ପ୍ରମୂଖ ଖବର
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

Oscar 2025: ଇତିହାସ ରଚିଲେ ସିନ୍‌ ବେକର, ଗୋଟିଏ ଫିଲ୍ମ ଲାଗି ୪ଟି ପୁରସ୍କାର

Published By : Krishna Priya | March 4, 2025 9:58 AM

ନୂଆଦିଲ୍ଲୀ ୦୪/୦୩: ୯୭ତମ ଏକାଡେମୀ ଆୱାର୍ଡସ୍‌ରେ ବାଜିମାତ୍‌ କରିଛି ‘ଅନୋରା’ । ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ଚିତ୍ରନାଟ୍ୟ, ଶ୍ରେଷ୍ଠ ଏଡିଟିଂ ପ୍ରଭୃତି ୫ବର୍ଗରେ ଏହା ମୋଟ ୫ଟି ପୁରସ୍କାର ଜିତିଛି । ଏଥିମଧ୍ୟରୁ ମାଇକି ମାଡିସନ୍‌ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିବାବେଳେ ବାକି ସମସ୍ତ ପୁରସ୍କାର ହାତେଇଛନ୍ତି ସିନ୍‌ ବେକର । ଏଥିସହିତ ଗୋଟିଏ ଫିଲ୍ମ ଲାଗି ୪ଟି ଅସ୍କାର ପାଇ ଇତିହାସ ରଚିଛନ୍ତି ସେ । ସେ ‘ଅନୋରା’ର ପ୍ରଯୋଜନା ଓ ନିର୍ଦ୍ଦେଶନା ଦେବା ସହିତ ଏହାର ଲେଖକ ଓ ଏଡିଟର ମଧ୍ୟ । ଏହା ପୂର୍ବରୁ ୧୯୫୪ ମସିହାରେ ୱାଲ୍ଟ ଡିଜ୍‌ନି ଅସ୍କାର ସମାରୋହରେ ୪ଟି ପୁରସ୍କାର ଜିତିଥିଲେ । କିନ୍ତୁ ସେ ୪ଟି ଭିନ୍ନ ଭିନ୍ନ ଫିଲ୍ମ ଲାଗି ତାହା ପାଇଥିଲେ । ଏଭଳି କ୍ଷେତ୍ରରେ ସିନ୍‌ ରେକର୍ଡ କରିଛନ୍ତି ।

ଏକ ସାକ୍ଷାତକାରରେ ପୂର୍ବରୁ ସେ କହିଥିଲେ ଯେ, ୨୦୦୦-୨୦୦୧ ସମୟରେ ସେ ବିବାହ ଭିଡିଓ ଏଡିଟ୍‌ କାମ କରୁଥିଲେ । ସେଥିମଧ୍ୟରୁ ଗୋଟିଏ ଭିଡିଓ ରୁଷ୍‌ ଓ ଆମେରିକୀୟ ଦମ୍ପତିଙ୍କର ଥିଲା । ସେହି ଭିଡିଓ ଏଡିଟ୍‌ କରିବା ସମୟରେ ତାଙ୍କ ମନରେ ‘ଅନୋରା’ର ଆଇଡିଆ ଆସିଥିଲା । ଏହାପରେ ସେ ତାକୁ ଏକ ଫିଲ୍ମର ରୂପ ଦେବାକୁ ଯୋଜନା କରିଥିଲେ । ସେଥିଲାଗି କାନାଡାର ଜଣେ ଲେଖିକା- ଅଭିନେତ୍ରୀଙ୍କୁ କ୍ରିଏଟିଭ୍‌ କନସଲଟାଣ୍ଟ ଭାବେ ନିଯୁକ୍ତ କରିଥିଲେ ଯିଏକି ପୂର୍ବରୁ ଜଣେ ଥିଲେ । ନିଜ ଫିଲ୍ମରେ ଯୌନକର୍ମୀଙ୍କ ଜୀବନର ମାନବୀୟ ଦିଗକୁ ଦେଖାଇବାକୁ ସିନ୍‌ ଚେଷ୍ଟା କରିଥିବାବେଳେ ଦର୍ଶକମାନେ ତାକୁ ଖୁବ୍‌ ପସନ୍ଦ କରିଛନ୍ତି । ସିନ୍‌ଙ୍କର ଅନ୍ୟ ଫିଲ୍ମଗୁଡି଼କ ମଧ୍ୟ ପ୍ରବାସୀ ଓ ପଛୁଆ ବର୍ଗର ଲୋକଙ୍କ ଉପରେ ଆଧାରିତ ଯାହାକୁ ମୁଖ୍ୟ ଧାରାରେ କମ୍‌ ପ୍ରତିନିଧିତ୍ୱ ମିଳିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.