ପ୍ରମୂଖ ଖବର
  • ପାଟଣାଗଡ଼ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • ହୃତଘାତରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପତ୍ନୀ ବିୟୋଗ, ଚାରୁଶୀଳା ଆଚାର୍ଯ୍ୟଙ୍କ କରାଯିବ ଚକ୍ଷୁଦାନ
  • ||
  • ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • ଭୁବନେଶ୍ୱର : ସବୁ ପିକନିକ୍‌ ସ୍ପଟ୍‌ ହେବ ପ୍ଲାଷ୍ଟିକ ମୁକ୍ତ, ସହରର ପ୍ରମୁଖ ସ୍ଥାନରେ ଲାଗିବ କ୍ଳଥ୍‌ ବ୍ୟାଗ୍‌ ଭେଣ୍ଡିଂ ମେସିନ୍‌
  • ||
  • କଟକ : ପିଇବା ପାଣି ପାଇଁ ରାସ୍ତାରୋକ; ଗରା ଓ ବାଲଟି ଧରି ରାସ୍ତାରେ ବସିଲେ ମହିଳା
  • ||
  • ଗୁରୁବାର ସୁଦଶା ବ୍ରତ: ଜାଣନ୍ତୁ ସୁଦଶା ବ୍ରତର ମାହାତ୍ମ୍ୟ, ପୂଜା ବିଧି
  • ||
  • ଗଞ୍ଜାମ : ଅଜଣା ଗାଡି ଧକ୍କାରେ ଆଇନଜୀବୀ ମୃତ, ଥାନାରେ ମାମଲା ରୁଜୁ
  • ||
  • ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ,କାଶୀପୁର ବ୍ଲକରେ ହେବାକୁ ଥିବା ଜନ ସମାବେଶରେ ହୋଇଥାନ୍ତେ ସାମିଲ
  • ||
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

୨ଜଣ ବ୍ୟବସାୟୀଙ୍କଠାରୁ ୧୯ଲକ୍ଷ ଟଙ୍କାର ବିହନ ଜବତ

Published By : Gurupada Nath | June 3, 2025 9:48 PM

ନବରଙ୍ଗପୁର,୩/୬ : ତେନ୍ତୁଳିଖୁଣ୍ଟି ବ୍ଲକରେ କୃଷି ବିଭାଗର ବିହନ ଓ ସାର ସ୍କ୍ବାର୍ଡ଼ ଟିମ୍ ପକ୍ଷରୁ ବିଭିନ୍ନ ସାର ଓ ବିହନ ଦୋକାନ ଉପରେ ଚଢଉ କରାଯାଇଛି । ବ୍ଲକରେ ୧୦ଟି ସାର ଓ ବିହନ ଦୋକାନ ଯାଞ୍ଚ କରାଯାଇଥିଲା । ସେଥିରୁ ୫ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯାଇଛି। ୩ଜଣ ବ୍ୟବସାୟୀ ଆବଶ୍ୟକ କାଗଜପତ୍ର ଦେଖାଇପାରିନଥିବାରୁ ବିହନ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବେଆଇନ ଭାବେ ୨ଜଣ ବ୍ୟବସାୟୀ ବିହନ ବିକ୍ରି ପାଇଁ ମକା ଓ ଧାନ ବିହନ ଗଚ୍ଛିତ ରଖୁଥିଲେ । 

ଦୁଇଜଣଙ୍କଠାରୁ ୧୯ଲକ୍ଷ ଟଙ୍କାର ବିହନ ଜବତ କରାଯାଇଛି । ସେମାନେ ହେଲେ ଝାନିରାଣୀ ଟେଡର୍ସର କେ.ଶ୍ରୀକାନ୍ତଙ୍କ ଦୋକାନରୁ ଶଙ୍କରଜାତୀୟ ମକା ବିହନର ୧୬ଟି ବ୍ୟାଗ ଓ ୬୨ବ୍ୟାଗ ଧାନ ଜବତ କରାଯାଇଛି । ଏହି ବିହନର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ । ସେହିଭଳି ଜେ.କେ ଟ୍ରେଡର୍ସ ବ୍ୟବସାୟୀ ବାବୁଲି ଜୈନଙ୍କଠାରୁ ୫୪ବ୍ୟାଗ ଶଙ୍କର କିସମର ମକା ଓ ୧୦ବ୍ୟାଗ ଧାନ ବିହନ ଜବତ କରାଯାଇଛି । ଏହି ବିହନର ମୂଲ୍ୟ ୯ଲକ୍ଷ ଟଙ୍କା ହେବ। ଏଭଳି ବିହନ ଓ ସାରର କଳାବଜାରୀ କାରବାରକୁ ବନ୍ଦ କରିବାକୁ ଅନ୍ୟ ବିହନ ଦୋକାନୀଙ୍କୁ ସ୍କ୍ବାର୍ଡ଼ ଟିମ୍ ସତର୍କ କରିଦେଇଛି। ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରତିନିଧ ପ୍ରଣୟ କୁମାର ମନ୍ତ୍ରୀ, ଅତିରିକ୍ତ ତହସିଲଦାର ସିମାଞ୍ଚଳପାତ୍ର, କୃଷି ଜିଲ୍ଲା ଅଧିକାରୀ ଅନୀଲ କୁମାର ପ୍ରହରାଜ, ବ୍ଲକ କୃଷି ଅଧିକାରୀ ଅମିତ କୁମାର ମଲ୍ଲିକ ପ୍ରମୁଖ ଚଢଉରେ ସାମିଲ ଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.