ପ୍ରମୂଖ ଖବର
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଏସଟି ଆସିଷ୍ଟାଣ୍ଡ କମିଶନର
  • ||
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||

ଷ୍ଟାଣ୍ଡ-ଅପ୍‌ କମେଡିଆନଙ୍କୁ 'ସୁପ୍ରିମ' ଭର୍ତ୍ସନା; କହିଲେ 'ସୋସିଆଲ ମିଡିଆରେ ନିଃସର୍ତ୍ତରେ ମାଗ କ୍ଷମା'

Published By : Swapna Ray | August 25, 2025 1:45 PM

ନୂଆଦିଲ୍ଲୀ, ୨୫।୮: ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ଷମା ମାଗିଲେ ବଡ଼ ହାସ୍ୟ ଅଭିନେତା । ସୋମବାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପରେ ସମ୍ୱେଦନହୀନ ଉପହାସ କରିବାକୁ ନେଇ ଷ୍ଟାଣ୍ଡ ଅପ୍ କମେଡିଆନଙ୍କୁ ସୁପ୍ରିମକୋର୍ଟ ଭତ୍ସନା କରିଛନ୍ତି । କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏପରି ମନ୍ତବ୍ୟ କେବଳ ସମାଜିକ ଭାବନାକୁ ଆଘାତ ଦେଉନି, ବରଂ ଜଣେ ବ୍ୟକ୍ତିର ସ୍ୱାଧୀନତାର ସାମୀକୁ ମଧ୍ୟ ଅତିକ୍ରମ କରୁଛି । 

ମାମଲା କ’ଣ ? 

ଏହି ବିବାଦ ଏସ୍‌ଏମଏ କ୍ୟୋର୍ ଫାଉଣ୍ଡେସନ ଦ୍ୱାରା ଦାୟର କରାଯାଇଥିବା ଯାଚିକା ସହ ଜଡ଼ିତ । ଯେଉଁଥିରେ ହାସ୍ୟ ଅଭିନେତା ସମୟ ରାଇନା, ବିପୁଲ ଗୋୟଲ, ବଲରାଜ ପରମଜିତ ସିଂ ଘଇ, ସୋନାଲି ଠକ୍କର ଓ ନିଶାନ୍ତ ଜଗଦୀଶ ତନୱରଙ୍କ ଉପରେ ଭିନ୍ନକ୍ଷମଙ୍କୁ ଉପହାସ କରିବାର ଅଭିଯୋଗ ହୋଇଥିଲା । ଆବେଦନରେ କୁହାଯାଇଛି ଯେ, ଏହି କଳାକାରମାନେ ସେମାନଙ୍କ କାର୍ଯ୍ୟକ୍ରମ ଓ ସୋସିଆଲ ମିଡିଆରେ ଏପରି ମନ୍ତବ୍ୟ ଦେଇଛନ୍ତି, ଯାହା ଭିନ୍ନକ୍ଷମ ବ୍ୟକ୍ତିଙ୍କ ସମ୍ମାନକୁ ଆଘାତ ପହଞ୍ଚାଇଥାଏ । 

ଶୁଣାଣି ସମୟରେ ଜଷ୍ଟିସ ସୁର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟା ବାଗଚୀଙ୍କ ଦୁଇ ଜଣିଆ ଖଣ୍ଡପୀଠରେ ଧାରା ୧୯ ଓ ଧାରା ୨୧କୁ ଉଦ୍ଧୃତ କରି କହିଥିଲେ, ଯେତେବେଳେ ଏହା ଅନ୍ୟ ସମ୍ପ୍ରଦାୟର ସମ୍ମାନକୁ ଆଘାତ କରେ, ସେତେବେଳେ ମର୍ଯ୍ୟାଦାର ଅଧିକାର ସର୍ବୋପରି ହେବ । କୋର୍ଟ ଏହି ହାସ୍ୟ ଅଭିନେତାମାନଙ୍କୁ କେବଳ କୋର୍ଟ ସମ୍ମୁଖରେ ନୁହେଁ ବରଂ ୟୁଟ୍ୟବ୍‌ରେ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟ ଏଭଳି ମଧ୍ୟ ଚେତାବନୀ ଦେଇଥିଲେ ଯେ, ଯଦି ଭବିଷ୍ୟତରେ ଦ୍ୱିତୀୟ ଥର ପାଇଁ ଏଭଳି କାର୍ଯ୍ୟର ପୁନରାବୃତ୍ତି ହୁଏ, ତେବେ ସେମାନଙ୍କୁ ଜୋରିମାନା ଦେବାକୁ ପଡ଼ିବ । 

ନିର୍ଦ୍ଦେଶାବଳୀ ପ୍ରସ୍ତୁତ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ:   

ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପମାନଜନକ କିମ୍ୱା ପକ୍ଷପାତପୂର୍ଣ୍ଣ ବିଷୟବସ୍ତୁକୁ ନିଷିଦ୍ଧ କରିବା ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ କହିଥିଲେ । ମହିଳା, ଶିଶୁ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମମାନଙ୍କୁ ଅପମାନିତ କରୁଥିବା ଭାଷଣକୁ କଡ଼ାକଡ଼ି ନିଷେଧ କରିବାର ଆବଶ୍ୟକତା ରହିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.