ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଖୁଣ୍ଟବନ୍ଧରେ ସିରିଜ୍ ଦୁର୍ଘଟଣା ; ଜଣେ ମୃତ, ୪ ଗୁରୁତର

Published By : Gurupada Nath | November 29, 2024 7:51 PM

ଜହ୍ନାପଙ୍କ,୨୯/୧୧ : ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ଖୁଣ୍ଟବନ୍ଧ ରାଜ ହୋଟେଲ ନିକଟରେ ଆଜି ଅପରାହ୍ନ ପ୍ରାୟ ୫ଟାବେଳେ ଜାତୀୟ ରାଜପଥ ନଂ ୫୭ରେ ଏକ ଉଇଙ୍ଗର ନଂ ଓଡି ୨୭ ବି ୭୯୩୬କୁ  କାର୍ ନଂ ଓଡି ୨୭ଇ ୦୮୮୮ ଓଭରଟେକ କରୁଥିବାବେଳେ ଦୁଇଟି ବାଇକକୁ ଧକ୍କା ଦେଇ କାର ଫେରାର ମାରିଥିଲା। ସୂଚନା ଅନୁସାରେ   ବାଉଁସୁଣୀ ପଟୁ ବୌଦ୍ଧ ଅଭିମୁଖେ ଯାଉଥିବା ଉକ୍ତ କାର୍ ଉଇଙ୍ଗରକୁ ଓଭରଟେକ କରିବାବେଳେ ରାଜ ହୋଟେଲରୁ ଚରଦା ରାସ୍ତାକୁ ଯାଉଥିବା ବାଇକ ଚାଳକକୁ ଧକ୍କା ଦେଇ ଆଉ ଗୋଟିଏ ବାଇକକୁ ଧକ୍କା ଦେଇ ଦ୍ରୁତ ଗତିରେ ଫେରାର ମାରିଥିଲା । 

ତେବେ ଉଇଙ୍ଗର ଚାଳକ ଗାଡି ଛାଡି ଘଟଣାସ୍ଥଳରୁ ଫେରାର ମାରିଛି । ସ୍ଥାନୀୟ ଲୋକ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ପ୍ରଥମ  ବାଇକ ପଛରେ ବସିଥିବା କୁମୁରସିଙ୍ଗା ଗ୍ରାମର ମହେନ୍ଦ୍ର ଭୋଇ(୫୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଚରଦା ଗ୍ରାମର ପ୍ରମୋଦ ପରିଡା ଆହତ ହୋଇଥିଲେ । ଦ୍ୱିତୀୟ ବାଇକରେ ବସିଥିବା ବ୍ରହ୍ମଚାରୀ ଗ୍ରାମ ମେହେର ସାହିର ନାରାୟଣ ମେହେର, ଭଜମନ ମେହେର ଓ ମୁନା ମେହେର ଗୁରୁତର ହୋଇଥିଲେ । ଭଜମନ ମେହେରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ଜହ୍ନାପଙ୍କ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ଉଇଙ୍ଗର ଓ ଉଭୟ ବାଇକକୁ ଜବତ କରି ତଦନ୍ତ ଚଳାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.