ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ

Published By : Harapriya Sethi | October 23, 2024 1:48 PM

ଦଶପଲ୍ଲା,୨୩/୧୦: ଆକ୍ସନ ମୋଡରେ ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ । ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସ୍ପେଶାଲ୍ ମୋବାଇଲ ସ୍କ୍ୱାର୍ଡ ଓ ଦଶପଲ୍ଲା ଅବକାରୀ ଥାନା ପକ୍ଷରୁ ମିଳିତ ଚଢାଉ । ଚଢାଉରେ ଜବତ ହେଲା ୯୦୦ ବୋତଲ କଫ୍ ସିରଫ । ଏହି ଘଟଣାରେ ଦଶପଲ୍ଲା ଏନଏସି ଅନ୍ତର୍ଗତ ସାତପାଟଣାର ଦୁଇ ଭାଇ ଦିଲ୍ଲୀପ କୁମାର ପଣ୍ଡା, ପ୍ରଦୀପ ପଣ୍ଡା ଓ ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖିଛି ଅବକାରୀ ବିଭାଗ । 

ସୂଚନା ମୁତାବକ, ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଦଶପଲ୍ଲା ଘରୋଇ ବସ୍ ଷ୍ଟାଣ୍ଡରେ ଜଗି ରହିଥିଲା । କିଛି ସମୟ ପରେ ଗୋଟିଏ ଗାଡ଼ିରୁ ୬ ଟି ପେଟି ଖାଲି କରୁଥିବା ସମୟରେ ଅବକାରୀ ବିଭାଗ ମାଡ଼ି ବସିଥିଲା । ତଦନ୍ତ ବେଳେ ୬ ଟି ପେଟିରେ ୯୦୦ ବୋତଲ କଫ୍ ସିରଫ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ଦଶପଲ୍ଲା ଏନଏସି ଅନ୍ତର୍ଗତ ସାତପାଟଣାର ଦୁଇ ଭାଇ ଦୀଲ୍ଲିପ କୁମାର ପଣ୍ଡା, ପ୍ରଦିପ ପଣ୍ଡା ଓ ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖିଛି ଅବକାରୀ ବିଭାଗ । ଏହା ସହ ଏତେ ପରିମାଣର କଫ୍ ସିରଫ କେଉଁଠୁ ଆସିଲା, ତାହା ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.