼ଙ୍ଗରେ ବ୍ୟାଟିଂ ଆରମ୍ଭ କରିଥିଲେ । ସେ ପ୍ରଥମ ୫ ବଲରେ ୧୯ ରନ କରିଥିଲେ । ପରେ ଅଭିଶେକ ଶର୍ମା ବୋଲିଂ କରିବା ପାଇଁ ଆସିଥିଲେ । ଆଉ ଅଭିଶେକ ଶର୍ମାଙ୍କୁ ବଡ଼ ସଟରେ ସ୍ବାଗତ ଜଣାଇଥିଲେ ଅଭିଶେକ ଶର୍ମା । ଅଭିଶେକ ଶର୍ମାଙ୍କ ୬ ବଲରୁ ୩୦ ରନ ସଂଗ୍ରହ କରିଥିଲେ ସର୍ଫରାଜ । ଯାହାଫଳରେ ସେ ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ । ଏହା ବିଜୟ ହଜାରେ ଟ୍ରଫି ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ।

ପଞ୍ଜାବ ବିପକ୍ଷରେ ସର୍ଫରାଜ ଖାନ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ମାତ୍ର ୨୦ ବଲରେ ୬୨ ରନ କରିଥିଲେ । ଯେଉଁଥିରେ ୭ ଚୌକା ଏବଂ ୫ ଛକା ରହିଥିଲା । ସେ ୩୧୦ ଷ୍ଟ୍ରାଇକ ରେଟରେ ଖେଳିଥିଲେ । ତେବେ ଅଭିଶେକ ଶର୍ମାଙ୍କୁ ସର୍ଫରାଜ ବଡ଼ ବଡ଼ ସଟ ମାରିଥିବାବେଳେ ଅଭିଶେକ ଶର୍ମା ମାତ୍ର ୮ ରନ କରିପାରିଥିଲେ । ସେ ମୁମ୍ବାଇ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ।