ପ୍ରମୂଖ ଖବର
  • ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ, ପୋର୍ଟ ପ୍ରଶାସନ ବିଲ୍ଡିଂରେ ୪ ଜିଣିଆ ଟିମ୍‌ର ଖୋଳତାଡ
  • ||
  • କଟକ : ମହାନଦୀ ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ୨୨ ନକ୍ସଲ ସଫା, ଜଣେ ଯବାନ ସହିଦ୍
  • ||
  • ନୟାଗଡ଼ରେ ଅଭାବନୀୟ ଘଟଣା, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ
  • ||
  • ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲ୍ଲା, ୧୨ଟା ଯାଏଁ ଗୃହ ମୁଲତବୀ
  • ||
  • ଗଜପତି: ଦୁଇ ବ୍ୟବସାୟୀଙ୍କ ଭାଇଙ୍କ ଘରେ ଆଇଟି ଚଢ଼ାଊ, ଆୟକର ବିଭାଗ ୧୨ ଅଧିକାରୀ ସାମିଲ୍
  • ||
  • ସମ୍ବଲପୁର: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ୭ମ ଏବଂ ୮ମ ପ୍ରଶ୍ନପତ୍ର
  • ||
  • ବୌଦ୍ଧ : ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା
  • ||
  • ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ
  • ||
  • ତାତିରେ ବ୍ରେକ୍ ଲଗାଇବ କାଳବୈଶାଖୀ, ଆଜି ୬ ଜିଲ୍ଲାରେ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
  • ||

ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା

Published By : Prameya | January 6, 2025 7:25 AM

ଗଣିଆ ୦୬/୦୧: ଆଜିଠୁ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ସାତକୋଶିଆ  ଗଣ୍ଡରେ କୁମ୍ଭୀର ଗଣନା । ଏହି ଗଣନା କାର୍ଯ୍ୟ  ତିନି ଦିନ ଧରି ଚାଲିବ । 

ପ୍ରତିବର୍ଷ ଶୀତଋତୁରେ କୁମ୍ଭୀର ଗଣନା କାର୍ଯ୍ୟ  କରାଯାଇଥାଏ । ଶୀତଋତୁରେ ଅତ୍ୟଧିକ ଥଣ୍ଡା ଯୋଗୁଁ କୁମ୍ଭୀରମାନେ ପାଣିରୁ  ବାହାରି ସ୍ଥଳଭାଗରେ କିମ୍ବା ନଦୀବାଲିପଠାରେ ଶୋଇଥାନ୍ତି । କୁମ୍ଭୀରମାନଙ୍କୁ ଦେଖିବା ସହ ଘୋଷରା ଦାଗକୁ ଲକ୍ଷ୍ୟକରି କୁମ୍ଭୀର ଗଣନା କରାଯାଇଥାଏ ।  ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଦୂରବୀକ୍ଷଣ ଯନ୍ତ୍ର ଓ କ୍ୟାମେରା ଦ୍ୱାରା  ଛୋଟ ଡଙ୍ଗା ସାହାଯ୍ୟରେ ନଦୀମଧ୍ୟରେ କୁମ୍ଭୀର ଗଣନା କାର୍ଯ୍ୟ କରିବେ ।  

ଶୀତଦିନେ କୁମ୍ଭୀରମାନେ ବାଲିପଠାରେ ଶୋଇ ରହିଥିବାରୁ ସକାଳ ୬ଟାରୁ  ଦିନ ୧୨ଟାମଧ୍ୟରେ ଗଣନା କାର୍ଯ୍ୟ ସହଜ ହୋଇଥାଏ ବୋଲି ଛାମୁଣ୍ଡିଆ  ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି । ଛାମୁଣ୍ଡିଆ ବନାଞ୍ଚଳର  ବଡ଼ମୂଳଠାରୁ ମଣିଭଦ୍ରା ଓ ମଣିଭଦ୍ରାଠାରୁ ମାରଡ଼ା ପଦ୍ମାବତୀ ପର୍ଯ୍ୟନ୍ତ ୩ଟି  ଟିମ୍‌ରେ ବନକର୍ମଚାରୀମାନେ ଗଣନା କାର୍ଯ୍ୟରେ ନିୟୋଜିତ ହେବେ । ସେହିପରି  ୧୭ ଓ ୧୮ ତାରିଖରେ ପକ୍ଷୀ ଗଣନା କରାଯିବ ବୋଲି ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.