ନୂଆଦିଲ୍ଲୀ - ଗୁରୁଗ୍ରାମରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ସେକ୍ଟର ୯୩ରେ ହୟାତପୁର ଅଞ୍ଚଳରେ ରବିବାର ରାତିରେ ସ୍କର୍ପିଓ ଚଲାଉ ଥିବା ଜଣେ ଡାକ୍ତର , ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ଫୁଡ୍ ଡେଲିଭରୀ ବୟଙ୍କୁ ପ୍ରଥମେ ଧକ୍କା ଦେଇଥିଲେ। ବିରୋଧ କରିବାରୁ ଆଉ ଥରେ ତାଙ୍କ ଉପରେ ଚଢାଇ ଦେଇ ଥିଲେ। ଏଥିରେ ଜଣେ ଡେଲିଭରୀ ବୟ ଗୁରୁତର ରୂପେ ଆହତ ହୋଇଛନ୍ତି। ତାଙ୍କର ସ୍ଥିତି ଖୁବ୍ ଗୁରୁତର ହୋଇଛି। ଘଟଣାର ସିସିଟିଭି ଫୁଟେଜ୍ ଭାଇରାଲ ହେଉଛି। ଭାଇରାଲ ଭିଡିଓ ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ସ୍କର୍ପିଓ ଡ୍ରାଇଭର ଜାଣିଶୁଣି ଡେଲିଭରି ବୟଙ୍କୁ ଚାପି ଦେଉଛନ୍ତି।
ଗୁରୁଗ୍ରାମ ପୁଲିସ ସେକ୍ଟର-୧୦ ଥାନାରେ ହତ୍ୟାର ପ୍ରୟାସର ଧାରାରେ ମାମଲା ରୁଜୁ କରି ସ୍ୱାସ୍ଥ୍ୟ ବିଭାଗରେ ମୁତୟନ ଥିବା ସରକାରୀ ଡାକ୍ତର ନବୀନ ଯାଦବଙ୍କୁ ଗିରଫ କରିନିଆ ଯାଇଛି। ପ୍ରତ୍ୟକ୍ଷଦର୍ଶୀ ଡେଲିଭରୀ ବୟ ବିକ୍ରମ କହିଛନ୍ତି ଯେ, ରବିବାର ରାତି ସମୟ ପାଖାପାଖି ସାଢେ ୧୦ଟାରେ ୫-୬ ରାଇଡର ହୟାତପୁରରେ ପିକଅପ୍ ପଏଣ୍ଟରେ ନିଜର ଆଗାମୀ ଅର୍ଡରକୁ ଅପେକ୍ଷା କରି ଥିଲେ। ସେମାନେ ସମସ୍ତେ ରାସ୍ତା କଡ଼ାରେ ନିଜର ବାଇକ୍ ସହ ଠିଆ ହୋଇଥିଲେ।
ଏହି ସମୟରେ ଦ୍ରୁତ ଗତିରେ କଳା ରଙ୍ଗର ସ୍କର୍ପିଓ କାର୍ ଡେଲିଭରୀବୟକୁ ଟକ୍କର ମାରି ଦେଇ ଥିଲା। ଅଭିଯୋଗ ଯେ,ଯେବେ ରାଇଡର ତାଙ୍କୁ ବିରୋଧ କଲେ ତ ସ୍କର୍ପିଓ ଚାଳକ ଅଭିଯୁକ୍ତ ଡାକ୍ତର ଗାଡ଼ି ରୋକିବା ପରିବର୍ତ୍ତେ ପୁଣି ଗାଡ଼ି ବୁଲାଇ ଥିଲେ। ଏହାପରେ ଜାଣିଶୁଣି ଭୂଇଁରେ ଖସି ପଡ଼ି ଥିବା ରାଇଡରଙ୍କୁ ଦଳି ଦେଇଥିଲେ। କୁହାଯାଉଛି , ରେୱାଡିରେ ରହୁଥିବା ରିଙ୍କୁ ପୱାଁର ଗାଡ଼ିର ଚକା ତଳେ ପଡ଼ି ଯାଇଥିଲେ , ଅନ୍ୟ ସାଥି ମାନେ ଉଠିପଡ଼ି ଜୀବନ ବଞ୍ଚାଇ ଥିଲେ।
ଘଟଣା ପରେ ଅଭିଯୁକ୍ତ ଚାଳକ ସେଠାରୁ ଫେରାର ହୋଇ ଯାଇଥିଲା। ଦୁର୍ଘଟଣାରେ ଗୁରୁତର ଟିଙ୍କୁ ପୱାଁରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆ ଯାଇଥିଲା। ସେଠାରୁ ପରିବାର ଲୋକେ ତାଙ୍କୁ ଭଲ ଚିକିତ୍ସା ପାଇଁ ରେୱାଡି ନେଇଯାଇ ଥିଲେ।ଡାକ୍ତରଙ୍କ ଅନୁସାରେ ,ଟିଙ୍କୁଙ୍କ ମୁଣ୍ଡ , ଛାତି ଓ ପାଦରେ ଗୁରୁତର ଆଘାତ ଲାଗିଛି। ବର୍ତ୍ତମାନ ସେ ଆଇସିୟୁରେ ଜୀବନ ମୃତ୍ୟୁର ସଂଘର୍ଷ କରୁଛନ୍ତି।