ସଇଁତଳା,୧୭।୭   : ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ୍ ରେ  ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସଂଘ ଗଠିତ  ହୋଇଯାଇଛି।  ବ୍ଲକ କାର୍ଯାଳୟ ପରିସରରେ ଥିବା   ସଭା ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ   ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ ଯୋଗ ଦେଇଥିଲେ।  ସମ୍ମାନିତ ଅତିଥି  ଭାବେ ସଇଁତଳା   ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ଆଇନଜୀବି ପ୍ରୀତି ସାଗର ମହାନନ୍ଦ,ବେଦବ୍ୟାସ ଭୋଇ ଉପସ୍ଥିତ ଥିଲେ। 

ଅନୁସୂଚିତ ଜାତି  ଓ ଜନଜାତି  କଲ୍ୟାଣ ସଂଘ   ଜିଲ୍ଲା ସଭାପତି ମିନିକେତନ୍ ମାଝୀ ଙ୍କ ଉପସ୍ଥିତିରେ ବ୍ଲକ୍ କମିଟି ଗଠନ କରାଯାଇଥିଲା । ସଭାପତି ଭାବରେ ବିନୋଦ ନାଗ ଙ୍କୁ ମନୋନୀତ ହୋଇଥିଲେ। ସଂପାଦକ  ଭାବେ ଶ୍ରୀ ଧାରୁଆ,  ଉପ ସଭାପତି ବିସର୍ଗ ନନ୍ଦ. ଉପ ସଂପାଦକ ବୈକୁଣ୍ଠ ଭୋଇ, କୋଷାଧ୍ୟକ୍ଷ ଭାନୁପ୍ରତାପ ଭୋଇ ସର୍ବସମିତି କ୍ରମେ ମନୋନୀତ ହୋଇଛନ୍ତି।