ଭୁବନେଶ୍ୱର,୦୨/୦୧: ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ନୂଆବର୍ଷ ପୂର୍ବ ରାତିରେ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରେ ଚାଲୁଥିବା ସ୍ୱଚ୍ଛତା କାର୍ଯ୍ୟର କ୍ଷେତ୍ର ପରିଦର୍ଶନ ସହିତ ସମୀକ୍ଷା କରିଛନ୍ତି । ଏହି ପରିଦର୍ଶନ ବେଳେ ବିଏମସି କମିଶନର ଚଞ୍ଚଳ ରାଣା, ସାନିଟେସନ୍ ଉପ କମିଶନର ଏନ୍ ଗଣେଶ ବାବୁ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ରାତ୍ରିକାଳୀନ ପରିଦର୍ଶନ ସମୟରେ ପ୍ରମୁଖ ସଚିବ ଶ୍ରୀମତୀ ପାଢ଼ୀ ଯାନ୍ତ୍ରିକ ସ୍ୱିପିଂ କାର୍ଯ୍ୟର ମୂଲ୍ୟାଙ୍କନ କରିଥିଲେ ।