ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଉତ୍ତରାଖଣ୍ଡରେ ବାଘ ଆତଙ୍କ; ୩ମୃତ

Published By : Anindita Ratha | October 22, 2024 1:25 PM

 ନୂଆଦିଲ୍ଲୀ,୨୨/୧୦: ଉତ୍ତରାଖଣ୍ଡ ନ୍ୟୁଟିହରି ଅଞ୍ଚଳରେ ବାଘ ଆତଙ୍କ ।  ଗତ କିଛି ଦିନ ମଧ୍ୟରେ ୩ ଛୁଆଙ୍କୁ ମାରି ସାରିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ । ବାଘଟିକୁ କାବୁ କରିବାକୁ ବନ ବିଭାଗ ପ୍ରୟାସ ଜାରି ରଖିଛି। ଏନେଇ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲକୁ ବନ୍ଦ କରାଯିବା ସହ ପରୀକ୍ଷାକୁ ବି ବାତିଲ କରି ଦିଆଯାଇଛି। ଏପରିକି ବାଘ ଖୋଜିବାରେ ଡ୍ରୋନ୍‌ ବି ନିୟୋଜିତ ହୋଇଛି।

ସୂଚନା ମୁତାବକ, ଶନିବାର ସନ୍ଧ୍ୟା ସମୟରେ ସାକ୍ଷୀ ନାମ୍ନୀ ୧୩ ବର୍ଷୀୟା ନାବାଳିକା ଘରୁ ଖେଳିବାକୁ ବାହାରିଥିବା ବେଳେ ବାଘଟି ତାଙ୍କୁ ଝାମ୍ପ ନେଇଥିଲା। ଝିଅଟିର ଚିତ୍କାର ଶୁଣି ପାଖପଡ଼ୋଶୀ ବାଘଟିର ପିଛା କରିଥିଲେ । ମାତ୍ର ବାଘଟି ଘୋଷାଡ଼ି ଟାଣି ନେଇଥିବା ବେଳେ ଘଟଣାସ୍ଥଳରେ ସାକ୍ଷୀଙ୍କ ମୃତ୍ୟୁ ହୋଇଥିଲା। ଏହାପୂର୍ବରୁ ଉକ୍ତ ବାଘଟି ଜଣେ ୯ ବର୍ଷୀୟା ନାବାଳିକା ଓ ୩ ବର୍ଷର ଶିଶୁକୁ ମାରି ଦେଇଛି।ବନ ବିଭାଗ ଅଧିକାରୀ ଟିମ୍‌ ଧରି ବାଘକୁ ଖୋଜୁଥିବା ବେଳେ ତା’ର କିନ୍ତୁ ସନ୍ଧାନ ମିଳି ପାରିନି। ତେଣୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଖପାଖ ଅଞ୍ଚଳର ସମସ୍ତ ସ୍କୁଲକୁ ଛୁଟି କରି ଦିଆଯାଇଛି। ଏହି ସମୟରେ ଘରୁ ନ ବାହାରିବାକୁ ଅଞ୍ଚଳବବାସୀଙ୍କୁ ସତର୍କ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.