ଖଲ୍ଲିକୋଟ ୦୨/ ୧୨: ଓଲଟିଲା ସ୍କୁଲ ଅଟୋ। ଅଟୋ ଆଗକୁ ହରିଣ ଆସିବାରୁ ଭାରସାମ୍ୟ ହରାଇ ଓଲଟିଲା ଅଟୋ। ଦୁର୍ଘଟଣାରେ ୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇଥିବା ବେଳେ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି। ସ୍ଥାନୀୟଲୋକ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଖଲ୍ଲିକୋଟ୍ ମେଡିକାଲରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟଲୋକ ପୁଲିସକୁ ସୂଚନା ଦେଇଛନ୍ତି।

ସୂଚନା ଅନୁଯାଇ, ଆଜି ସକାଳେ ୫ରୁ ଅଧିକ ଛାତ୍ରଛାତ୍ରୀ -ମାଣିକପୁରରୁ କୈରାସ ଅରବିନ୍ଦ ସ୍କୁଲକୁ ଅଟୋ ଯାଉଥିଲେ। ହଠାତ୍ ହରିଣଟି ସାମ୍ନାକୁ ଚାଲି ଆସିବାରୁ ଭାରସାମ୍ୟ ହରାଇ କୈରାସି ଛକ ନିକଟରେ ଅଟୋଟି ଦୁର୍ଘଟଣାଗସ୍ତ ହୋଇଛି। ଦୁର୍ଘଟଣା ୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି।