ଆନନ୍ଦପୁର, ୬।୬ : ତୋଟାରୁ ଆମ୍ବ ତୋଳିବା ହେଲା କାଳ।   ଆମ୍ବ ଗୋଟାଇବା ବେଳେ ହାତୀ ହାବୁଡରେ ପଡିଲେ ବୃଦ୍ଧା। ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ। ଆନନ୍ଦପୁର ଥାନା ଫକିରପୁ ଗାଁ କଜଳେଇ ତୋଟା ରେ ଏଭଳି ଅଘଟଣ ଘଟିଛି  ମୃତା ବୃଦ୍ଧା ଫକିରପୁର ଗାଁର ମଞ୍ଜୁ ନାଥ  ।

ଶନିବାର  ସକାଳୁ ଏହି ଅଞ୍ଚଳରେ ହାତୀ ଉପଦ୍ରବ ମଚାଇଥିଲା । ଲୋକେ ବନବିଭାଗର ସହାୟତାରେ ହାତୀକୁ ଘଉଡାଇଥିଲେ   । ହେଲେ ମଞ୍ଜୁଙ୍କ ସମ୍ପର୍କରେ କେହି ଜାଣିପାରି ନଥିଲେ ।  ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବାରୁ  ତୋଟାରେ ମଞ୍ଜୁଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।  ପରିବାର ଲୋକେ ପଲିସ୍ ଓ ବନବିଭାଗ କୁ ଖବର ଦେବାପରେ ବନବିଭାଗ କର୍ମଚାରୀ ମାନେ ଆସି ଘଟଣା ସ୍ଥଳରୁ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ଯପଟେ ହାତୀ ଆକ୍ରମଣର ଶିକାର ହୋଇ ଅନ୍ଯଜଣେ ମହିଳା ମଧ୍ଯ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି । ଆହତ ମହିଳା ଯସୋଦା ମଲ୍ଲିକ୍ ସକାଳୁ ଆମ୍ବ ଗୋଟାଇବାକୁ ଆସିଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ଆହୁରି ପଢନ୍ତୁ : ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ : କୁଆପଥର ବର୍ଷା ସହ ପବନ, ଗଛ ପଡି ଗାଡି ଚୁରମାର