ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପରିବେଶ ଗରମ, ଶରୀର ଥଣ୍ଡା: ଋତୁ ପରିବର୍ତ୍ତନ ଯୋଗୁଁ ବ୍ୟାପୁଛି ଆଲର୍ଜି ସହ ଥଣ୍ଡା ରୋଗୀଙ୍କ ସଂଖ୍ୟା

Published By : Prameya | March 7, 2025 11:30 AM

ଭୁବନେଶ୍ୱର,୦୭/୦୩:  ଯାହାକୁ ଦେଖ ଖୁଁ  ଖାଁ । କାଶିକାଶି ତଣ୍ଟି ପଡ଼ିଗଲାଣି । ଛାତି ଦରଜ ।  ନାକରୁ ପାଣି ଗଳୁଛି । ବର୍ତ୍ତମାନ ଗରମ ଅନୁଭୂତ ହେଉଥିବା ବେଳେ ହଠାତ୍‌ ଥଣ୍ଡା ମାଡ଼ିବସୁଛି । ଘରେ ଘରେ ଥଣ୍ଡା ରୋଗୀ । ଦିନେ କି ଦୁଇଦିନ ନୁହେଁ ମାସମାସ ଧରି କାଶ ଲାଗିରହୁଛି । କିଏ ମେଡିସନ୍‌ ଦୋକାନରେ ଲାଇନ୍‌ ଲଗାଇ ଔଷଧ କିଣୁଛି ତ କିଏ  ତୁଳସୀ ଓ ମହୁ ଖାଉଛି । ହଠାତ୍‌ ଏମିତି ଥଣ୍ଡା ଧରିବା  ଓ ଲାଗିରହିବା କାରଣ କ’ଣ ତାହା ବୁଝାପଡ଼ୁନି ।  ଯାହାକୁ ନେଇ ଚିନ୍ତାରେ ଲୋକେ ।  

ସାଧାରଣତଃ ୨ରୁ ୩ ଦିନରେ ଥଣ୍ଡା ଛାଡ଼ିଯାଏ ।  କିନ୍ତୁ ଏବେ ଥଣ୍ଡା ଧରିଲେ ସହଜରେ ପିଛା ଛାଡ଼ୁନି ।  ସେଥିପାଇଁ ରୋଗୀ ହସ୍ପିଟାଲକୁ ଧାଉଁଛନ୍ତି । ସ୍ୱାସ୍ଥ୍ୟ  ବିଭାଗ ମଧ୍ୟ ଏନେଇ କୌଣସି ସୂଚନା ଦେଉନି ।  କାଳେ କରୋନା ଫେରିଆସିଲା କି, ତାକୁ ମଧ୍ୟ  ନେଇ ଆଶଙ୍କା ଲାଗିରହୁଛି । ଏ ସଂକ୍ରାନ୍ତରେ  ସମ୍‌ ହସ୍ପିଟାଲର ବରିଷ୍ଠ ଚିକିତ୍ସକ ଡା. ଶ୍ରୀକାନ୍ତ ଧର  କହିଛନ୍ତି, ଏବେ ଋତୁ ପରିବର୍ତ୍ତନର ସମୟ । ଋତୁ  ପରିବର୍ତ୍ତନ ହେଲେ ପରିବେଶରେ ପରିବର୍ତ୍ତନ ଓ  ଆର୍ଦ୍ରତାରେ ମଧ୍ୟ କିଛିଟା ଅଦଳବଦଳ ହୁଏ । କିଛିଦିନ  ତଳେ ବର୍ଷା ହୋଇଥିଲା । ପୁଣି ଖରା ହେଲା ।  ରାସ୍ତାରେ ଗଲା ବେଳେ ଧୂଳି ଉଡୁଛି । ତେଣୁ ଆଲର୍ଜି  ସହ ଥଣ୍ଡା ହେବା ପାଇଁ ଏହା ଏକ ବଡ଼ କାରଣ । 

ସେହିପରି ଏବେ ଭାଇରାଲ ଇନଫେକ୍ସନ ହେଉଛି । ଅନେକ ଲୋକ ମହାକୁମ୍ଭକୁ ଯାଇ ଫେରୁଛନ୍ତି । ଏଥିସହ ଯେଉଁମାନେ ବାରମ୍ବାର ଯାତାୟାତ କରୁଛନ୍ତି ସେମାନଙ୍କୁ ଏହି ରୋଗ ହେଉଛି । ଏହି ରୋଗ  ହେଲେ ରେସ୍ପିରାଟୋରୀ ଓ ଅପର୍‌ ରେସ୍ପିରାଟୋରୀ ଇନଫେକ୍ସନ (ଶ୍ୱାସନଳୀ ସଂକ୍ରମଣ) ହେଉଛି । ଯଦି  ବି ଏଥିରୁ ସୁସ୍ଥ ହେଉଛେ ତଥାପି କରୋନା ଫେରିବା  ଭଳି ଏହି ରୋଗ ପୁଣିଥରେ ଆକ୍ରାନ୍ତ କରୁଛି । ଫଳରେ କାଶ, ଥଣ୍ଡା କମୁନି । ଏହାକୁ କୁହାଯାଏ  ପୋଷ୍ଟ ଭାଇରାଲ ସିଣ୍ଡ୍ରୋମ । ଏଥିରେ ଦୀର୍ଘଦିନ  ଧରି କାଶ ଲାଗିରହୁଛି । ଏଥିସହ ଗଳା ଯନ୍ତ୍ରଣା ଓ  କଫ ଜମିରହୁଛି । ଯେଉଁ ଲୋକମାନେ ହସ୍ପିଟାଲକୁ  ଆସି ଯାଞ୍ଚ କରୁଛନ୍ତି, ଆମେ ଦେଖୁଛୁ ଯେ ଚାଇନା  ଭାଇରସ ଭଳି ଲକ୍ଷଣ ରହୁଛି । ତେଣୁ ଗରମ  ଦିନରେ ଲୋକେ ଥଣ୍ଡାରେ ଆକ୍ରାନ୍ତ ହେଉଛନ୍ତି । 

ଡାକ୍ତର ପରାମର୍ଶ ନିଅ

ଯଦି ଥଣ୍ଡା, କାଶ ଛାଡ଼ୁନି ଲୋକେ ପ୍ରଥମେ  ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସେମାନଙ୍କ  ଶରୀରରେ ଆଲର୍ଜିକ କମ୍ପୋନେଣ୍ଟ ରହିଛି  କି ନାହିଁ ତାହା ପରୀକ୍ଷା ହେବ । ପୋଷ୍ଟ  ଇନଫେକଟିଭ୍‌ ଟେଷ୍ଟ ମଧ୍ୟ ହେବ । ଆଜମା,  ଆଲର୍ଜି ଥିଲେ ସେମାନଙ୍କର ଛାତି ପରୀକ୍ଷା  ହେବ । ତେବେ କାଶ ନକମିଲେ ଲୋକେ  ବହୁତ ଆଣ୍ଟିବାୟୋଟିକ୍‌ ଖାଆନ୍ତି । ତାହା  ଭୁଲ । ଅଧିକ ଆଣ୍ଟିବାୟୋଟିକ ନଖାଇ ଘରେ  ଯୋଗ କର, ବ୍ୟାୟାମ କର । ଲୁଣପାଣି କୁଳି  କର । ଥଣ୍ଡାଜାତୀୟ ଖାଦ୍ୟ ଆଇସକ୍ରିମ,  ଥଣ୍ଡାପାନୀୟ ଠାରୁ ଦୂରେଇ ରୁହ । ଯଦି  ଆଲର୍ଜି ରହୁଛି, ତେବେ ଆଣ୍ଟି ଆଲର୍ଜିକ  ଖାଆନ୍ତୁ । ଯଦି ୧୦ଦିନରୁ ଅଧିକ ଧରି  ଥଣ୍ଡା, କାଶ ରହୁଛି ଆମେ ଏକ୍ସରେ କରି  ପରୀକ୍ଷା କରୁଛୁ ବୋଲି ଡାକ୍ତର କହନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.