୨୦୨୬ ଗ୍ରହ ଚଳନ:- ବର୍ଷ ଆରମ୍ଭରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶନି ମୀନ ରାଶିରେ ଅବସ୍ଥାନ କରିବେ । ୦୧.୦୬.୨୦୨୬ ବୃହସ୍ପତି କର୍କଟ ରାଶିକୁ ଗମନ କରିବେ । ପୁଣି ୩୦.୧୦.୨୦୨୬ରେ ବୃହସ୍ପତି ସିଂହକୁ ଗମନ କରିବେ । ୨୫.୧୧.୨୦୨୬ରେ ରାହୁ ମକରକୁ ଗମନ କରିବେ ଏବଂ କେତୁ କର୍କଟକୁ ଗମନ କରିବେ ।
ବିଛା: ବିଛା ରାଶିର ସବୁ ବର୍ଗର ବ୍ୟକ୍ତିମାନଙ୍କର ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶନି ପଞ୍ଚମରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ, ବୃହସ୍ପତି ଅଷ୍ଟମ ଯୋଗୁ ବିଛା ରାଶିର ସବୁ ବର୍ଗର ବ୍ୟକ୍ତିମାନେ ଶାରୀରିକ ପୀଡ଼ା, ମାନସିକ ଦୁଶ୍ଚିନ୍ତା, ମାନ, ସମ୍ମାନ ହାନି, ସନ୍ତାନମାନଙ୍କର ଶିକ୍ଷା, ଦୀକ୍ଷା, କର୍ମକୁ ନେଇ ଦୁଶ୍ଚିନ୍ତା, ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା, ସମସ୍ତ କର୍ମରେ ବିଘ୍ନ, ବାଣିଜ୍ୟ, ବ୍ୟବସାୟରେ କ୍ଷତି ଏବଂ ନିଜର ଲୋକମାନଙ୍କଠାରୁ ଅପମାନ ପାଇବେ କିମ୍ବା ନିଜର ବନ୍ଧୁଙ୍କ ସହ ବିବାଦ ହେବ । ବ୍ୟବସାୟୀମାନେ ବ୍ୟବସାୟରେ କ୍ଷତି ସହିବେ ଏବଂ ବ୍ୟବସାୟ ଜ୍ଞାନ, ଗରିମା ନଷ୍ଟ ହେବ । କର୍ମଚାରୀ ସମସ୍ୟା, ଆର୍ଥିକ ଅସସ୍ୟା ଉତ୍କଟ ହେବ ଏବଂ ବହୁବିଧ ସମସ୍ୟାର ସମ୍ମୁଖୀନ ହେବେ ।
କର୍ମଜୀବୀମାନଙ୍କର ସହକର୍ମୀଙ୍କ ସହ ମନୋମାଳିନ୍ୟ, କର୍ମପ୍ରତି ଅନାଗ୍ରହ ଭାବ ଏବଂ ସମସ୍ତ କର୍ମରେ ସମୟାନୁବର୍ତ୍ତିତାର ଅଭାବ ରହିବ । ନିଯୁକ୍ତ ଆଶାୟୀମାନଙ୍କର ନିଯୁକ୍ତିର ସମ୍ଭାବନା କମ୍ ରହିବ ଏବଂ ନିଯୁକ୍ତି ପାଇଁ ଥିବା ପରୀକ୍ଷାରେ ଅଳ୍ପ କିଛି ନମ୍ବରରେ ଅସଫଳ ହେବେ । ଅବିବାହିତ ପୁଅଝିଅ ମାନଙ୍କର ବିବାହ ଭଗ୍ନ ହେବ ଏବଂ ବିବାହରେ ବିଳମ୍ବ ଘଟିବ । ପ୍ରେମରେ ଥିବା ପୁଅଝିଅମାନଙ୍କର ସମ୍ପର୍କରେ ତିକ୍ତତା ଆସିବ । ଶିକ୍ଷାର୍ଥୀମାନେ ବିଫଳତାର ସାମନା କରିବେ ଏବଂ ଗୃହିଣୀମାନେ ପାରିବାରିକ ସମସ୍ୟା, ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିବେ । ଜୁନ୍ ୧ ତାରିଖ ପରେ ବୃହସ୍ପତିଙ୍କ ନବମ ହେଉଥିବାରୁ ସବୁ ବର୍ଗର ବ୍ୟକ୍ତିମାନଙ୍କର ଅକ୍ଟୋବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଶୁଭଫଳ ମିଳିଲେ ମଧ୍ୟ ଶନି ପଞ୍ଚମରେ ରହୁଥିବାରୁ ମାନ, ସମ୍ମାନ ହାନି ଘଟିବ ଏବଂ ସମସ୍ତ କର୍ମରେ, ବ୍ୟବସାୟରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ ।
ଶୁଭ ରଙ୍ଗ : ହଳଦିଆ, ସଂଖ୍ୟା : ୧୧, ଆରାଧନା : ମା’ ବଗଳାମୁଖୀ ।