ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଚାମ୍ପିଅନ୍ସ ଟ୍ରଫି ଦ୍ୱିତୀୟ ସେମି ଫାଇନାଲ : ଦ. ଆଫ୍ରିକା ପାଇଁ ସ୍ପିନ୍‌ ପରୀକ୍ଷା

Published By : Rasmita Pradhan | March 5, 2025 10:31 AM

ଲାହୋର, ୦୫/୦୩ : ଚାମ୍ପିଅନ୍ସ ଟ୍ରଫିରେ ଆଜି ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ସେମି ଫାଇନାଲ୍‌ ମୁକାବିଲା । ଉଭୟ ଦଳ ଫିଟ୍‌ ଓ ଘମାଘୋଟ ଲଢ଼େଇ ପାଇଁ ପ୍ରସ୍ତୁତ । ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ୨୦୧୧ ଓ ୨୦୧୫ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇ ଦକ୍ଷିଣ ଆଫ୍ରିକା ଟାଇଟଲ ଦୌଡ଼ରୁ ବାଦ ପଡ଼ିଥିଲା । ଦୀର୍ଘ ୧୦ବର୍ଷ ପରେ ଉଭୟ ପୁଣି ଥରେ ଏଭଳି ଏକ ମ୍ୟାଚ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି, ଯେଉଁ ମ୍ୟାଚ୍‌ ଗୋଟିଏ ଦଳର ଟ୍ରଫି ସ୍ୱପ୍ନକୁ ଚୂରମାର୍‌ କରିବ । ପ୍ରଦର୍ଶନକୁ ଦେଖିଲେ ଉଭୟ ଦଳର ଶକ୍ତି ସମାନ । କେବଳ ନ୍ୟୁଜିଲାଣ୍ଡର ସ୍ପିନ୍‌ ବିଭାଗ ଦକ୍ଷିଣ ଆଫ୍ରିକା ତୁଳନାରେ ଅଧିକ ଶକ୍ତିଶାଳୀ । ମିଚେଲ ସାଣ୍ଟନର ଓ ମାଇକେଲ ବ୍ରେସୱେଲ୍‌ ଚମତ୍କାର ଫର୍ମରେ ରହିଛନ୍ତି । ଏମାନଙ୍କ ବ୍ୟତୀତ ଗ୍ଲେନ ଫିଲିପ୍ସ ଆବଶ୍ୟକ ସମୟରେ ଯୋଡ଼ି ଭାଙ୍ଗୁଛନ୍ତି । 

ଅନ୍ୟପଟରେ ଦେଖିବାକୁ ଗଲେ ଦକ୍ଷିଣ ଆଫ୍ରିକା ଏକାଦଶରେ କେବଳ ଜଣେ ସ୍ପିନରଙ୍କୁ ସୁଯୋଗ ମିଳୁଛି । ଅସଲରେ ଦେଖିବାକୁ ଗଲେ ସ୍ପିନ୍‌ ବିଭାଗ ହିଁ ମ୍ୟାଚ୍‌ ଫଳାଫଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ବିଶ୍ୱ କ୍ରିକେଟ୍‌ରେ ଦକ୍ଷିଣ ଆଫ୍ରିକା ଏକମାତ୍ର ଦଳ ଭାବେ ଆଇସିସିର ଶେଷ ୭ଟି ଯାକ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ୍‌ରେ ପ୍ରବେଶ କରିଛି । ଏହି ତାଲିକାରେ ରହିଛି ୨୦୨୩ ଦିନିକିଆ ବିଶ୍ୱକପ୍‌ ସେମି ଫାଇନାଲ, ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍‌ ଓ ୨୦୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ । ଏହି ସବୁ ପ୍ରଦର୍ଶନରୁ ଦକ୍ଷିଣ ଆଫ୍ରିକା ଶକ୍ତି ପ୍ରମାଣିତ ହେଉଛି । ଦଳରେ ଏକାଧିକ ବିସ୍ଫୋରକ ବ୍ୟାଟର ଓ ବୋଲିଂ ଅଲ୍‌ରାଉଣ୍ଡର ରହିଛନ୍ତି । ଯାହା ଦଳକୁ ସନ୍ତୁଳିତ କରିଛି । ଦକ୍ଷିଣ ଆଫ୍ରିକା ସମ୍ପ୍ରତି ଦମ୍‌ଦାର ଖେଳ ପ୍ରଦର୍ଶନ କରୁଥିଲେ ହେଁ ପୂର୍ବ ରେକର୍ଡକୁ ଦେଖିଲେ ଆସନ୍ତାକାଲି ନ୍ୟୁଜିଲାଣ୍ଡର ପଲା ଭାରି ରହିବ । ୨୦୧୭ ପରଠୁ ଉଭୟ ଦଳ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳି ନାହାନ୍ତି । ୨୦୧୯ ଓ ୨୦୨୩ ବିଶ୍ୱକପ ଉଭୟ ସାମ୍ନାସାମ୍ନି ହୋଇଥିଲେ ଓ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ଆଇସିସି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ପରସ୍ପରକୁ ୧୧ଥର ଭେଟିଛନ୍ତି । ଏଥିରୁ ନ୍ୟୁଜିଲାଣ୍ଡ ୭ଟି ମ୍ୟାଚ ଓ ଦକ୍ଷିଣ ଆଫ୍ରିକା ୪ଟି ମ୍ୟାଚ ଜିତିଛନ୍ତି । 

ସେମି ଫାଇନାଲ୍‌ ମୁକାବିଲା ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଆହତ ଚିନ୍ତା ଘାରିଛି । ତେମ୍ବା ବଭୁମା ଓ ଟୋନି ଡି ଜର୍ଜି ଅସୁସ୍ଥ ହୋଇ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳି ନଥିଲେ । ବର୍ତ୍ତମାନ ଉଭୟ ଅଭ୍ୟାସ ଆରମ୍ଭ କରିବା ଫଳରେ ଦଳ ଆଶ୍ୱସ୍ତ ହୋଇଛି । ଆଡେନ ମାରକ୍ରମ ଏବେ ବି ଆହତ ଅଛନ୍ତି । ନ୍ୟୁଜିଲାଣ୍ଡ ଦଳର ସମସ୍ତ ଖେଳାଳି ଫିଟ୍‌ ରହିଥିଲେ ହେଁ ଯାତ୍ରା କ୍ଳାନ୍ତିରୁ ମୁକୁଳି ନାହାନ୍ତି । ରବିବାର ଦିନ ଭାରତ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବା ପରେ ସୋମବାର ସକାଳୁ ସକାଳୁ ନ୍ୟୁଜିଲାଣ୍ଡ ଦଳ ଲାହୋରରେ ଆସି ପହଞ୍ଚିଥିଲା । ତେଣୁ ଦଳ ଗୋଟିଏ ଦିନ ବିଶ୍ରାମ କରିବା ପରେ ଆଜି ହାଲକା ଅଭ୍ୟାସ କରିଛି । କେନ ୱିଲିୟମସନଙ୍କ ପ୍ରଦର୍ଶନ ଉପରେ ନ୍ୟୁଜିଲାଣ୍ଡ ନିର୍ଭର କରିବା ନିଶ୍ଚିତ । ସେ ଭାରତ ବିପକ୍ଷରେ ଅର୍ଦ୍ଧଶତକ(୮୧) ଅର୍ଜନ କରିଥିଲେ । ଗତ ମାସରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜରେ ସେ ଏହି ଗ୍ରାଉଣ୍ଡ୍‌ରେ (ଗଦ୍ଦାଫି ଷ୍ଟାଡ଼ିୟମ୍‌)ରେ ଅପରାଜିତ ୧୩୩ ରନ୍‌ର ଇନିଂସ ଖେଳିଥିଲେ ଏବଂ ବିପକ୍ଷ ଦଳ ଥିଲା ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୱିଲିୟମସନଙ୍କ ଆଭରେଜ ୫୭.୩୫ ରହିଛି । 

ଟସ ଜିତିଲେ ବ୍ୟାଟିଂ: ଗଦ୍ଦାଫି ଷ୍ଟାଡ଼ିୟମ ପିଚ୍‌ ବ୍ୟାଟିଂ ପାଇଁ ବେଶ ଅନୁକୂଳ ରହିଛି । ଆଜି ମଧ୍ୟ ଏଠାରେ ବିଶାଳ ସ୍କୋର ସଂଗୃହୀତ ହେବ । ଟସ୍‌ର କୌଣସି ଭୂମିକା ରହିବ ନାହିଁ । ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳର ହାରା ହାରି ସ୍କୋର ୩୧୫ । ଦ୍ୱିତୀୟରେ ବ୍ୟାଟିଂ କଲେ ମଧ୍ୟ ବିଜୟ ହାସଲ କରିହେବ । ମୋଟ୍‌ ଉପରେ ଦେଖିବାକୁ ଗଲେ ଟସ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ କରି ପ୍ରତିପକ୍ଷ ଉପରେ ଚାପ ପକାଇବା ଉପଯୁକ୍ତ ରଣନୀତି ହେବ ।

ସମ୍ଭାବ୍ୟ ଦଳ : 

ଦକ୍ଷିଣ ଆଫ୍ରିକା: ତେମ୍ବା ବଭୁମା (ଅଧିନାୟକ), ର‌୍ୟାନ ରିକେଲଟନ, ରାଶି ଭାନ ଡର ଡୁସେନ, ଆଡେନ ମାରକ୍ରମ, ହେନରିକ କ୍ଲାସେନ, ଡେଭିଡ ମିଲର, ୱିଆନ ମୁଲ୍ଡର, ମାର୍କୋ ଜାନସେନ, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ଏନ୍‌ଗିଡ଼ି । 

ନ୍ୟୁଜିଲାଣ୍ଡ: ୱିଲ ୟଙ୍କ, ରଚିନ ରବିନ୍ଦ୍ର/ ଡେଭନ କନୱେ, କେନ ୱିଲିୟମସନ, ଡାରିଲ ମିଚେଲ, ଟମ ଲାଥମ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍‌, ମିଚେଲ ସାଣ୍ଟନର(ଅଧିନାୟକ), ମାଟ ହେନରୀ, କେଲି ଜାମିସନ, ୱିଲ ଓ’ରୁର୍କ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.