ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଭିଜିଲାନ୍ସ ଜାଲରେ ବ୍ୟାସନଗର ତହସିଲର ବରିଷ୍ଠ କିରାଣୀ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ

Published By : Rasmita Pradhan | August 1, 2025 2:59 PM

ବ୍ୟାସନଗର, ୦୧/୦୮ : ଲାଞ୍ଚ ନେଇ ଧରାପଡ଼ିଲେ ସିନିୟର ରିଭେନ୍ୟୁ ଆସିଷ୍ଟାଣ୍ଟ। ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲର ବରିଷ୍ଠ କିରାଣୀ ହେମନ୍ତ କୁମାର ପେରେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜାଗା ଚିହ୍ନଟ ମାମଲାରେ ସହଯୋଗ କରିବାକୁ ପ୍ରତିଶୃତି ଦେଇ ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ମାଡ଼ି ବସିଛି।

ସୂଚନାନୁଯାୟୀ, ବରୁଣ୍ଡାଇ ଗ୍ରାମର ଲକ୍ଷ୍ମୀଧର ସାହୁ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ବ୍ୟାସନଗର ତହସିଲକୁ ଦୌଡୁଥିଲେ ମଧ୍ୟ ତାଙ୍କ କାର୍ଯ୍ୟ ହଉନଥିଲା। ଜମିଜମା ମାମଲାରେ କୋର୍ଟରୁ ଡିଗ୍ରୀ ଆଣିଥିଲେ ମଧ୍ୟ ଜାଗା ଚିହ୍ନଟ କରିବାକୁ ତହସିଲ କର୍ମଚାରୀ ସହଯୋଗ କରିନଥିଲେ। ଏପରିକି କିଛି ଦିନ ତଳେ ଜାଗା ଚିହ୍ନଟ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲେ ବି କିରାଣୀ ହେମନ୍ତ କୁମାର ପେରେଇ ଶେଷ ମୁହୂର୍ତ୍ତରେ ତାହାକୁ ରଦ୍ଦ କରିଦେଇଥିଲେ। ଜାଗା ଚିହ୍ନଟ ପାଇଁ ଓଲଟା କିରାଣୀ ଲାଞ୍ଚ ଦାବି କରିଥିଲେ। ସରକାରୀ ଅଫିସକୁ ଦୌଡି ଦୌଡି ଥକି ପଡ଼ିଥିବା ଲକ୍ଷ୍ମୀଧର ବାଧ୍ୟ ହୋଇ ଯାଜପୁର ଭିଜିଲାନ୍ସର ସହାୟତା ଲୋଡ଼ିଥିଲେ। ଆଜି ତହସିଲ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଲକ୍ଷ୍ମୀଧରଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀ କାବୁ କରିନେଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ କରାଯାଉଥିବା ଜଣାପଡ଼ିଛି।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.