ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ

Published By : Prameya | January 18, 2025 8:53 AM

ସମ୍ବଲପୁର ୧୮/୦୧: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ  ନବକିଶୋର ଦାସଙ୍କ ଭାଇ ତଥା ଠିକାଦାର ବ୍ରଜକିଶୋର ଦାସଙ୍କ ଆଜି ଚାଲିଛି ଆୟକର ବିଭାଗର ଚଢ଼ାଉ। ଦ୍ବିତୀୟ ଦିନରେ ସମ୍ବଲପୁର ସ୍ଥିତ ଘର ଓ ଅଫିସରେ ଆଇଟି ଟିମ୍ ଚଢ଼ାଉ ଜାରି ରଖିଛନ୍ତି। ଏଥିସହିତ ତାଙ୍କ ସମ୍ପର୍କରେ ଥିବା ୬ ଠିକାଦାରଙ୍କ ଘରେ ଆୟକର ଟିମ୍ ପଶି ତନାଘନା କରୁଥିବା ଜଣାପଡ଼ିଛି। ରେଡ୍ ହେଉଥିବା ସମସ୍ତ ସ୍ଥାନ ସୁରକ୍ଷା ବଳୟରେ ରହିଛି।

ସୂଚନା ଅନୁଯାଇ, ଶୁକ୍ରବାର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ  ନବକିଶୋର ଦାସଙ୍କ ଭାଇ ତଥା ଠିକାଦାର ବ୍ରଜକିଶୋର ଦାସଙ୍କ ଘରେ ପଶିଲା ଆୟକର  ବିଭାଗ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ନିର୍ମାଣକାରୀ  ସଂସ୍ଥା ‘ବିକେଡି କନଷ୍ଟକସନ୍‌’ ଲିଙ୍କ୍‌ରେ ଥିବା ୬ ଠିକାଦାର ମଧ୍ୟ ଆସିଛନ୍ତି ଆଇଟି ସ୍କାନରକୁ  

ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ଦେଶର ଏକକାଳୀନ ୪୦ରୁ ଅଧିକ ସ୍ଥାନରେ ଚଢ଼ଉ ହୋଇଛି । ସମ୍ବଲପୁର ଧନକଉଡ଼ାସ୍ଥିତ ବ୍ରଜକିଶୋରଙ୍କ ବିକେଡି ଇନ୍‌ଫ୍ରାଷ୍ଟକଚର ଘର  ଓ କାର୍ଯ୍ୟାଳୟରେ ୨୦ ଅଧିକାରୀ ତନାଘନା  କରିଛନ୍ତି । ସୋନପୁର, ବରଗଡ଼, ଝାରସୁଗୁଡ଼ା,  ବଲାଙ୍ଗିର, କଣ୍ଟାବାଞ୍ଜି, ବୌଦ୍ଧ ଓ ଭୁବନେଶ୍ୱରରେ  ମଧ୍ୟ ଚଢ଼ଉ ହୋଇଛି । ସେହିଭଳି ଛତିଶଗଡ଼  ଓ ଦିଲ୍ଲୀରେ ମଧ୍ୟ ଆଇଟି ଛାପା ମାରିଛି। ଚଢ଼ଉ  ବେଳେ ନଗଦ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର  ଜବତ ହୋଇଥିବା ଜଣାପଡ଼ିଛି । 

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କ ଭାଇ ହେଉଛନ୍ତି ବ୍ରଜକିଶୋର ଦାସ । ତାଙ୍କର  ସଂସ୍ଥା ବିକେଡି କନଷ୍ଟକସନ୍‌ ସାରାଦେଶର ସରକାରୀ ନିର୍ମାଣ କାମ କରିଥାଏ । ହେଲେ  ଅଚାନକ ଚଢ଼ଉ କ’ଣ ପାଇଁ ହୋଇଛି, ସେନେଇ  କେହି ମୁହଁ ଖୋଲୁନାହାନ୍ତି । କିଛି ବର୍ଷ ତଳେ  ବ୍ରଜକିଶୋରଙ୍କ ଘରେ ଆଇଟି ରେଡ୍‌ ହୋଇଥିଲା । ଅନୁରୂପ ଭାବେ ବଲାଙ୍ଗିର, କଣ୍ଟାବାଞ୍ଜି,  ବଙ୍ଗୋମୁଣ୍ଡା, ମୁରିବାହାଲ ଅଞ୍ଚଳର ପ୍ରତିଷ୍ଠିତ  ଠିକାଦାରଙ୍କ ୨୦ଟି ସ୍ଥାନରେ ଆଇଟି ରେଡ୍‌  ହୋଇଛି । କଣ୍ଟାବାଞ୍ଜିର ଜଣାଶୁଣା କଣ୍ଟ୍ରାକ୍ଟର  ଜଗଦୀପ ବଂଶଲଙ୍କ କଣ୍ଟାବାଞ୍ଜି ଏବଂ ରାୟପୁରସ୍ଥିତ  କନଷ୍ଟ୍ରକ୍ସନ କାର୍ଯ୍ୟାଳୟ, ମୁରିବାହାଲର ପୃଥ୍ୱୀରାଜ  ପାତ୍ରଙ୍କ କଣ୍ଟାବାଞ୍ଜିସ୍ଥିତ ଭଡ଼ାଘର, ଅଫିସ୍‌,  ଅଣ୍ଡଲାଦରସ୍ଥିତ ଘର, ବଙ୍ଗୋମୁଣ୍ଡାର କିଷନଲାଲ  ଅଗ୍ରୱାଲଙ୍କ ଘର, ଅଫିସ୍‌, ପିଚୁପ୍ଲାଣ୍ଟ ଏବଂ  ପେଟ୍ରୋଲ ପମ୍ପରେ ଯାଞ୍ଚ କରାଯାଉଛି । ବଲାଙ୍ଗିରର  ରାହୁଲ ମିଶ୍ରଙ୍କ ଛତାମଖନାସ୍ଥିତ ପୈତୃକ ଘର,  ବଲାଙ୍ଗିର ପେଲେସଲେନ କୋସଲ ଟାୱାରସ୍ଥିତ  ଅଫିସ୍‌ ଯାଞ୍ଚ ଚାଲିଛି । ବିଲଡର ନୀରଜ ଅଗ୍ରୱାଲଙ୍କ  ଘର, ଅଫିସ, ଆର୍ପାଟମେଣ୍ଟରେ ଚଢ଼ଉ ହୋଇଛି ।  କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ  ହୋଇଛି । ସେହିପରି ସୋନପୁରର କଣ୍ଟାକ୍ଟ୍ରର  ଶ୍ରୀନିବାସ ମିଶ୍ରଙ୍କ ଅଫିସ ଓ ରୁଗୁଡ଼ିପଡାରେ ଆକାଶ କନ୍‌ଷ୍ଟ୍ରକ୍ସନରେ ତନାଘନା ଚାଲିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.