ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ଏସ୍‌ସିବିରେ ପାଦସେବା ଭିଡିଓ ଭାଇରାଲ୍‌, ମୁଖ୍ୟ ଡ୍ରାଇଭରଙ୍କ ଗୋଡ଼ ମୋଡ଼ି ଦେଉଛନ୍ତି କନିଷ୍ଠ ଡ୍ରାଇଭର

Published By : Prameya | May 30, 2025 10:58 AM

କଟକ,୩୦/୦୫: ଜଣେ ବରିଷ୍ଠ  ଆମ୍ବୁଲାନ୍ସ ଡ୍ରାଇଭର୍‌ ଟେବୁଲ୍‌ ଉପରେ ବସିଛନ୍ତି । ପାଦରେ ଅଛି ଜୋତା । ତଳେ ବସିଛନ୍ତି  ଜଣେ କନିଷ୍ଠ ଆମ୍ବୁଲାନ୍ସ  ଡ୍ରାଇଭର । ଆଉ ବରିଷ୍ଠ ଡ୍ରାଇଭରଙ୍କ ଗୋଡ଼କୁ ନିଜ ଜଙ୍ଘ ଉପରେ ରଖି ଜୋତା ଖୋଲି ଗୋଡ଼ ଓ ପାଦକୁ  ହାତରେ ମୋଡ଼ି ଦେଉଛନ୍ତି । - ଏଭଳି ଦୃଶ୍ୟ ଥିବା ଏକ  ଭିଡିଓ ଭାଇରାଲ୍‌  ହେଉଛି । ପ୍ରାୟ ୧ ମିନିଟ୍‌  ୪ ସେକେଣ୍ଡ୍‌ର ଭିଡିଓରେ  ବରିଷ୍ଠ ଆମ୍ବୁଲାନ୍ସ ଡ୍ରାଇଭରଙ୍କ  ପାଦସେବା କରାଯାଉଥିବା ଦିଶୁଛି ଯାହାକୁନେଇ ଚର୍ଚ୍ଚା ହେଉଛି । ତେବେ ଖାଲି ସେତିକି ନୁହେଁ, ଏସ୍‌ସିବି ଆମ୍ବୁଲାନ୍ସ ସେକ୍ସନ୍‌ର କିଛି କର୍ମଚାରୀ ଉକ୍ତ ଅଭିଯୁକ୍ତ ବରିଷ୍ଠ ତଥା ମୁଖ୍ୟ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦୌରାତ୍ମ୍ୟ ବାବଦରେ ଗୁରୁବାର ଡିନ୍‌ ତଥା  ପ୍ରିନ୍ସପାଲ୍‌ଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।  

ଏସ୍‌ସିବିରେ ଏକ ଆମ୍ବୁଲାନ୍ସ ସେକ୍ସନ୍‌  ରହିଛି । ମେଡିକାଲ୍‌ର ଆମ୍ବୁଲାନ୍ସ ଓ ମହାପ୍ରୟାଣ  ଗାଡ଼ି ଏହି ବିଭାଗ ଦ୍ୱାରା  ପରିଚାଳିତ । ସେହି ବିଭାଗରେ ମୁଖ୍ୟ ଡ୍ରାଇଭର ଭାବେ ଶାରଦା ପ୍ରସାଦ ମୁଦୁଲି କାମ କରୁଛନ୍ତି ।  ଏଥିସହିତ ବିଭାଗରେ କିଛି ଅନ୍ୟ କନିଷ୍ଠ ଡ୍ରାଇଭର ଓ ସହାୟକ ମଧ୍ୟ ଅଛନ୍ତି ।   ଏହି ସେକ୍ସନ୍‌ର ଏକ ଭିଡିଓ  ହଠାତ୍‌ ଭାଇରାଲ୍‌ ହେବାକୁ  ଲାଗିଲା । ଯେଉଁଥିରେ  ମୁଖ୍ୟ ଡ୍ରାଇଭର ଶ୍ରୀ ମୁଦୁଲି ଏକ ଟେବୁଲ୍‌ ଉପରେ ବସିଥିବା ଓ ତଳେ  ଜଣେ କନିଷ୍ଠ ଡ୍ରାଇଭର ବସି ତାଙ୍କ ଗୋଡ଼କୁ  ଧରି ମୋଡ଼ି-ଘଷି ଦେଉଥିବା ଦେଖାଗଲା । 

ଅଭିଯୋଗ ହେଉଛି, ଏହା ଦିନକର  ଘଟଣା ନୁହେଁ, ପ୍ରତିଦିନ ଶ୍ରୀ ମୁଦୁଲି କନିଷ୍ଠ  କର୍ମଚାରୀ ଓ ସହାୟକଙ୍କୁ ଏଭଳି ଢଙ୍ଗରେ  ନିଜ କାମରେ ଲଗାଇ ସେବା ପାଇଥାନ୍ତି । ନିଜ ଘର ପରିବା କିଣିବା ପାଇଁ ପଠାଇବା, ପୁଅକୁ ଟିଉସନ୍‌ରୁ ନେଇଆସିବା ଓ ଘରେ ଜିନିଷପତ୍ର  ଦେବା ଭଳି କାମ କରାନ୍ତି । ଶ୍ରୀ ମୁଦୁଲିଙ୍କ ଏଭଳି  ଆଚରଣ ଓ ଶୋଷଣ ନେଇ କିଛି କର୍ମଚାରୀ  ଆଜି ପ୍ରିନ୍ସିପାଲ୍‌ଙ୍କୁ ଲିଖିତ ଭାବେ ଅବଗତ ବି  କରିଛନ୍ତି । ଆମ୍ବୁଲାନ୍ସରେ କିଛି ସମସ୍ୟା ହେଲେ  ମୁଖ୍ୟ ଡ୍ରାଇଭର କିଭଳି କନିଷ୍ଠ ଡ୍ରାଇଭର ଓ  ସହାୟକଙ୍କ ଉପରେ ଦାଉ ସାଧୁଛନ୍ତି ସେନେଇ ପ୍ରିନ୍ସପାଲ୍‌ଙ୍କୁ ଅବଗତ କରାଯାଇଥିବା ସୂଚନା  ମିଳିଛି । ଏହା ସାଙ୍ଗକୁ ଭିଡିଓ ବି ଘୂରିବୁଲୁଛି ।  ତେବେ ଅଭିଯୋଗ ସମ୍ପର୍କରେ ଶ୍ରୀ ମୁଦୁଲିଙ୍କ ସହିତ ଯୋଗାଯୋଗ କରାଯିବା ପାଇଁ ଚେଷ୍ଟା  କରାଯାଇଥିଲେ ମଧ୍ୟ ତାହା ସମ୍ଭବପର  ହୋଇପାରି ନାହିଁ । ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମଧ୍ୟ ମିଳି ପାରି ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.