ନୂଆଦିଲ୍ଲୀ – ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ୫୨ କୋଟିରୁ ଅଧିକ ଗ୍ରାହକଙ୍କ ସହ ଭାରତର ସବୁଠୁ ବଡ଼ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଏବଂ ବୋଧହୁଏ ଏଥିପାଇଁ ଏବେ ହ୍ୟାକର୍ସ ଏହାର ଗ୍ରାହକଙ୍କୁ ଟାର୍ଗେଟ୍ କରୁଛନ୍ତି। ହ୍ୟାକର୍ସ SBIର ଗ୍ରାହକଙ୍କୁ ହ୍ୱାଟ୍ସଆପ୍ରେ ଫେକ୍ ଏସଏମଏସ ପଠାଇ ଫସାଇବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ କିମ୍ୱା ଆପଣଙ୍କ ଘରେ କେହି ଏସବିଆଇର ଗ୍ରାହକ ଅଛନ୍ତି , ତ ନିଜେ ସାବଧାନ ହୋଇ ଯାଆନ୍ତୁ ଏବଂ ପରିବାର ସଦସ୍ୟଙ୍କୁ ମଧ୍ୟ ଆଲର୍ଟ କରି ଦିଅନ୍ତୁ, କାହିଁକି ନା ଏକ ଛୋଟିଆ ଭୁଲରେ ଆପଣଙ୍କର ଆକାଉଣ୍ଟ ଖାଲି ହୋଇ ପାରେ। ନିଜେ ଏସବିଆଇ ନିଜର ଗ୍ରାହକଙ୍କୁ ସତର୍କ କରାଇଛି। ଏସବିଆଇ ନିକଟରେ ଏକ ଏମିତି ମାମଲା ବିଷୟରେ କହିଛି , ଯେଉଁଥିରେ ସ୍କାମର ଗ୍ରାହକଙ୍କୁ ଫେକ୍ ହ୍ୱାଟ୍ସଆପ୍ ମେସେଜ୍ ପଠାଉ ଥିଲା। ମେସେଜରେ ଦାବି କରାଯାଇ ଥିଲାଯେ, ତାଙ୍କର ଆଧାର ନମ୍ୱର ଅପଡେଟ୍ ହୋଇ ନାହିଁ। ତାଙ୍କର ୟୋନୋ ଆପ୍ ଡିଆକ୍ଟିଭେଟ୍ କରିଦିଆ ଯିବ। କଣ ଏହି ପୂରା ମାମଲା , ଚାଲନ୍ତୁ ବିସ୍ତୁତରେ ଜାଣିବା , ଏହାସହ ଜାଣିବା ସୁରକ୍ଷିତ ରହିବାର ଉପାୟ ...
ଆହୁରି ମଧ୍ୟ ପଢନ୍ତୁ : ଭାରତ ବିଶ୍ୱକୁ ଦେଖାଇଲା ନିଜର ପରମାଣୁ ଶକ୍ତି , ମିଡିୟମ ରେଞ୍ଚ ବାଲିଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ
SBI ଗ୍ରାହକଙ୍କୁ ହ୍ୱାଟ୍ସଆପ୍ରେ ମିଳୁଛି ଏପରି ମେସେଜ୍ - ଏକ୍ସରେ ଏକ ପୋଷ୍ଟରେ SBI ଏକ ସ୍କ୍ରିନସଟ୍ ସେୟାର କରିଛି, ଯେଉଁଥିରେ ସବୁଠୁ ଉପରେ ଏକ ବଡ଼ SBI YONO ଲୋଗୋ ଦେଖାଉଛି। ଏହାର ତଳେ ଏକ ମେସେଜ୍ ଲେଖା ଥିଲା : " ପ୍ରିୟ SBI ଗ୍ରାହକ, ଆପଣଙ୍କୁ ଜଣାଇ ଦିଆଯାଉଛି ଯେ, ଆପଣଙ୍କ ଆକାଉଣ୍ଟରେ ଆଧାର ଅପଡେଟ୍ ନହେବା ଯୋଗୁଁ ଆପଣଙ୍କ SBI YONO ଆକାଉଣ୍ଟ୍ ଆଜି ରାତିରେ ବ୍ଲକ୍ କରି ଦିଆ ଯିବ। ଆମେ ଏହି ଅସୁବିଧା ପାଇଁ ଦୁଃଖିତ ଏବଂ ଆପଣଙ୍କୁ ଆମେ ଅନୁରୋଧ କରୁଛୁ ଯେ, ଆମର ଅଫିସିଆଲି SBI ଆଧାର ଅପଡେଟ୍ APK ଇନଷ୍ଟଲ୍ କରନ୍ତୁ ଏବଂ KYC ସହିତ ଆଗକୁ ବଢ଼ିବା ପାଇଁ ତୁରନ୍ତ ଆପଣଙ୍କ ଆଧାର ଅପଡେଟ୍ କରନ୍ତୁ। ଶେଷରେ, ମେସେଜରେ ଏକ "SBI KYC AADHAR UPDATE.apk" ଫାଇଲ୍ ଥିଲା।
ପୂର୍ବରୁ ମଧ୍ୟ ଆସିଛି ଏମିତି ନକଲି ମେସେଜ୍ -
ଏହା ସ୍ପଷ୍ଟ ଭାବେ ୟୁଜରଙ୍କୁ ଡ଼ରାଇ ମଲିସିୟସ ଆପ୍ ଡାଉନଲୋଡ୍ କରିବାକୁ ଏକ ଫେକ୍ ପ୍ରୟାସ ଏବଂ ଏପରି ପ୍ରଥମ ଥର ହୋଇ ନାହିଁ ,ଯାହାକି ସ୍କାମରମାନେ ଏପରି କୌଶଳ ବ୍ୟବହାର କରିଛନ୍ତି। ୨୦୨୪ରେ ମଧ୍ୟ , ସେ ମେସେଜ୍ ପଠାଇ ଦାବି କରିଥିଲେ ଯେ, ପୁରସ୍କାର ପଏଣ୍ଟ ଏକ୍ସପାୟର ହୋଇ ଯାଇଛି। ପୁଣି ଥରେ ଏକ ନକଲି APK ଫାଇଲ୍ ପଠାଇ ଥିଲେ ।
ସୁରକ୍ଷିତ ରହିବା ପାଇଁ ଏହି କଥାକୁ ଧ୍ୟାନ ଦିଅନ୍ତୁ -
SBI ନିଶ୍ଚିତ କରିଛି ଯେ, ସେ କେବେବି ଗ୍ରାହକମାନଙ୍କୁ APK ଫାଇଲ୍ ମାଧ୍ୟମରେ ଆପ୍ ଡାଉନଲୋଡ୍ କରିବାକୁ କହିବ ନାହିଁ କିମ୍ବା ସେମାନଙ୍କୁ ଏହି ପ୍ରକାରର ଧମକ ଦେବ ନାହିଁ। ଯଦି ଆପଣ ଏପରି ମେସେଜ ମିଳୁଛି , ତ ,ସବୁଠୁ ଭଲ ଉପାୟ ଆପଣ ମେସେଜ ପଠାଇବା ଥିବା ବ୍ୟକ୍ତିକୁ ବ୍ଲକ୍ କରି ଦିଅନ୍ତୁ। ଏହି ଘଟଣାର ରିପୋର୍ଟ କରନ୍ତୁ। ଆପଣ ସାଇବର ଠକେଇ ହେଲ୍ପଲାଇନ୍ ନଂ ୧୯୩୦ ସହ ଯୋଗାଯୋଗ କରି ପାରିବେ କିମ୍ବା ଅଫିସିଆଲି ସାଇବର ଅପରାଧ ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ଅଭିଯୋଗ ଦାଖଲ କରି ପାରିବେ। ସର୍ବଦା ଅଫିସିଆଲି ଆପ୍ ଷ୍ଟୋରରୁ SBIର YONO ଆପ୍ ଇନଷ୍ଟାଲ୍ କରନ୍ତୁ।