କୋରୁକୋଣ୍ଡା,୦୮/୧୨: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନା ପୋଟେରୁ ନଦୀର ଡୁଡାମେଟଲା ନିକଟରୁ ଜଣେ ମହିଳାଙ୍କ ମୁଣ୍ଡକଟା ଶବ ଉଦ୍ଧାର ମାମଲାକୁ ନେଇ ୫ ଦିନ ହେଲା ଥମୁନି ଉତ୍ତେଜନା । ମୃତା ରାଖାଲଗୁଡା ଗାଁର ଲାକେ ପଡିଆମୀ(୫୦) । ତାଙ୍କୁ ଏମ୍ଭି -୨୬ ଗାଁର କୌଣସି ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ଆଣି ଗ୍ରାମବାସୀ ଅସ୍ତ୍ରଶସ୍ତ୍ର ଧରି ୩ ଦିନ ତଳେ ଘେରାଉ କରିଥିଲେ । ପୁଣି ରାଖାଲଗଡ଼ାବାସୀ ତୁରନ୍ତ ଅଭିଯୁକ୍ତକୁ ଗିରଫ ଓ କଟାମୁଣ୍ଡ ଉଦ୍ଧାର ଦାବି କରିଛନ୍ତି । ଗ୍ରାମବାସୀଙ୍କ ସମେତ ଆଦିବାସୀ ସଂଘ କର୍ମକର୍ତ୍ତା ଅପରାହ୍ନରେ ଏମ୍ଭି -୨୬ ଗାଁରେ ପହଞ୍ଚି ବହୁ ଲୋକଙ୍କ ଘର, ଆସବାସପତ୍ର ଭଙ୍ଗାରୁଜା କରିବା ସହ କିଛି ଘରେ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ତେବେ ଉଭୟ ଗାଁରେ ଉତ୍ତେଜନା ପରେ ଧାରା ୧୬୩ ଲାଗୁ କରାଯାଇଛି। ଗାଁ ଭିତରୁକ ବାହାରଲୋକଙ୍କୁ ପ୍ରବେଶ କରିବାକୁ ପୁଲିସ ପକ୍ଷରୁ ବାରଣ କରାଯାଇଛି। ଏଥି ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ୪ ଦିନ ସ୍କୁଲ ଘୋଷଣା କରାଯାଇ
ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଏସ୍ପି ବିନୋଦ ପାଟିଲ୍ଙ୍କ ସମେତ ପୁଲିସ ଫୋର୍ସ ଓ ଅଧିକାରୀମାନେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଲୋକଙ୍କୁ ବୁଝାଶୁଝା କରିଛନ୍ତି । ଗାଁର ଚାରିପାଖରେ ବିଏସଏଫ ଯବାନ ଓ ପୁଲିସ ମୁତୟନ କରାଯାଇଛି । ରବିବାର ଅପରାହ୍ନ ପ୍ରାୟ ୨ଟାରେ ରାଖାଲଗୁଡ଼ା ଓ ଏମ୍ଭି-୨୬ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଖେଲଗୁଡ଼ା ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକ ଆଦିବାସୀ ଉତ୍ତେଜିତ ହୋଇ ଗାଁରେ ପହଞ୍ଚି ହୋହଲ୍ଲା କରିଥିଲେ । ଏତେ ଲୋକଙ୍କୁ ଦେଖି ଏମ୍ଭି ଗାଁର ଲୋକେ ଭୟରେ ଘର ଛାଡ଼ି ଦୌଡ଼ିଥିଲେ । ଉତ୍ତେଜିତ ଗ୍ରାମବାସୀ ବହୁ ଲୋକଙ୍କ ଘର ଓ ଆସବାବପତ୍ର ଭାଙ୍ଗିବା ସହିତ ପ୍ରାୟ ୪ଟି ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । କଟାମୁଣ୍ଡ ଉଦ୍ଧାର ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି ଦେହାରାଇଛନ୍ତି ରାଖେଲଗୁଡା ଗ୍ରାମବାସୀଙ୍କ ସମେତ ଆଦିବାସୀ ସଂଘ । ସ୍ଥିତି ନିୟନ୍ତ୍ରଣ ଲାଗି ଗାଁରେ ପୁଲିସ ମୁତୟନ କରାଯାଇଛି । ଜିଲ୍ଲାପାଳ, ଏସପି, ଫୋର୍ସ ଗାଁରେ ତୀକ୍ଷ୍ଣ ନଜର ରଖିଛନ୍ତି । କ୍ଷତିଗ୍ରସ୍ତ ଗାଁର ଘରଘର ବୁଲି ଦେଖିଛନ୍ତି । ଲୋକଙ୍କୁ ବୁଝାଶୁଝା କରିଛନ୍ତି ।