କୋଣାର୍କ,୧୦।୧୧(ଆପ୍ର) ଦିଲ୍ଲୀ ଲାଲ କିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ ପରେ ପର୍ଯ୍ୟଟନସ୍ଥଳୀ କୋଣାର୍କ ଓ ଚନ୍ଦ୍ରଭାଗାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏ ନେଇ  ଆଇଆଇସି ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। କୋଣାର୍କକୁ ଆସୁଥିବା ଯାନବାହାନ ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି।

କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଦୈନିକ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏବେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କୁ ପ୍ରବେଶ ପଥରେ ଟିକେଟ ବ୍ୟତୀତ ଅନ୍ୟ କିଛି ଯାଞ୍ଚ କରାହେଉନି। ମୁଖ୍ୟ ଫାଟକରେ ହାତ ଗଣତି ସୁରକ୍ଷା କର୍ମୀ ନାମକୁ ମାତ୍ର ନିୟୋଜିତ ହୋଇଛନ୍ତି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ମନ୍ଦିର ଦ୍ବାର ଖୋଲା ରହୁଥିଲେ ମଧ୍ୟ ବନ୍ଧୁକଧାରୀ ସୁରକ୍ଷା କର୍ମୀ ନିୟୋଜିତ ହୋଇନାହାନ୍ତି। ଫଳରେ ଏଠାରେ ବଡ ଧରଣର ଆତଙ୍କୀ ଆକ୍ରମଣ ହେଲେ କିଛି ବି କରିବାର କ୍ଷମତା ସୁରକ୍ଷା କର୍ମୀଙ୍କର ନାହିଁ। ଏଠାରେ ବନ୍ଧୁକଧାରୀ ସୁରକ୍ଷା କର୍ମୀ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡା କଡି କରିବାକୁ ଦାବି ହେଉଛି।